Pratidin TV

Odisha's Digital News Platform

ଅନ୍ଧ ବିଶ୍ୱାସର କରୁଣ ପରିଣତି; ୨୧ ଦିନରେ ପୂରଣ ହେଲାନି ମନସ୍କାମନା , ଜୀବନ ହାରିଲେ ପ୍ରଧାନଶିକ୍ଷକ ।

1 min read

ଗଞ୍ଜାମ ; ଅନ୍ଧ ବିଶ୍ଵାସର କରୁଣ ପରିଣତି । ମନସ୍କାମନା ପୂରଣ ପାଇଁ ଦୀର୍ଘ ୨୧ ଦିନ ଧରି ମା’ଙ୍କ ପୀଠରେ ଗୁହାରିଆ ପଡିଥିବା ଜଣେ ଅଵସର ପ୍ରାପ୍ତ ପ୍ରଧାନ ଶିକ୍ଷକ ନିରାଶ ହୋଇ ଶେଷରେ ମନ୍ଦିର ପରିସରରେ ଜୀବନ ହାରିଛନ୍ତି। ଏପରି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ବେଠୁଆର ଗ୍ରାମରେ। ଗ୍ରାମରେ ବିରାଜମାନ କରୁଥିବା ମା ଘୋଡାଦେବୀ ପିଠିରେ ବୁଗୁଡା ବ୍ଲକ ନଗୁଡୁ ଗ୍ରାମର ୬୧ ବର୍ଷୀୟ ପୁରୁଷୋତ୍ତମ ପ୍ରଧାନ ବେକରେ ଚଦର ଭିଡି ଜୀବନ ହାରିଛନ୍ତି।

ପୁରୁଷତମ ଆଜକୁ ପ୍ରାୟ ଏକ ମାସ ହେଲା ତାଙ୍କ ଘରୁ ବାହାରି ଆସିଥିଲେ ମା ଘୋଡା ଦେବୀପୀଠକୁ । ସେ ଉଜାଗର ରହି ୨୧ ଦିନ ହେଲା ମା ଙ୍କ ପାଖରେ ସରଣ ପଡ଼ିଥିଲେ। ହେଲେ ଗତ କାଲି ରାତିରେ ମନ୍ଦିର ପରିସରେ ଆତ୍ମହତ୍ୟା କରିଛନ୍ତି।

Advertisement

ଆଜି ସକାଳୁ ଗ୍ରାମ ଲୋକେ ମନ୍ଦିରକୁ ଆସି ତାଙ୍କୁ ଝୁଲନ୍ତା ଅଵସ୍ଥା ରେ ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ କରିଛି। ତାଙ୍କ ପରିବାର ଲୋକଙ୍କୁ ଖବର ଦେଇ ଶବ ବ୍ୟବଚ୍ଛେଦ ପାଇଁ ଆସିକା ପଠାଇଛି। ହେଲେ ସେ କାହିଁକି କଣ ପାଇଁ ମା ଙ୍କ ପୀଠରେ ଗୁହାରିଆ ପଡ଼ିଥିଲେ ତାହାର କାରଣ ଅସ୍ପଷ୍ଟ ରହିଛି।

Leave a Reply

Your email address will not be published. Required fields are marked *