Pratidin TV

Odisha's Digital News Platform

‘ପାଖରେ ତୀକ୍ଷ୍ଣ ଛୁରୀ ରଖ ’ ମନ୍ତବ୍ୟ ଦେଇ ବିବାଦରେ ଫସିଲେ ବିଜେପି ସାଂସଦ

1 min read

ନୂଆଦିଲ୍ଲୀ : ମହଙ୍ଗା ପଡିଲା ଆପତିଜନକ ମନ୍ତବ୍ୟ । ବିବାଦରେ ଫସିଥିବା ମଧ୍ୟପ୍ରଦେଶର ବିଜେପି ଏମ୍‌ପି ପ୍ରଜ୍ଞା ସିଂ ଠାକୁରଙ୍କ ନାଁରେ ମାମଲା ରୁଜୁ ହୋଇଛି । ଛୁରି ତୀକ୍ଷ୍ନ ରଖିବା ପାଇଁ ହିନ୍ଦୁମାନଙ୍କୁ ଉପଦେଶ ଦେଇଥିବା ପ୍ରଜ୍ଞା ସିଂ ଠାକୁରଙ୍କ ନାଁରେ ଶିବମୋଗା ଜିଳ୍ଲାରେ ମାମଲା ରୁଜୁ ହୋଇଛି ।

ନିକଟ ଅତୀତରେ ଗୋଟାଏ ହିନ୍ଦୁ ସମର୍ଥକ ସଙ୍ଗଠନ ଆୟୋଜନ କରିଥିବା ସମ୍ମିଳନୀରେ ଦେଇଥିବା ମନ୍ତବ୍ୟ ଅଭିଯୋଗରେ ବୁଧବାର ଦିନ ପୁଲିସ ବିଜେପିର ପ୍ରଜ୍ଞା ଠାକୁରଙ୍କ ନାଁରେ ମାମଲା ରୁଜୁ କରିଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି । ଶିବମୋଗା ଜିଲ୍ଲା କଂଗ୍ରେସ କମିଟି ସଭାପତି ଏଚ୍. ଏସ୍. ସୁନ୍ଦରେଶଙ୍କ ଅଭିଯୋଗ ଆଧାରରେ କୋଟେ ଥାନାରେ ଏହି ମାମଲା ରୁଜୁ କରାଯାଇଛି ।

Advertisement

ପୁଲିସ କହିବା ଅନୁସାରେ, ଭାରତୀୟ ପିଙ୍ଗଳ କୋଡ୍ର କେତେଗୁଡ଼ିଏ ଧାରା ଅନୁସାରେ ଭୋପାଳ ସାଂସଦ ପ୍ରଜ୍ଞା ଠାକୁରଙ୍କ ନାମରେ ମାମଲା ରୁଜୁ କରାଯାଇଛି । ନିକଟରେ ପ୍ରଜ୍ଞା ସିଂ ଠାକୁର ଏକ ସଭାକୁ ସମ୍ବୋଧିତ କରି ଲଭ୍ ଜିହାଦ୍ ପ୍ରତି ସତର୍କ ହେବାକୁ ଲୋକଙ୍କୁ ପରାମର୍ଶ ଦେଇଥିଲେ । ସେ କହିଥିଲେ, ସେମାନେ ପ୍ରେମରେ ବି ଜିହାଦ କରିଥାଆନ୍ତି । ଏହା ସେମାନଙ୍କ ପରମ୍ପରା । ଯଦି ଜଣେ ବ୍ୟକ୍ତି ଆମ ଘରକୁ ଅନୁପ୍ରବେଶ କରି ଆକ୍ରମଣ କରନ୍ତି, ତେବେ ତାଙ୍କୁ ମୁହଁତୋଢ଼ ଜବାବ୍ ଦେବା ଆମର ଅଧିକାର । ଆତ୍ମରକ୍ଷା ପାଇଁ ପ୍ରତ୍ୟେକ ବ୍ୟକ୍ତି ନିଜ ଘରେ ଅସ୍ତ୍ର ରଖନ୍ତୁ । ଯଦି କିଛି ନ ମିଳୁଛି ତେବେ ପରିବା କଟା ଛୁରି ନିଜ ପାଖରେ ରଖିଥାଆନ୍ତୁ ବୋଲି ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ବିରୋଧରେ ପ୍ରଜ୍ଞା ବିଷୋଦ୍‌ଗାର କରିଥିଲେ ।

Leave a Reply

Your email address will not be published. Required fields are marked *