Pratidin TV

Odisha's Digital News Platform

ଭଦ୍ରକ ହିଂସା ପରେ ମୁଁହ ଖୋଲିଲେ ସୂର୍ଯ୍ୟବଂଶୀ ସୁରଜ୍ , କହିଲେ ଓଡ଼ିଶାକୁ କେରଳ କି ପଶ୍ଚିମବଙ୍ଗ ହେବାକୁ ଦବୁନି …

1 min read

ସୋସିଆଲ ମିଡ଼ିଆର ବିବାଦୀୟ ପୋଷ୍ଟ କୁ ନେଇ ଅଶାନ୍ତ ହୋଇପଡିଛି ଭଦ୍ରକ ।ଭଦ୍ରକ ପୌରାଞ୍ଚଳ ଅନ୍ତର୍ଗତ ପୁରୁଣା ବଜାର ଥାନା ଅଞ୍ଚଳରେ ହିଂସା ପରେ ପୋଲିସ ଛାଉଣୀରେ ପରିଣତ ହୋଇଛି ସମଗ୍ର ଭଦ୍ରକ ସହର । ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଭଦ୍ରକ ସହରରେ ୧୬୩ ଧାରା ଜାରି କରାଯାଇଛି। ଜିଲ୍ଲାରେ ୪୮ ଘଣ୍ଟା ପାଇଁ ଇଣ୍ଟରନେଟ ସେବା ବନ୍ଦ ରହିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଏହାସହ ସମସ୍ତ ସୋସିଆଲ ମିଡିଆ ବ୍ୟବହାର ଉପରେ କଟକଣା ଲାଗାଯାଇଛି। ଫଳରେ ଇଣ୍ଟରନେଟ୍‍ ଦ୍ୱାରା ଚାଲୁଥିବା ସମସ୍ତ କାର୍ଯ୍ୟ ଠପ୍‍ ହୋଇଯାଇଛି। ୩୦ ତାରିଖ ରାତି ୨ଟା ପର୍ଯ୍ୟନ୍ତ ସହରରେ ସମସ୍ତ ଇଣ୍ଟରନେଟ ସେବା ବନ୍ଦ ରଖିବାକୁ ଗୃହ ବିଭାଗ ନିର୍ଦ୍ଦେଶ ଦେଇଛି । ବର୍ତ୍ତମାନ ସୁଦ୍ଧା ହିଂସାରେ ସମ୍ପୃକ୍ତ ୯ ଜଣଙ୍କୁ ପୋଲିସ ଅଟକ ରଖିଛି । ଉପଦ୍ରବୀଙ୍କ ଉପରେ ନଜର ରଖାଯାଇଛି । କାର୍ଯ୍ୟାନୁଷ୍ଠାନ ଆଧାରରେ ଗିରଫଦାରୀ ସଂଖ୍ୟା ମଧ୍ୟ ବଢିପାରେ ।

ସେହିପରି ଧାମନଗରରେ ମଧ୍ୟ ଉତ୍ତେଜନାମୂଳକ ସ୍ଥିତି ଥିବାରୁ ବିଜ୍ଞାପିତ ଅଞ୍ଚଳ ପରିଷଦ, ଦୋବଲ ଓ ଏହାର ଆଖପାଖ ଅଞ୍ଚଳରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ୧୬୩ ଧାରା ଜାରି ହୋଇଛି। ଧାମନଗରରେ ୫ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି। ଆଇନ ଶୃଙ୍ଖଳା ପରିସ୍ଥିତି ଭଙ୍ଗ ନ ହେଲା ଭଳି କୌଣସି ମିଥ୍ୟା ଗୁଜବ ପ୍ରଚାର ନକରି ଶାନ୍ତି ବଜାଇ ରଖିବା ପାଇଁ ପ୍ରଶାସନକୁ ସମ୍ପୂର୍ଣ୍ଣ ସହଯୋଗ କରିବାକୁ ଜିଲ୍ଲା ପ୍ରଶାସନ ଓ ଧାମନଗର ପୁଲିସ ପ୍ରଶାସନ ପକ୍ଷରୁ ଡାକବାଜି ଯନ୍ତ୍ର ଦ୍ୱାରା ପ୍ରଚାର କରାଯାଇ ଅନୁରୋଧ କରାଯାଇଛି। ସହରରେ କିଭଳି ଶାନ୍ତି ଫେରିବ ସେ ନେଇ ପୁଲିସ ଏବଂ ପ୍ରଶାସନ ଉଦ୍ୟମ ଜାରି ରଖିଛନ୍ତି। ପୁଲିସ୍ ଫ୍ଲାଗମାର୍ଚ୍ଚ ସହ ଭେଇକିଲ ପେଟ୍ରୋଲିଂକୁ ବଢ଼ାଇଛି। ଏଥିସହ ଦୋକାନବଜାର ମଧ୍ୟ ବନ୍ଦ ରହିଛି।

Advertisement

ତେବେ ହିଂସାକୁ ନେଇ ଏବେ ମୁଁହ ଖୋଲିଛନ୍ତି ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୁରଜ । କହିଛନ୍ତି ଓଡିଶା ହେଉଛି ଏକ ଶାନ୍ତିପ୍ରିୟ ରାଜ୍ୟ ଅଟେ । ଯଦିବି କୌଣସି ଶକ୍ତି କିମ୍ୱା ତତ୍ୱ ଓଡିଶାକୁ କେରଳ କିମ୍ୱା ପଶ୍ଚିମ ବଙ୍ଗ ପରି କରିବାକୁ ଚାଁହୁଥିବ । ସେପରି କରିବାକୁ ଦେବୁନି ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ।

ସୂଚନାନୁଯାୟୀ ସାମାଜିକ ଗଣମାଧ୍ୟମରେ କୌଣସି ଜଣେ ବ୍ୟକ୍ତିଙ୍କ ଏକ ପୋଷ୍ଟକୁ କେନ୍ଦ୍ର କରି ପୁରୁଣା ଭଦ୍ରକରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର କିଛି ଯୁବକ ପୋଷ୍ଟ କରିଥିବା ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିବା ଦାବିରେ ଏକାଠି ହୋଇ ପ୍ରଥମେ ଥାନା ଘେରାଉ କରିଥିଲେ। ପୁଲିସ ଏହି ଘଟଣାକୁ ଗୁରୁତ୍ୱ ଦେବା ସହ ସାଇବର ଆଇନ ଅନୁସାରେ ସମ୍ପୃକ୍ତ ଘଟଣାର ଅନୁଧ୍ୟାନ କରାଯାଇ ଦଣ୍ଡ ବିଧାନ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ। ହେଲେ ଏହାକୁ ନମାନି ସମ୍ପୃକ୍ତ ଯୁବକମାନେ ହିଂସା ଆଚରଣ କରିବା ସହ ପୁଲିସ ଉପରକୁ ଢେଲା ମାଡ଼ କରିଥିଲେ। ଏଥିରେ ଜଣେ ଏସ୍‍ଆଇ ପ୍ରଥମେ ଆହତ ହେବାରୁ ଆଇନଶୃଙ୍ଖଳାକୁ ନିୟନ୍ତ୍ରଣ କରିବା ଲାଗି ଏହି ଅଞ୍ଚଳରେ ପୁଲିସବଳ ଓ ମାଜିଷ୍ଟ୍ରେଟ୍‍ଙ୍କୁ ମୃତୟନ କରାଯାଇଥିଲା।

Leave a Reply

Your email address will not be published. Required fields are marked *