Pratidin TV

Odisha's Digital News Platform

ଭାଷଣ ଦେଉ ଦେଉ ଅସୁସ୍ଥ ହୋଇପଡ଼ିଲେ ଖାର୍ଗେ , କହିଲେ ମୋଦିଙ୍କୁ ହରେଇବା ଯାଏ ମୁଁ ବଞ୍ଚିବି..

1 min read

କଶ୍ମୀର ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ବେଳେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ୍ ବିଗିଡ଼ିଯାଇଥିଲା । ତେବେ ପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିଥିଲା ।

ସୂଚନା ଅନୁସାରେ କଠୁଆ ଜିଲ୍ଲାର ଜସରୋତାଠାରେ ସେ ଏକ ଜନସଭାରେ ଭାଷଣ ଦେଉଥିବାବେଳେ ସେ ଅସୁସ୍ଥ ହୋଇପଡ଼ିଥିଲେ । କିଛି ସମୟପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିବା ପରେ ସେ କହିଥିଲେ ‘ଆମେ ଜମ୍ମୁ ଓ କଶ୍ମୀରକୁ ରାଜ୍ୟର ମାନ୍ୟତା ଫେରାଇ ଆଣିବା ପାଇଁ ଲଢ଼େଇ କରିବୁ। ମୋର ବୟସ ୮୩ ବର୍ଷ ଏବଂ ଏତେ ଶୀଘ୍ର ମରିବାକୁ ଯାଉନାହିଁ । ପ୍ରଧାନମନ୍ତ୍ରୀ ମୋଦିଙ୍କୁ କ୍ଷମତାରୁ ହଟାଇବା ପର୍ଯ୍ୟନ୍ତ ମୁଁ ବଞ୍ଚି ରହିବି।‘

Advertisement

ମୋଦୀ ସରକାରଙ୍କୁ ଟାର୍ଗେଟ କରି ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀ ଗତ ୧୦ ବର୍ଷ ମଧ୍ୟରେ ଭାରତର ଯୁବକମାନଙ୍କୁ କିଛି ଦେଇନାହାଁନ୍ତି । ଆପଣ ସେହି ବ୍ୟକ୍ତିଙ୍କୁ ବିଶ୍ୱାସ କରିପାରିବେ କି ଯିଏ ୧୦ ବର୍ଷ ମଧ୍ୟରେ ଆପଣଙ୍କ ସମୃଦ୍ଧି ଫେରାଇ ଆଣିପାରିବେ ନାହିଁ? ଯଦି କୌଣସି ବିଜେପି ନେତା ଆପଣଙ୍କ ସାମ୍ନାକୁ ଆସନ୍ତି ତେବେ ତାଙ୍କୁ ପଚାରନ୍ତୁ ସେ ସମୃଦ୍ଧି ଆଣିଛନ୍ତି କି ନାହିଁ। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଏଠାକୁ ଆସି ଯୁବକମାନଙ୍କ ଭବିଷ୍ୟତ ପାଇଁ ମିଥ୍ୟା ଲୁହ ଝରାଉଛନ୍ତି। ସତ କଥା ହେଉଛି ଏହି ଲୋକମାନେ ଗତ ୧୦ ବର୍ଷ ମଧ୍ୟରେ ସମଗ୍ର ଦେଶର ଯୁବକମାନଙ୍କୁ ଅନ୍ଧାର ଭିତରକୁ ଠେଲି ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନିଜେ ମୋଦି ଏଥିପାଇଁ ଦାୟୀ ।

ଖଡେଗଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ତାଙ୍କ ପୁଅ ପ୍ରିୟଙ୍କ ଖଡଗେ ସୂଚନା ଦେଇଛନ୍ତି। ସେ କହିଛନ୍ତି, “କଂଗ୍ରେସ ସଭାପତି ଶ୍ରୀ ଖଡଗେ ଜମ୍ମୁ-କଶ୍ମୀରର ଜାସ୍ରୋଟାରେ ଗୋଟିଏ ସାଧାରଣ ସଭାକୁ ସମ୍ବୋଧନ କରିବା ବେଳେ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ମେଡିକାଲ ଟିମ ଯାଞ୍ଚ କରିଛି। ତାଙ୍କ ରକ୍ତଚାପ ସାମାନ୍ୟ କମି ଯାଇଥିଲା। ସେ ଏବେ ସୁସ୍ଥ ଅଛନ୍ତି।

Leave a Reply

Your email address will not be published. Required fields are marked *