Pratidin TV

Odisha's Digital News Platform

ଆଜିଠୁ ଆକାଶରେ ଦେଖାଯିବ ଦୁଇଟି ଚନ୍ଦ୍ର …

1 min read

ମହାକାଶରେ ଦେଖାଯିବ ବିରଳ ଦୃଶ୍ୟ । ଆଜିଠୁ ଆକାଶରେ ଦେଖାଯିବ  ଦୁଇଟି  ଜହ୍ନ । ପୃଥିବୀର ନିକଟ କକ୍ଷପଥରେ ପରିକ୍ରମା କରିବ ।  ଏହାକୁ ‘ମିନି ମୁନ୍‌ ବା 2024 PT5’ ବୋଲି କୁହାଯାଉଛି । ଏହି ମିନି ମୁନକୁ ଖାଲି ଆଖିରେ ଦେଖି ହେବ ନାହିଁ  । ଏଥିଲାଗି କୌଣସି ହାଇ-ପାୱାର ଟେଲିସ୍କୋପର ଆବଶ୍ୟକତା ପଡ଼ିବ ।

ଏହି ଆଷ୍ଟେରଏଡ (ସୂର୍ଯ୍ୟଙ୍କ ଚାରିପାଖରେ ଘୁରୁଥିବା ଛୋଟ ପଥର ଖଣ୍ଡ ଆଦିର ପିଣ୍ଡ) ମାତ୍ର 10ମିଟରର ହୋଇଥିବା ବେଳେ ଏହାକୁ ଚଳିତ ବର୍ଷ ଅଗଷ୍ଟ ମାସରେ ଖୋଜି ବାହାର କରାଯାଇଥିଲା । ରିପୋର୍ଟ ଅନୁସାରେ, ମିନି-ମୁନ ହେଉଛି ଏକ ଆଷ୍ଟେରଏଡ (Asteroid) । ଏହା ପୃଥିବୀର ମାଧ୍ୟାକର୍ଷଣ ଶକ୍ତି ଯୋଗୁଁ ଗ୍ରହର ଚାରିପାଖକୁ ଚାଲିଆସେ । ଏହା ସେତେ ପର୍ଯ୍ୟନ୍ତ ପୃଥିବୀର କକ୍ଷରେ ଘୁରି ବୁଲୁଥାଏ, ଯେତେ ପର୍ଯ୍ୟନ୍ତ ଏହା ଦୂରକୁ ଚାଲି ଯାଇନାହିଁ । ପୃଥିବୀର କକ୍ଷପଥରେ ପ୍ରବେଶ କରୁଥିବା ଏଭଳି ମିନି-ମୁନକୁ ଦେଖିବା ମୁସ୍କିଲ । କାରଣ ଏହା ଆକାରରେ ବହୁ ଛୋଟ ହୋଇଥିବା ବେଳେ ମହାକାଶରେ ଅନ୍ଧାର ଯୋଗୁଁ ଭଲ ଭାବେ ଦୃଶ୍ୟମାନ ହୋଇନଥାନ୍ତି ।

Advertisement

ସୂଚନା ଅନୁଯାୟୀ, ବୈଜ୍ଞାନିକମାନେ ଏହାକୁ ଚଳିତ ବର୍ଷ ଅଗଷ୍ଟରେ ଆବିଷ୍କାର କରିଥିଲେ। ସେପ୍ଟେମ୍ବର 29 /ଆଜିଠୁ ନଭେମ୍ବର 25 ପର୍ଯ୍ୟନ୍ତ ଏହା ପୃଥିବୀର ମାଧ୍ୟାକର୍ଷଣ ଶକ୍ତି ଦ୍ୱାରା ପ୍ରଭାବିତ ହେବ। ଏହି ଅବଧି ମଧ୍ୟରେ ଏହି ଗ୍ରହ ପୃଥିବୀ ଚାରିପଟେ ଘୁରି ବୁଲିବ, କିନ୍ତୁ ପରିକ୍ରମା ସଂପୂର୍ଣ୍ଣ କରିପାରିବ ନାହିଁ।

Leave a Reply

Your email address will not be published. Required fields are marked *