Pratidin TV

Odisha's Digital News Platform

ମୁଖ୍ୟମନ୍ତ୍ରୀ କଲେ ଘୋଷଣା , ସ୍ମିତାରାଣୀଙ୍କ ମୃତ୍ୟୁ ରହସ୍ୟ ଉପରୁ ଉଠିବ ପରଦା …

1 min read

ବହୁ ଚର୍ଚ୍ଚିତ ସ୍ମିତାରାଣୀ ହତ୍ୟାକାଣ୍ଡର ହେବ ପୁଣିଥରେ ତଦନ୍ତ । ପୁଣି ଥରେ ଖୋଲିବ ସ୍ମିତାରାଣୀ ଙ୍କ କେସ ଫାଇଲ । ଦୋଷୀ ମାନଙ୍କୁ ମିଳିବ କଠୋର ରୁ କଠୋର ଦଣ୍ଡ ।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ଯାଜପୁର ଜିଲାର ବଡ଼ଚଣା ନିର୍ବାଚନମଣ୍ଡଳୀ ଗସ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ମନ୍‌ କି ବାତ୍‌ ’ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ମୁଖ୍ୟମନ୍ତ୍ରୀ ସମିଆ ପଞ୍ଚାୟତର ଆଦିବାସୀ ଗ୍ରାମ ବୁଢ଼ାକେନ୍ଦୁଆ ଯାଇଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଧର୍ମଶାଳା ପିଇଓ ସ୍ମିତାରାଣୀ ମୃତ୍ୟୁ ମାମଲାର ତଦନ୍ତ ହେବ ବୋଲି କହିଛନ୍ତି। ଭାଜପାର ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଏହି ବଡ଼ ଘୋଷଣା କରିଛନ୍ତି।

ସେ କହିଛନ୍ତି, ଯିଏ ବି ଦୋଷୀ ଥିବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ। ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଦଣ୍ଡ ଦିଆଯିବ। ନାରୀକୁ କେତେ ସମ୍ମାନ ଦେଇଛନ୍ତି, ତାହା ଆମେ ଦେଖିଛୁ। ଧର୍ମଶାଳା ପିଇଓ ସ୍ମିତାରାଣୀଙ୍କୁ ନିର୍ମମ ଭାବେ ହତ୍ୟା କରାଗଲା। ନ୍ୟାୟ ଦେବା ପରିବର୍ତ୍ତେ କୁଜି ନେତାଙ୍କୁ ଘଣ୍ଟ ଘୋଡ଼ାଇ ରଖିଲେ ବୋଲି କଡ଼ା ଟାର୍ଗେଟ୍‌ କରି କହିଛନ୍ତି ମୋହନ। ଏହା ସହିତ ସେ କହିଛନ୍ତି ଯାଜପୁର ଜଣେ ନେତା କାଳେ ସରକାରଙ୍କୁ ଚଳାଇଥିଲେ। ନିଜର ପତିଆର ଜାହିର କରିବା ପାଈଁ ଜଣେ ନେତା ନିଜକୁ ନବୀନ ବାବୁଙ୍କ କ୍ରିତ ଦାସ କହୁଥିଲେ। ଯାଜପୁରର ୩ ଟି ପାରିବାର ଯାଜପୁର କୁ ଲୁଟିଛନ୍ତି। ଯାଜପୁର ବିଜେଡ଼ି ଉପରେ ବର୍ଷିଛନ୍ତି ମୋହନ ମାଝୀ।

Advertisement

Leave a Reply

Your email address will not be published. Required fields are marked *