Pratidin TV

Odisha's Digital News Platform

ବିଲ୍ ପାସ୍ କରୁନଥିଲେ ବ୍ଲକ ଆସିଷ୍ଟାଣ୍ଟ ଇଞ୍ଜିନିୟର ବାବୁ , ଗୋଡ଼ ଧରି ନେହୁରା ହେଲେ ସରପଞ୍ଚ

1 min read

ଅନୁଗୁଳ ; ବିନା ଲାଞ୍ଚରେ ହେଉନି ଆଠମଲ୍ଲିକ ବ୍ଲକରେ ବିଲ୍ ପାସ୍। ବିଲ୍ ହେବା ପୂର୍ବରୁ ପିସି ଦେବାକୁ ପଡ଼ିବ। ନ ହେଲେ ବର୍ଷ ବର୍ଷ ଧରି ନାଲି ଫିତା ତଳେ ଚାପି ହୋଇ ରହିଯିବ ଫାଇଲ। ଆଠମଲ୍ଲିକ ବ୍ଲକର ଆସିଷ୍ଟାଣ୍ଟ ଇଞ୍ଜିନିୟର ରାମଚନ୍ଦ୍ର ଶତପଥୀ ବିନା ପିସି ରେ ବିଲ୍ କରୁନଥିବା ଅଭିଯୋଗ ହୋଇଛି।

ବ୍ଲକ ଆସିଷ୍ଟାଣ୍ଟ ଇଞ୍ଜିନିୟର ରାମଚନ୍ଦ୍ର ଶତପଥୀ

Advertisement

ଶୁକ୍ରବାର କୁଦଗାଁ ପଞ୍ଚାୟତ ସରପଞ୍ଚ ସିଦ୍ଧାର୍ଥ ଶଙ୍କର କ୍ଷେତି ଯନ୍ତ୍ରୀଙ୍କ ଗୋଡ଼ ଧରିବା ଚର୍ଚ୍ଚାର ବିଷୟ ପାଲଟିଛି। ସରପଞ୍ଚଙ୍କ ଅଭିଯୋଗ ଅନୁଯାୟୀ କୁଦଗାଁ ପଞ୍ଚାୟତ ରେ ବହୁ ଉନ୍ନତିମୂଳକ କାର୍ଯ୍ୟର ବିଲ୍ ହୋଇ ନାହଁ। ଚନ୍ଦ୍ରପୁର ଗାଁ ମୁଣ୍ଡ ଠାରୁ ପିଢ ପର୍ଯ୍ୟନ୍ତ ରାସ୍ତାର ଉନ୍ନତିକରଣ ପାଇଁ ୮ ଲକ୍ଷ ୧୦ ହଜାର ଟଙ୍କା,ଏନଆରଜିଏସ ଅଟକଳ କରାଯାଇଥିଲା। ପ୍ରାୟ ଢେଲ ଲକ୍ଷ ଟଙ୍କାର କାମ ଶ୍ରମିକ ମାନେ କରିଥିଲେ ମଧ୍ୟ ମାତ୍ର ୬୫ ହଜାର ଟଙ୍କା ବିଲ୍ ହୋଇଛି। ଶ୍ରମିକଙ୍କ ଠାରୁ ପାରିଶ୍ରମିକ ଆଣି ପିସ ଦେବାକୁ ରାଜି ନ ହେବାରୁ ସେହି କାର୍ଯ୍ୟକୁ ସମାପ୍ତି କରି ଦେଇଥିବା ସେ ଅଭିଯୋଗ କରିଛନ୍ତି। ସେହିପରି ଲାଉପାଳ ମନ୍ଦିର ପାର୍ଶ୍ଵ WDC ରାସ୍ତା ଠାରୁ କାନପୁର ପର୍ଯ୍ୟନ୍ତ ରାସ୍ତା ପାଇଁ ୫ ଲକ୍ଷ ଟଙ୍କା ଅଟକଳ ହୋଇଥିଲା। ପ୍ରାୟ ୧ ଲକ୍ଷ ୬୦ ହଜାର ଟଙ୍କା ଶ୍ରମିକ ମାନେ କାର୍ଯ୍ୟ କରିଥିଵା ବେଳେ ମାତ୍ର ୩୫ ହଜାର ଟଙ୍କା ବିଲ୍ ହୋଇଛି।

ସରପଞ୍ଚ

ତେଣ୍ଠେଇପାଳି ବନ୍ଧର ସୈ।ନ୍ଦର୍ଯ୍ୟ କରଣ ପାଇଁ ୨୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା। ପ୍ରାୟ ୩ ଲକ୍ଷ ଟଙ୍କାର କାମ ହୋଇ ଥିବା ବେଳେ ୨ ଲକ୍ଷ ୨୦ ହଜାର ଟଙ୍କା ବିଲ୍ ହୋଇଛି। ପର୍ଯ୍ୟାୟ କ୍ରମେ ପିସ ଦେଇନଥିବାରୁ ଅବଶିଷ୍ଟ ବିଲ୍ କରାଯାଇନଥିବା ଏବଂ ସମସ୍ତ ପ୍ରକଳ୍ପକୁ ଅଧାରୁ ବନ୍ଦ କରାଯାଇଥିବା ସେ ଅଭିଯୋଗ କରିଛନ୍ତି।କାମ କରିଥିବା ଦିନ ମଜୁରିଆ ମାନେ ତାଙ୍କୁ ଧଡପଗଡ କରୁଥିବାରୁ ସରପଞ୍ଚ କୈାଣସି ଉପାୟ ନପାଇ ବାଧ୍ୟ ହୋଇ ବ୍ଲକ ଅଫିସର ଆସିଷ୍ଟାଣ୍ଟ ଇଞ୍ଜିନିୟଙ୍କ ପାଖରେ ପହଞ୍ଚି ବିଲ୍ ପାସ୍ କରିବାକୁ ନେହୁରା ହୋଇ ହାତ ଗୋଡ଼ ଧରି ମୁଣ୍ଡିଆ ମାରିଥିଲେ। ଶିଘ୍ର ବିଲ୍ ପାସ୍ କରାଇଦେଲେ ଲୋକ ମାନେ ତାଙ୍କ ପାରିଶ୍ରମିକ ପାଇପାରିବେ ବୋଲି କହିଛନ୍ତି। ବିଭିନ୍ନ ପ୍ରକଳ୍ପ କାହିଁକି ଅଧାରୁ ବନ୍ଦ କରାଯାଇଛି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।

Leave a Reply

Your email address will not be published. Required fields are marked *