Pratidin TV

Odisha's Digital News Platform

ସ୍ୱାମୀ ମାନଙ୍କୁ ଅଳସୁଆ ଓ ବୋକା କହି କ୍ଷମା ମାଗିଲା ଫ୍ଲିପକାର୍ଟ ..

1 min read

 ଆରମ୍ଭ ହୋଇଯାଇଛି ଫ୍ଲିପକାର୍ଟର ବିଗ୍ ବିଲିୟନ୍ ସେଲ୍ । କମ୍ପାନୀ ଗ୍ରାହକ ମାନଙ୍କ ପାଇଁ ଆଣି ଦେଇଛି ଆକର୍ଷଣୀୟ ଅଫର । କେବେଳ ଏତିକି ନୁହେଁ  ବିଗ୍-ବିଲିୟନ ସେଲ୍ ପାଇଁ ଜୋରଦାର ପ୍ରଚାର ମଧ୍ୟ ଚାଲିଛି ଏବଂ ଅନଲାଇନରେ ମଧ୍ୟ ବିଜ୍ଞାପନକୁ ସେୟାର କରାଯାଉଛି । ହେଲେ ଏହି ବିଜ୍ଞାପନକୁ ନେଇ ଫସିଯାଇଛି ଫ୍ଲିପକାର୍ଟ । ଯାହାକୁ ନେଇ ଏବେ ବିବାଦ ଦେଖା ଦେଇଛି ।

 ଭିଡିଓରେ ମହିଳାଙ୍କ ସପିଂ ସାମଗ୍ରୀ ତଥା ହ୍ୟାଣ୍ଡ ବ୍ୟାଗ କିଣିବାକୁ କୁହାଯିବା ସହିତ ଏହାକୁ ଘରେ ଲୁଚାଇ ରଖିବାକୁ ମଧ୍ୟ ପ୍ଲାନ୍ କୁହାଯାଇଛି । ଏଥିରେ ମହିଳାମାନଙ୍କ ସ୍ବାମୀଙ୍କୁ ‘ବୋକା’ ଏବଂ ଅଳସୁଆ କୁହାଯାଇଛି । ସ୍ବାମୀ ମାନଙ୍କୁ ନଜଣାଇଫ୍ଲିପକାର୍ଟ ରୁ ସାମଗ୍ରୀ କିଣି କିପରି ଘରେ ଲୁଚାଇ ରଖିବେ ସେ ବୁଦ୍ଧି ମଧ୍ୟ ଦିଆଯାଇଛି ।

Advertisement

ଫ୍ଲିପକାର୍ଟ ର ଏହି ବିଜ୍ଞାପନ ଭିଡିଓ କେବଳ ପୁରୁଷ ମାନଙ୍କୁ ଲଜ୍ଜିତ କରିନାହିଁ ବରଂ ସେମାନଙ୍କୁ ଭାବନାକୁ କୁଠାରଘାତ କରିଛି। । ଯାହାକୁ ନେଇ ମହିଳାମାନେ ମଧ୍ୟ କମ୍ପାନିକୁ ସମାଲୋଚନା କରିଛନ୍ତି । ଏହି ଭିଡିଓ ସୋଲିଆଲ୍ ମିଡିଆର ଭାଇରାଲ୍ ହେବା ପରେ କମ୍ପାନି କର୍ତ୍ତୃପକ୍ଷ କ୍ଷମା ପ୍ରର୍ଥନା କରିବା ସହିତ ଭୁଲ୍ ବସତଃ ଭିଡିଓ ଅପ୍‌ଲୋଡ ହୋଇଛି ବୋଲି କୁହାଯାଇଛି ।   ଏହି ବିଜ୍ଞାପନ ବିବାଦ ଉଠିବା ପରେ ଫ୍ଲିପ୍-କଟ୍ କମ୍ପାନି ଏହି ଭିଡିଓ ନିଜ ସୋସିଆଲ୍ ମିଡିଆ ପ୍ଲାଟ୍ ଫର୍ମରୁ ହଟାଇ ଦିଆଯାଇଛି । ମାତ୍ର ଏକ୍ସ ୟୁଜର୍ସ ଏହାକୁ ଏବେବି ସେୟାର କରୁଛନ୍ତି ।  ଏହି ବିଜ୍ଞାପନ ପାଇଁ କମ୍ପାନି କର୍ତ୍ତୃପକ୍ଷରୁ ସମାଲୋଚିତ ହେବାକୁ ପଡ଼ିଛି । ଏନସିଏମ ଇଣ୍ଡିଆ ଫର୍ ମେନ୍ ଆଫେୟର୍ସ ଏକ୍ସରେ ଏହି ଭିଡିଓ କୁ ପୋଷ୍ଟ କରିଛି ଏବଂ ଏହି ବିଜ୍ଞାପନକୁ ଟକ୍ସକ୍ ଏବଂ ଭ୍ରମାତ୍ମକ କହିଛି ।..

Leave a Reply

Your email address will not be published. Required fields are marked *