Pratidin TV

Odisha's Digital News Platform

ଘର ଉପରକୁ ଚଢିଗଲା କାର୍ ,ପରିବାରର ୨ ଆହତ …

1 min read

ଭାରସାମ୍ୟ ହରାଇ ଘରକୁ ପଶିଲା ବେଲେନୋ ଗାଡି (OD 33Z 8757) । ମରଣ ମୁହଁରୁ ଅଳ୍ପକେ ବର୍ତ୍ତିକଲେ ପରିବାରର ୫ ସଦସ୍ୟ କିନ୍ତୁ ଆଉ ୨ ଜଣ ଆହତ ହୋଇଥିବା ଜଣାପଡିଛି । ସୋନପୁର-ବିନିକା ମୁଖ୍ୟରାସ୍ତା ସଂସାମୁରା ଛକରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି ।

ସୂଚନା ଅନୁଯାୟୀ ଆଜି ସକାଳେ ସୋନପୁର ଆଡ଼ୁ ଦ୍ରୁତ ଗତିରେ ଏକ କାର୍ ଆସି ରାସ୍ତାକଡ଼ରେ ଥିବା ସଂସାମୁରା ଗାଁର ଦୁର୍ଯ୍ୟୋଧନ ସାଥୁଆଙ୍କ ମାଟି ଘର ଭିତରକୁ ପଶିଯାଇଥିଲା। କାର୍ ଧକ୍କାରେ ମାଟି ଘରଟି ଭାଙ୍ଗି ଚୁରମାର ହୋଇଯାଇଥିଲା।
ଘଟଣା ସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଥିବା ବେଳେ ମହାଦେବପାଲି ଫାଣ୍ଡି ପୋଲିସ ଘଟଣା ସ୍ଥଳରେ ପହଂଚି ଗାଡିକୁ ଜଗିଛି ।

Advertisement

ବିନିକା ଥାନା ପୋଲିସ ପହଂଚିବାପରେ ମାଜିଷ୍ଟ୍ରାଟ ଙ୍କ ଉପସ୍ଥିତିରେ ଗାଡିକୁ ଖୋଲାଯିବ ବୋଲି ସୂଚନା ମିଳୁଛି । ତେବେ କାରରେ ନିଶା ଦ୍ରବ୍ୟ ଥିବା ସନ୍ଦେହ କରାଯାଉଛି । ପରିବାରର ଦୁଇଜଣ ସାମାନ୍ୟ ଆହତ ହୋଇଥିବା ବେଳେ ତାଙ୍କୁ ଚିକିତ୍ସା କରିବା ପାଇଁ ଡାକ୍ତରଖାନା କୁ ନିଆଯାଇଛି ।

Leave a Reply

Your email address will not be published. Required fields are marked *