Pratidin TV

Odisha's Digital News Platform

ବଢ଼ିବ ପୋଲିସର ମନୋବଳ , ପ୍ରତି ପୋଲିସଙ୍କୁ ବାଇକ୍‌ ଦେବେ ମୁଖ୍ୟମନ୍ତ୍ରୀ…

1 min read

ବଢିବ ପୋଲିସ ବାବୁଙ୍କ ମନୋବଳ । କାରଣ ପ୍ରତି ପୋଲିସ ପାଖରେ ରହିବ ବାଇକ୍। ଏହାସହିତ ପୋଲିସ୍ ଷ୍ଟେସନ ପାଇଁ ଅଧିକ ଚାରି ଚକିଆ ଯାନର ବ୍ୟବସ୍ଥା କରାଯିବ। କାର୍ଯ୍ୟକୁ ସରଳ ଓ ସହଜ କରିବାକୁ ସରକାରଙ୍କ ପକ୍ଷରୁ ପୋଲିସ୍ ଅଧିକାରୀ ମାନଙ୍କୁ ବାଇକ୍ ଦିଆଯିବ ବୋଲି କହିଛନ୍ତିଚ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

ଜିଲ୍ଲାପାଳ ଓ ଏସ୍ ପିଙ୍କ ମିଳିତ ସମ୍ମିଳନୀର ଦ୍ବିତୀୟ ଦିନରେ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଲୋକମାନେ କିଭଳି ନ୍ୟାୟ ପାଇପାରିବେ ଓ ଓଡ଼ିଶାବାସୀ କିଭଳି ଶାନ୍ତିରେ ବାସ କରିପାରିବେ ସେନେଇ ସରକାର ପଦକ୍ଷେପ ନେଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରତି ଥାନା ପିଛା ଗୋଟିଏ କି ଦୁଇଟି ବାଇକ୍ ଥିବାରୁ କାମ ଶୀଘ୍ର ହୋଇପାରୁନି। ପ୍ରତି ପୁଲିସଙ୍କୁ ବାଇକ୍ ଦିଆଗଲେ ସେମାନେ ତୁରନ୍ତ ପହଞ୍ଚିବେ। ପୁଲିସଙ୍କ ନାମରେ ବାଇକ୍ ଦିଆଯିବ, ଯେଉଁ ଥାନାକୁ ଗଲେ ବି ସେମାନେ ସାଙ୍ଗରେ ନେଇ ଯାଇପାରିବେ। ଖୁବଶୀଘ୍ର ୯ ହଜାର ବାଇକ୍ ଦିଆଯିବ। ପ୍ରତି ଥାନାକୁ ଆଉ ଗୋଟିଏ ଲେଖାଏ ଚାରି ଚକିଆ ଗାଡ଼ି ଦିଆଯିବ ବୋଲି ଲୋକସେବା ଭବନରେ ଆୟୋଜିତ ଜିଲ୍ଲାପାଳ ଓ ଏସପି ସମ୍ମିଳନୀରେ କହିଛନ୍ତି ମୁଖ୍ୟମନ୍ତ୍ରୀ

Advertisement

Leave a Reply

Your email address will not be published. Required fields are marked *