Pratidin TV

Odisha's Digital News Platform

ଗଣେଶ ଭସାଣି ବେଳେ ଅଘଟଣ , ନିଆଁ ଲାଗି ୨୨ ବର୍ଷର ଯୁବକ ଗୁରୁତର ।

1 min read

ଖୋର୍ଦ୍ଧା ; ବିଘ୍ନ ବିନାଶକ ପ୍ରଭୁ ଶ୍ରୀ ଗଣେଶଙ୍କ ଭସାଣି ରେ ଅଘଟଣ । ଅଘୋରୀ ନୃତ୍ୟ କରୁଥିବା କଳାକାର ପେଟ୍ରୋଲ ସଂସ୍ପର୍ଶରେ ଆସି ଗୁରୁତର । ତେବେ ଗୁରୁତର ଅବସ୍ଥାରେ ସ୍ଥାନୀୟ ଯୁବକ ସହାୟତାରେ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯିବା ପରେ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ୱର କୁ ସ୍ଥାନାନ୍ତର କରାଯାଇଛି । ଏଭଳି ଏକ ଭୟଙ୍କର ଘଟଣା ଘଟିଯାଇଛି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଚଣ୍ଡେଶ୍ୱରରେ ।

ଗତକାଲି ରାତିରେ ଚଣ୍ଡେଶ୍ୱର ବଜାରରେ ଚାଲିଥିଲା ପ୍ରଭୁ ଶ୍ରୀ ଗଣେଶଙ୍କ ଭସାଣି ଶୋଭାଯାତ୍ରା । ଏଥିରେ ଡିଜେ ପରିଵର୍ତ୍ତେ ପାରମ୍ପରିକ ନୃତ୍ୟ ଗୀତ ପରିବେଷଣ ଚାଲିଥିଲା । ଏହି ପାରମ୍ପରିକ ନୃତ୍ୟ ଦଳରେ ସାମିଲ ହୋଇ ନୃତ୍ୟ ପ୍ରଦର୍ଶନ କରୁଥିଲେ ଅଘୋରୀ ନୃତ୍ୟ ଦଳ । ପେଟ୍ରୋଲ ରେ ନିଆଁ ଲଗାଇ ବିଭିନ୍ନ ନୃତ୍ୟ ପ୍ରଦର୍ଶନ କରୁଥିବା ବେଳେ ଅକସ୍ମାତ ପେଟ୍ରୋଲ ରୁ ନିଆଁ ଲାଗି କଳାକାର ଙ୍କ ମୁହଁ କୁ ନିଆଁ ବ୍ୟାପି ଯାଇଥିଲା ।

Advertisement

ଫଳରେ କଳାକାରଙ୍କ ମୁହଁ ଓ ଛାତିର ଅଧିକାଂଶ ଅଂଶ ପୋଡି ଯାଇଥିଲା । ତେଣୁ ସ୍ଥାନୀୟ ଯୁବକ ମାନେ ଗୁରୁତର ଅବସ୍ଥାରେ କଳାକାରଙ୍କୁ ଉଦ୍ଧାର କରି ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଗୁରୁତର ହୋଇଥିବା କଳାକାରଙ୍କ ନାମ ରୋହିତ କୁମାର ପାତ୍ର , ୨୨ ବର୍ଷ ଘର ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ରତନ ପୁର ଗ୍ରାମରେ ବୋଲି ଜଣା ପଡିଛି ।

Leave a Reply

Your email address will not be published. Required fields are marked *