Pratidin TV

Odisha's Digital News Platform

ରାତି ୧୨ଟା ରେ ଯାଉଛି , ୨/୩ଟା ବେଳେ ଶୋଉଛି : ମୁଖ୍ୟମନ୍ତ୍ରୀ

1 min read

ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ରାଜ୍ୟବାସୀଙ୍କ ପାଖରେ ନିଜକୁ ସମର୍ପି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ନିଜ ସୁଖ ସ୍ୱାଛନ୍ଦ୍ଵକୁ ପଛ କରି ନିଜ କର୍ତ୍ତବ୍ୟ ପଥରେ ଆଗେଇ ଛଲାଇଛନ୍ତି । ନିଜକୁ ଜଣେ କମର୍ଚାରୀ ପରି 8 ଘଣ୍ଟା ରୁ ଅଧିକ ସମୟ ସେ ବି ଡ୍ୟୁଟି କରୁଥିବା କଥା କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଯେଉଁଥିପାଇଁ ପ୍ରତିଦିନ ସେ ରାତି ୨/୩ଟା ରେ ଶୋଉଛନ୍ତି । ଯାହା ଆଜି ସେ ଲୋକସେବା ଭବନରେ ଜିଲାପାଳ ଏବଂ ଏସ୍‌ପିଙ୍କ ମିଳିତ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ ସମ୍ବୋଧନ କରି କହିଛନ୍ତି । ଜିଲାପାଳ ଓ ଏସପି ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ କଡ଼ା ବାର୍ତ୍ତାରେ ସମ୍ବୋଧନ କରି ନିଜ କଥା କହି ମୁଖ୍ୟମନ୍ତ୍ରୀ କହିଛନ୍ତି, ପ୍ରତିଦିନ ରାତି ୨/୩ଟା ବେଳେ ଶୋଉଛି । ଲୋକସେବା ଭବନରେ ରାତି ୧୨ଟା ଯାଏଁ ରହୁଛି । ଆମେ ୮ ଘଣ୍ଟାର ଡ୍ୟୁଟିରେ ସୀମିତ ନୁହେଁ । ଏମିତି କହି ମୁଖ୍ୟମନ୍ତ୍ରୀ ଜିଲାପାଳ ଓ ଏସ୍‌ପିଙ୍କୁ ତାଗିଦ୍ କରିଛନ୍ତି ।

Advertisement


ଅପରାଧୀଙ୍କ ପାଇଁ ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରିବା ସହ ମହିଳା ବିରୋଧୀ ଅପରାଧରେ ତୁରନ୍ତ ନ୍ୟାୟ ପାଇଁ କହିଛନ୍ତି । ମହିଳା ବିରୋଧୀ ଅପରାଧ ନେଇ ଜିଲାୱାରୀ ତଥ୍ୟ ମଧ୍ୟ ମାଗିଲେ । ସପ୍ତାହକ ମଧ୍ୟରେ ତଦନ୍ତ ଓ ଦଣ୍ଡବିଧାନ ତଥ୍ୟ ମାଗିଛନ୍ତି। ଏହା ସହ କହିଛନ୍ତି ଚୋର ଡାଳେ ଡାଳେ ଗଲେ ପୋଲିସ ପତ୍ରେ ପତ୍ରେ ଯାଉ । ଅପରାଧୀ ଯେଉଁ ପଦ ମର୍ଯ୍ୟାଦାରେ ଥିଲେ ବି ତ୍ୱରିତ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏହା ସହ ମହିଳା ବିରୋଧୀ ହିଂସାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ଅପରାଧ ଓ ଦଣ୍ଡ ସଂପର୍କିତ ତଥ୍ୟ ସପ୍ତାହକରେ ଦେବାକୁ ଡିଜିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେପଟେ ଥାନାକୁ ଆସୁଥିବା ଲୋକଙ୍କ ଅଭିଯୋଗ ଧୈର୍ଯ୍ୟର ସହ ଶୁଣିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ରାତି ୨ଟାରେ ଆସିଲେ ବି ଶୁଣିବାକୁ ପଡ଼ିବ ବୋଲି କହିଛନ୍ତି ସିଏମ । ନିଜ ସହ ଥାନାରେ ଘଟିଥିବା ଘଟଣାକୁ ଦୋହରାଇବା ସହ କହିଲେ ତ୍ରୁଟି ଥିଲେ ସୁଧାର । ଏହା ସହ ୨୪ ଘଣ୍ଟା ପ୍ରସ୍ତୁତ ରହିବାକୁ ମଧ୍ୟ ଆହ୍ୱାନ ଦେଇଛନ୍ତି ମୋହନ ସରକାର ।

Leave a Reply

Your email address will not be published. Required fields are marked *