Pratidin TV

Odisha's Digital News Platform

ପାକିସ୍ତାନରେ କ୍ରାସ ହେଲା ହେଲିକପ୍ଟର , ୬ ମୃତ..

1 min read

 ପାକିସ୍ତାନରେ ଭୟଙ୍କର ହେଲିକପ୍ଟର  ଦୁର୍ଘଟଣା। ଫଳରେ ୬ ଜଣଙ୍କର ମୃତ୍ୟୁ ଘଟି ଥିବାବେଳେ ୮ ଜଣ ଆହତ ହୋଇଛନ୍ତି। ସୁରକ୍ଷା ଅଧିକାରୀଙ୍କ ସୂଚନା ଅନୁସାରେ, ଦୁର୍ଘଟଣାର ଶିକାର ହୋଇଥିବା ଏହି ହେଲିକପ୍ଟରଟି ଏକ ତୈଳ କମ୍ପାନୀର। କମ୍ପାନୀର କିଛି ଲୋକଙ୍କୁ ନେଇ ବିମାନଟି ଉଡ଼ାଣ ଭରିଥିଲା।

ଉଡ଼ାଣର କିଛି ସମୟ ପରେ ହଠାତ୍ ଇଞ୍ଜିନରେ ତ୍ରୁଟି ଦେଖା ଯାଇଥିଲା। ଫଳରେ ପାଇଲଟ ଜୁରୀର ଅବତରଣ କରାଇବାକୁ ଚେଷ୍ଟା କରିଥିଲେ। ମାତ୍ର ଜରୁରୀ ଅବତରଣ ସମୟରେ ହିଁ କ୍ରାଶ୍ ହୋଇଯାଇଛି ହେଲିକପ୍ଟର। ରିପୋର୍ଟ ଅନୁସାରେ, ହେଲିକପ୍ଟରରେ କିଛି ବିଦେଶୀ ନାଗରିକ ଥିଲେ। କିନ୍ତୁ ସେମାନେ କେଉଁ ଦେଶର ସ୍ପଷ୍ଟ ହୋଇନାହିଁ। ସେହିପରି ମୃତକଙ୍କ ମଧ୍ୟରେ କେତେ ଜଣ ଯାତ୍ରୀ ଅଛନ୍ତି କିମ୍ବା କ୍ରୁ ସଦସ୍ୟ ଅଛନ୍ତି, ସେନେଇ ମଧ୍ୟ କୌଣସି ସୂଚନା ମିଳିନାହିଁ। 

Advertisement

Leave a Reply

Your email address will not be published. Required fields are marked *