Pratidin TV

Odisha's Digital News Platform

ଏ ଟଙ୍କା କାହାର ? ରାଜଧାନୀରେ ଚେକିଂ ବେଳେ କାର ରୁ ମିଳିଲା ପୁଳା ପୁଳା ଟଙ୍କା …

1 min read

ରାତି ଅଧରେ ରାଜଧାନୀର ଗାଡ଼ି ଭିତରୁ ମିଳିଲା ପୁଳା ପୁଳା ଟଙ୍କା । ଭୁବନେଶ୍ବରରେ ଗତକାଲି ରାତିରେ ଗାଡି ଚେକିଂ ବେଳେ ମିଳିଲା ପୁଳା ପୁଳା ଟଙ୍କା । ବନେଶ୍ୱର କମିଶନରେଟ ପୋଲିସର କଡା ଚେକିଙ୍ଗ୍ ବେଳେ ଓମ୍ଫେଡ୍ ଛକରୁ ଧରା ପଡ଼ିଲା ଅମାନିଆ ଚାଳକ । ଚାଳକ ଜଣକ ମଦ୍ୟପାନ କରି ଗାଡ଼ି ଚଳାଉଥିବା ବେଳେ ଦ୍ରୁତଗତିରେ ପୋଲିସ ବ୍ୟରିକେଟ୍‌କୁ ପିଟିଥିଲେ । ଏଥିରେ ଗାଡ଼ିର ବାମ୍ଫର୍ ଚୁରମାର ହୋଇଯାଇଛି ।

ଏହାକୁ ନେଇ ପୋଲିସ ଚାଳକଙ୍କ ବ୍ରିଥ୍ ଅନାଲାଇଜର ଟେଷ୍ଟିଂ କରିବା ପରେ ଚାଳକ ପ୍ରବଳ ମଦ ନିଶାରେ ରହିଥିବା ଦେଖିବାକୁ ମିଳିଛି । ଏହା ପରେ ଗାଡ଼ି ଭିତରେ ଛାନଭିନ କରିବା ପରେ ଗାଡ଼ି ଭିତରୁ ଜବତ ହୋଇଛି 5 ଲକ୍ଷ ଟଙ୍କା । ଗାଡ଼ି ଅଟକ ରଖି ଟଙ୍କା ଜବତ କରିଛି ପୋଲିସ । ଅନ୍ୟପଟେ ଚେକିଂ ବେଳେ କାର ଦୁର୍ଘଟଣା ଘଟାଇ ଥିବା ପୋଲିସ କହିଛି । ପୋଲିସ ବ୍ୟାରିକେଡକୁ ପିଟି ଗାଡ଼ିଟି ଭାଙ୍ଗିରୁଜି ଯାଇଛି । ଗାଡ଼ିକୁ ଜବତ କରି ଥାନା ନିଆଯାଇଥିବା ପୋଲିସ କମିଶନର ସୂଚନା ଦେଇଛନ୍ତି । ଏହା ସହିତ ଏତେ ଟଙ୍କା କେଉଁଠୁ ଆସିଲା ସେନେଇ ଯୁବକକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।

Advertisement

Leave a Reply

Your email address will not be published. Required fields are marked *