Pratidin TV

Odisha's Digital News Platform

ଆମେରିକାରେ ତାଣ୍ଡବ ରଚିଲା ବାତ୍ୟା ହେଲେନ , ଗଲା ୪୩ ଜୀବନ ..

1 min read

ଆମେରିକା ଫ୍ଲୋରିଡାକୁ ହିଟ୍ କଲା ବାତ୍ୟା ହେଲେନ । ଲ୍ୟାଣ୍ଡଫଲ ପରେ ଦକ୍ଷିଣ ବିଗ୍ ବେଣ୍ଡ ଅଞ୍ଚଳରେ ତାଣ୍ଡବ ରଚିଛି ହେଲେନ୍ । ସ୍ଥଳଭାଗ ଛୁଇଁବା ବେଳେ ଘଣ୍ଟା ପ୍ରତି ୧୪୦ କିଲୋମିଟର ରୁ ଅଧିକ ବେଗରେ ପବନ ବୋହିଛି । କ୍ୟାଟେଗରୀ ୪ ହରିକେନର ସମକକ୍ଷ ହୋଇଛି ହେଲେନ । ଏହି ଝଡ ତୋଫାନ ଫଳରେ ୪୩ ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ମୁତାବକ ଗୁରୁବାର ଦିନ ଫ୍ଲୋରିଡାର ତାଣ୍ଡବ ରଚିଥିଲା ।

ପବନର ବେଗ ୨୨୫ କିଲୋମିଟର ଘଣ୍ଟା ପ୍ରତି ବୋହିବା ଫଳରେ ଜନଜୀବନ ବିପଦ ସଂକୁଳ ଅବସ୍ଥାକୁ ଚାଲିଯାଇଥିଲା । ଏଭଳି ତୋଫାନ ଫଳରେ ଫ୍ଲୋରିଡା ନିକଟବର୍ତ୍ତୀ ରାଜ୍ୟ ଜର୍ଜିଆ, ନର୍ଥ କୌରିଲିନା, ସାଉଥ୍ କୌରଲିନା, ବର୍ଜିନିଆ ଓ ଅଲବାମାରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି । ଏହି ତୋଫାନରେ ପାଖାପାଖି ୧ କୋଟି ୨୦ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ଏହି ତୋଫାନ ଅନ୍ୟ ରାଜ୍ୟକୁ ଗତି କରିପାରେ ବୋଲି ଆକଳନ କରାଯାଉଛି । ଏଭଳି ଝଡକୁ ନଜରରେ ରଖି ଆମେରିକାରେ ପାଖାପାଖି ୧ ହଜାର ବିମାନ ଉଡାଣ ଉପରେ ପ୍ରତିବନ୍ଧକ ଲଗାଯାଇଛି । କିଛି ଅଞ୍ଚଳରେ ବିପୁଳ କ୍ଷତିଗସ୍ତ ହୋଇଛି । ବଡ଼ ବଡ଼ ଗଛ ଓ ବିଦ୍ୟୁତ ଖୁଣ୍ଟ ଉପୁଡି ପଡିଛି । ୧୦ ଲକ୍ଷରୁ ଅଧିକ ଲୋକ ଅନ୍ଧାରରେ ଅଛନ୍ତି । ଏବେ ଫ୍ଲୋରିଡାରେ ବର୍ଷା ଲାଗି ରହିଛି । ବନ୍ୟା ଓ ଭୁସ୍ଖଳନ ଆଶଙ୍କା ଥିବା ଅଞ୍ଛଳର ଲୋକଙ୍କୁ ବାଧ୍ୟତାମୂଳକ ଭାବେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ।

Advertisement

ଏହାକୁ ନେଇ ଜୋରସୋରରେ ଉଦ୍ଧାର କାର୍ଯ୍ୟ ଜାରି ଚାଲିଥିବା ବେଳେ ଦକ୍ଷିଣ ପୂର୍ବ ଆମେରିକା ରେ ଜରୁରୀକାଳିନ ସ୍ଥିତି ଜାରି ହୋଇଛି । ଗତ ୧୦ ବର୍ଷ ମଧ୍ୟରେ ହେଲେନ ସବୁଠୁ ଶକ୍ତିଶାଳୀ ବାତ୍ୟା ବୋଲି ଜଣାପଡିଛି ।

Leave a Reply

Your email address will not be published. Required fields are marked *