Pratidin TV

Odisha's Digital News Platform

ମେସିନ୍ ଆଗରେ ସତ ଓଗାଳିବ ଦୀନକୃଷ୍ଣ , ଭରତପୁର ଥାନାରେ ମେଜର ଓ ପୀଡିତାଙ୍କ ସହ ପ୍ରକୃତରେ ହୋଇଥିଲା କଣ ?

1 min read

ଭୁବନେଶ୍ୱର ; ଭରତପୁର ଥାନା ଆର୍ମୀ ପୋଲିସ ବିବାଦ ମାମଲା,ଆସନ୍ତାକାଲି ଗୁଜୁରାଟ ଯିବ କ୍ରାଇମବ୍ରାଞ୍ଚ୍ ଟିମ୍ । ୧୪ ସେପ୍ଟେମ୍ବର ରାତିର ପ୍ରକୃତ ସତ ଖୋଲିବ ମେସିନ୍ । ଆଇଆଇସି ଦିନକୃଷ୍ଣ ମୁହଁରୁ ଖୋଲିବ ସବୁ ସତ ।

ସୂଚାନ ଅନୁଯାୟୀ ଭରତପୁର ଥାନାର ନିଲମ୍ବିତ ଥାନା ଅଧିକାରୀ ଓ ଅନ୍ୟ ଚାରି ଜଣ ନିଲମ୍ବିତ ପୋଲିସ ଅଧିକାରୀଙ୍କୁ ନେଇ ରବିବାର ଦିନ ଗୁଜୁରାଟ ଅଭିମୁଖେ ବାହାରିବ କ୍ରାଇମବ୍ରାଞ୍ଚ୍ ଟିମ୍ । ଗୁଜୁରାଟରେ ନିଲମ୍ୱିତ ଥାନା ଅଧିକାରୀ ଦୀନକୃଷ୍ଣ ମିଶ୍ରଙ୍କର ପଲିଗ୍ରାଫ,ବ୍ରେନ୍ ମ୍ୟାପିଂ ଓ ନାର୍କୋ ଟେଷ୍ଟ ସହ ଅନ୍ୟ ଚାରି ଜଣ ନିଲମ୍ବିତ ପୋଲିସ ଅଧିକାରୀଙ୍କ ମଧ୍ୟ ପଲିଗ୍ରାଫ ଟେଷ୍ଟ କରାଯିବ ।

Advertisement

ଟେଷ୍ଟ ରିପୋର୍ଟ ଆସିବା ପରେ ପୋଲିସ କେତେ ସତ କହୁଛି ତାର ପ୍ରମାଣ ମିଳିବ । ପ୍ରକୃତରେ ୧୪ ତାରିଖ ରାତିରେ ଭରତପୁର ଥାନାରେ ପୀଡିତା ଏବଂ ମଏଜରଙ୍କ ସହ କିଭଳି ବ୍ୟବହାର କରିଥିଲା ପୋଲିସ ତାର ସତ ପୁରା ଦୁନିଆ ଜାଣିବ ।

Leave a Reply

Your email address will not be published. Required fields are marked *