Pratidin TV

Odisha's Digital News Platform

ରାହୁଲଙ୍କୁ ପ୍ରଶଂସା ରେ ପୋତି ପକାଇଲେ ସୈଫ , କହିଲେ ରାହୁଲ ହେଉଛନ୍ତି ସାହସୀ ନେତା ..

1 min read

ଦିନେ ସୈଫ ଅଲ୍ଲୀ ଖାନ୍‌ ଙ୍କ ବେଗମ  କରୀନା ରାହୁଲଙ୍କୁ ଡେଟ୍‌ କରିବାକୁ ଚାହୁଁଥିଲେ । ମନେ ମନେ ନିଜର ମନ ଦେଇଥିଲେ  । ଯାହାକୁ ସର୍ବ ସମ୍ମୁଖରେ ସାର୍ବଜନୀନ କରିଥିଲେ । ହେଲେ ଆଜି ତାହାଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି ସୈଫ ଅଲ୍ଲୀ ଖାନ୍‌ ।  ଏକ ଜାତୀୟ ଗଣମାଧ୍ୟମ କନକ୍ଲେଭରେ ଯୋଗଦେଇ ବଡ଼ ବୟାନ ଦେଇଛନ୍ତି

ସୈଫ ଅଲ୍ଲୀ ଖାନ୍‌ । ଏହି କାର୍ଯ୍ୟକ୍ରମରେ ତାଙ୍କୁ ପଚରାଯାଇଥିଲା କି, ତାଙ୍କର ପ୍ରିୟ ରାଜନେତା କିଏ? ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ନା ଏଏପି ମୁଖ୍ୟ ଅରବିନ୍ଦ କେଜରିଓ୍ବାଲ ଏମାନଙ୍କ ମଧ୍ୟରୁ ଆପଣ କାହାକୁ ସାହାସୀ ରାଜନେତା ମାନନ୍ତି ଯିଏକି ଭାରତର ଭବିଷ୍ୟତକୁ ଗଢିପାରିବେ। ଯାହାର ଉତ୍ତର ରଖି ସୈଫ କହିଛନ୍ତି, ଏମାନେ ସମସ୍ତେ ଶକ୍ତିଶାଳୀ ଓ ସାହାସୀ ରାଜନେତା ଅଟନ୍ତି। କିନ୍ତୁ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ସବୁଠାରୁ ସାହାସୀ ରାଜନେତା ଅଟନ୍ତି। ଯିଏକି ସବୁ ପ୍ରସଙ୍ଗକୁ ପ୍ରଭାବଶାଳୀ ଢଙ୍ଗରେ ସମ୍ଭାଳିବା ଜାଣିଛନ୍ତି।

Advertisement

ସେ ଆହୁରି କହିଛନ୍ତି, ପୂର୍ବରୁ ତାଙ୍କୁ ବହୁତ ଲୋକ ଅପମାନ କରିଛନ୍ତି। ତାଙ୍କ କଥାକୁ ହତାଦର କରିଛନ୍ତି। କିନ୍ତୁ ଏସବୁ ପରେ ଏତେ ଅପମାନ ବଦଳରେ ସେ ପରିବର୍ତ୍ତନ ହୋଇଛନ୍ତି। ଏବେ ସେ ଯାହା ବି ଅଛନ୍ତି ବହୁତ ପ୍ରଭାବଶାଳୀ ଅଟନ୍ତି। ସେ କଡ଼ା ପରିଶ୍ରମ କରି ଲୋକଙ୍କ ଚିନ୍ତାଧାରାକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଛନ୍ତି। ତେବେ ଏହି କାର୍ଯ୍ୟକ୍ରମରେ ସୈଫ, ରାହୁଲଙ୍କୁ ଭୁରି ଭୁରି ପ୍ରଶଂସା କରିଛନ୍ତି। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଗତ କିଛିଦିନ ପୂର୍ବରୁ ଅଭିନେତ୍ରୀ କରୀନା କପୁରଙ୍କ ଏକ ଭିଡିଓ ଭାଇରାଲ ହୋଇଥିଲା। ଯେଉଁଥିରେ ସେ ରାହୁଲ ଗାନ୍ଧୀଙ୍କୁ ଡେଟ୍‌ କରିବାକୁ ଚାହୁଁଥିବା କହିଥିଲେ। ହେଲେ ଏହା  କରୀନା ଙ୍କ ବିବାହ ପୂର୍ବର ଭିଡିଓ ଥିଲା ଯାହା ସେ ଏକ ସାକ୍ଷାତକାର ରେ କହିଥିଲେ  ।

Leave a Reply

Your email address will not be published. Required fields are marked *