Pratidin TV

Odisha's Digital News Platform

ଗାଡି ଧିରେ ଚଳାଇବାକୁ କହିବାରୁ , ପୋଲିସ କଷ୍ଟେବଳଙ୍କ ଉପରେ କାର୍ ଚଢାଇଦେଲେ ଯୁବକ ।

1 min read

ଗତକାଲି ବିଳମ୍ବିତ ରାତିରେ ଜାତୀୟ ରାଜଧାନୀର ନାଙ୍ଗଲୋଇ ଅଞ୍ଚଳରେ ଏକ କାର ଜଣେ ୩୦ ବର୍ଷିୟ ପୋଲିସ କନଷ୍ଟେବଳଙ୍କୁ ରାସ୍ତାରେ ଟାଣି ଆଣିବା ପରେ ତାଙ୍କ ମୃତ୍ୟୁ ଘଟିଛି।

ସୂଚନା ଅନୁଯାୟୀ କଷ୍ଟେବଳ ସନ୍ଦୀପ ପାଟ୍ରୋଲିଂ ଡ୍ୟୁଟିରେ ଥିଲେ। ଯେତେବେଳେ ସେ ଏକ ୱାଗନ୍ର କାର ଅତି ସ୍ପିଡ୍‌ରେ ତାଙ୍କ ବାଇକକୁ ଅତିକ୍ରମ କରିବାକୁ ଚେଷ୍ଟା କଲା ସେତେବେଳେ ସନ୍ଦୀପ ବାଇକ୍‌ରେ କାର୍ ପାଖକୁୁ ଯାଇ ଗାଡି ଯାଞ୍ଚ ପାଇଁ ରୋକିବାକୁ କହିଥିଲେ । କିନ୍ତୁ କାର ଚଳାଉଥିବା ଯୁବକ ଜଣଙ୍କ ଗାଡି ରଖିବା ପରିବର୍ତ୍ତେ ସନ୍ଦୀପଙ୍କ ବାଇକ୍ କୁ ଧକ୍କା ଦେଇଥିଲା । ଆଉ ବାକ୍‌କୁ ପ୍ରାୟ ୧୦ ମିଟର ଯାଏଁ ଘୋଷାଡି ନେଇଥିଲା । ତେବେ ସନ୍ଦୀପଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବା କାରଣରୁ ଘଟଣା ସ୍ଥଳରେ ତାଙ୍କ ମୃତ୍ୟୁ ହୋଇଛି । ତେବେ ଏହି ପୁରା ଘଟଣା ନିକଟରେ ଥିବା ଏକ ସିସିଟିଭିରେ କଏଦ୍ ହୋଇଛି ।

Advertisement

ସମୃକ୍ତ ଘଟଣାର ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ସନ୍ଦୀପ ଅଟକାଇଥିବା ଗାଡିରେ ଚୋରା ମଦ ଥିଲା । ଯେଊଁଥିପାଇଁ ସେଥିରେ ଥିବା ଯୁବକ ଗାଡି ନଅଟକାଇ ସନ୍ଦୀପଙ୍କୁ ଧକ୍କା ଦେଇଥିଲା । ଯାହାଫଳରେ ସନ୍ଦୀପଙ୍କ ମୃତ୍ୟୁ ଘଟିଛି । ତେବେ ସିସିଟିଭିରୁ ସମୃକ୍ତ ତଥ୍ୟ ବାହାରକରି ପୋଲିସ ସେହି ମଦ ସପ୍ଲାଏର୍ କାର୍କୁ ଜବତ କରିଛି କିନ୍ତୁ କାର୍ ଚଳାଉଥିବା ଡ୍ରାଇଭର ଜଣଙ୍କ ଫେରାର୍ ମାରିଛନ୍ତି ।

Leave a Reply

Your email address will not be published. Required fields are marked *