Pratidin TV

Odisha's Digital News Platform

ଓୟୁଏଟିରେ ପଞ୍ଚ ଦିବସୀୟ ବ୍ୟାପି ଛତୁ ଚାଷ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

1 min read

ଚଳିତ ମାସ ୨୩ ତାରିଖରୁ ୨୭ ତାରିଖ ପର୍ଯ୍ୟନ୍ତ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ ଅଧିନସ୍ଥ ସର୍ବ ଭାରତୀୟ ସମନ୍ୱିତ ଛତୁ ଗବେଷଣା ପ୍ରକଳ୍ପରେ ଛତୁ ଚାଷ ସମ୍ପର୍କୀୟ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇ ଯାଇଛି । ଏଥିରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଆସିଥିବା ୩୫ ଜଣ ପ୍ରଶିକ୍ଷାର୍ଥଙ୍କୁ ପାଳ ଛତୁ, ଧିଙ୍ଗିରି ଛତୁ, ଦୁଧ ଛତୁ, ବୋତାମ ଛତୁ ଚାଷ , ଛତୁ ରୁ ମୂଲ୍ୟଯୁକ୍ତ ପଦାର୍ଥ ର ପ୍ରସ୍ତୁତି ପ୍ରଣାଳୀ ତଥା ଆନୁଷଙ୍ଗିକ ବିଷୟରେ ବ୍ୟବହାରିକ ତାଲିମ ପ୍ରଦାନ କରା ଯାଇଥିଲା ।

ନୂଆ କରି ଓୟୁଏଟି ରେ ଚାଷ କରାଯାଉଥିବା ଔଷଧୀୟ ଛତୁ ଗାନୋଡର୍ମା ଉପରେ ମଧ୍ୟ ଆବଶ୍ୟକୀୟ ସୂଚନା ପ୍ରଦାନ କରା ଯାଇଥିଲା ।ପ୍ରକଳ୍ପର ମୁଖ୍ୟ ବୈଜ୍ଞାନିକ ଡ଼. ବିକ୍ରମ କେଶରୀ ପାଣିଙ୍କ ସହିତ ଡ଼. ଅନୀତା ପ୍ରିୟଦର୍ଶିନୀ ଏହି ତାଲିମ କାର୍ଯକ୍ରମକୁ ପରିଚାଳନା କରିଥିଲେ ।

Advertisement

ଉଦଯାପନ ସମାରୋହରେ ଅତିଥି ଭାବରେ ଯୋଗଦାନ କରି ଯୋଜନା, ସମନ୍ୱୟ ଓ ମୂଲ୍ୟାୟନ ବିଭାଗର ନିର୍ଦ୍ଦେଶକ ପ୍ରଫେସର ଡ଼. ଦୟାନିଧି ମିଶ୍ର, ଛାତ୍ର କଲ୍ୟାଣ ଡିନ୍ ପ୍ରଫେସର ଡ଼. ଲକ୍ଷ୍ମଣ କୁମାର ବାବୁ ଛତୁ ଚାଷକୁ ଏକ ଉଦ୍ୟୋଗ ଭାବରେ ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ ଏବଂ ଶେଷରେ ଉତ୍ତୀର୍ଣ୍ଣ ପ୍ରଶିକ୍ଷାର୍ଥମାନଙ୍କୁ ପ୍ରମାଣପତ୍ର ବଣ୍ଟନ କରିଥିଲେ ।

Leave a Reply

Your email address will not be published. Required fields are marked *