Pratidin TV

Odisha's Digital News Platform

ନିଆଳିରେ ଅଦ୍ଭୂତ ଦୃଶ୍ୟ , ମାଟି ତଳୁ ବାହାରୁଛି ଗରମ ପାଣି …

1 min read

ଏହା କେମିତି ସମ୍ଭବ। ଯିଏ ଦେଖୁଛି ସିଏ ଆଚମ୍ବିତ ହେଉଛି । କାରଣ ମାଟିତଳୁ ମାଟି ତଳୁ ବାହାରୁଛି ୯୦ ଡିଗ୍ରୀ ସେଲସିୟସର ତତଲା ପାଣି । ପାଣି ଏତେ ଗରମ ଯେ, ହାତ ମାରିଲେ ସିଝିଯିବ । ମାଟି ତଳୁ ବାହାରୁଛି ଟକମକ ହୋଇ ଫୁଟୁଥିବା ଗରମ ପାଣି । ଦେଖିବା ପାଇଁ ଲୋକଙ୍କର ଭିଡ ବି ଜମୁଛି ।

ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ନିଆଳି ତହସିଲ ଅନ୍ତଗତ ଜଲ୍ଲାରପୁର ପଞ୍ଚାୟତ ଟୋଲାଗୋପିନାଥପୁର ୧୪ ନମ୍ବର ଓ୍ବାର୍ଡ ର ସାରୁଆ ସାହିରେ । ମେନ ରୋଡରୁ ଗ୍ରାମକୁ ଯାଇଥିବା ସିସି ରୋଡ କୈଳାସ ସାହୁ ବିଲରେ। ଗତକାଲି ପିଲାମାନେ ସେହିସ୍ଥାନ ରେ ଖେଳୁଥିବା ସମୟରେ ବାମ୍ଫ ବାହାରିଲା ଏବଂ ପୋଡାଳିଆ ଗ୍ୟାସ ହେଲା। ଆଜି ଗ୍ରାମବାସୀ ମାନେ ଆସି ସେହି ଯାଗାକୁ ଖେଳିଲେ। ସେଠାରୁ ଫୁଟନ୍ତା ପାଣି ବାହାରିଲା।ସେହି ପାଣିରେ ହାତ ମାରିବାରୁ ହାତ ଫୋଟକା ହୋଇଯାଛି ।

Advertisement

ଏବେ ଲୋକେ ଦେଖିବାକୁ ସେଠାରେ ନାହିଁ ନଥିବା ଭିଡ ଜମାଇଛନ୍ତି । ଆଜି ନିଆଳି ବିଡିଓ ଜଗଦିଶ ସଡଙ୍ଗୀ ଓ ନିଆଳି ବ୍ଲକ ଅଧ୍ଯକ୍ଷ ଉମେଶ ଚନ୍ଦ୍ର ବେହେରା ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧାନ କରି ଜିଲ୍ଲା ପ୍ରଶାସନ କୁ ଫୋନ ଯୋଗାଯୋଗ କରିଛନ୍ତି। ୯୦ ଡିଗ୍ରୀ ପର୍ଯ୍ୟନ୍ତ ଗରମ ପାଣି ବାହାରୁଛି । ଏହା ଭୌତିକ ପରିବର୍ତ୍ତନ, ନାଁ ଅଲୋକିକ ଶକ୍ତି କିମ୍ବା ଅନ୍ୟ କେଉଁ କାରଣରୁ ଏଭଳି ହେଉଛି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡ଼ିନି ।

Leave a Reply

Your email address will not be published. Required fields are marked *