Pratidin TV

Odisha's Digital News Platform

ଦରକାର ନାହିଁ ଦାମୀ ସ୍କିନ କେୟାର , ଘରେ ବନାଇ ଲଗାନ୍ତୁ ଏହି ୪ ଫେସ୍ ପ୍ୟାକ୍ ।

1 min read

ନିଜ ମୁହଁରୁ ବ୍ରଣ,ଦାଗ ମୁକ୍ତ ସହ ଗୋରା ବନାଇବାକୁ ଆଜିର ପୀଢି କେତେ କେତେ ଦାମୀ ସେରେମ୍ , ମଏଶ୍ଚରାଇଜର ତା ସହ ସନ୍ ସ୍କ୍ରିନ୍ , ନାଇଟ୍ କ୍ରିମ୍ ଇତ୍ୟାଦି ବ୍ୟବହାର କରୁଛନ୍ତି । କିନ୍ତୁ ତଥାପି ଅନେକଙ୍କ ମନରେ କିନ୍ତୁ ପରନ୍ତୁ ରହିଯାଉଛି ବା ଆମେ ଏମିତି କହିବା ଯେ ସବୁ ଜିନିଷ ସମସ୍ତଙ୍କ ଉପରେ ଠିକ୍ ଭାବେ କାର୍ଯ୍ୟ କରୁନାହିଁ । ତେଣୁ ଆଜି ଆମେ ଆପଣଙ୍କୁ କିଛି ଘରୋଇ ଫେସପ୍ୟାକ୍ ବିଷୟରେ କହିବୁ ଯାହାକୁ ଆମ ମାନଙ୍କ ମା , ଜେଜେମା ଆଉ ଆଈ ମା ମାନେ ମଧ୍ୟ ବ୍ୟବହାର କରିଆସୁଥିଲେ । ଯାହାର କିଛି ସାଇଡ୍ ଇଢେକ୍ଟ ନଥାଏ । ଆଉ ଆଜିବି ଜେଜେମା ,ମା ,ଆଈମା ମାନଙ୍କ ମୁହଁରେ ଗୋଟିଏ ବି ଦାଗ ଦେଖିବାକୁ ମିଳେନାହିଁ । ଏହି ଫେସ ପ୍ୟାକ୍‌କୁ ଠିକ୍ ଭାବେ ବ୍ୟବହାର କଲେ ଏହା କିଛିଦିନରେ ତାର ପ୍ରଭାବ ଦେଖାଇଥାଏ । ଯେପରି ଆପଣଙ୍କ ମୁହଁର ବ୍ରଣ,ଦାଗ ଇତ୍ୟାଦିକୁ ଦୂର କରିବା ସହ ଚେହେରାର ରଙ୍ଗ ବଦଳାଇଥାଏ ।

ଦହି ହଳଦୀ – ୨ ଚାମଚ ଦହିରେ ଅଧା ଚାମଚ ହଳଦୀ ମିଶାଇ ଲଗାଇବା ଦ୍ୱାରା ମୁହଁରୁ ବ୍ରଣ ଓ କଳାଦାଗ ଦୂର ହୋଇଥାଏ । ଏହା ଛଡା ମୁହଁର ରଙ୍ଗ ମଧ୍ୟ ବଦଳିଥାଏ ।
ହଳଦୀ ମହୁ-ଏକ ଚାମଚ ହଳଦୀରେ ୨ ଚାମଚ ମହୁ ମିଶାଇ ମୁହଁରେ ଲଗାନ୍ତୁ ଏବଂ ୧୫ ମିନିଟ୍ ରଖିବା ପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ । ଏହାଦ୍ୱାରା ମୁହଁରେ ପଡିଥିବା ବୟସ ରେଖା ଦୂର ହେବ ।
କଫି ମହୁ-ଏହି ଫେସପ୍ୟାକ୍ ବନାଇବା ପାଇଁ ଗୋଟେ ଚାମଚ କଫିରେ ଗୋଟେ ଚାମଦ ମହୁ ଭଲରେ ମିଶାଇ ତାକୁ ମୁହଁରେ ଲଗାନ୍ତୁ ଏବଂ ୨୦ ମିନିଟ୍ ପରେ ଧୋଇ ଦିଅନ୍ତୁ । ଏହାଦ୍ୱାରା ମୁହଁର କଳାପଣ ଦୂର ହୁଏ ଏବଂ ସନ୍ ଟ୍ୟାନ୍ ମଧ୍ୟ ।
କଦଳୀ କ୍ଷୀର- ଗୋଟେ ପାଚିଲା କଦଳୀ ସହ ଆବଶ୍ୟକ ଅନୁଯାୟୀ କଞ୍ଚାକ୍ଷିର କୁ ମିଶାଇ ଭଲସେ ଗ୍ରାଇଣ୍ଡ କରିଦିଅନ୍ତୁ । ଆଉ ସେହି ପେଷ୍ଟକୁ ମୁହଁରେ ୨୦ ମିନିଟ୍ ଯାଏ ଲଗାଇ ରଖନ୍ତୁ । ଏହା ଦ୍ୱାରା ଆପଣଙ୍କ ଓପନ ପୋର୍ସ ବନ୍ଦ ହେବ ଏବଂ ମୁହଁ ଚମକିବ ।

Advertisement

Leave a Reply

Your email address will not be published. Required fields are marked *