Pratidin TV

Odisha's Digital News Platform

ବିମାନ ଖାଦ୍ୟରୁ ବାହାରିଲା ମଲା ଅସରପା  , ଆରମ୍ଭ ହେଲା ଏୟାର ଇଣ୍ଡିଆର ତଦନ୍ତ…

1 min read

ମଝି ଆକାଶରେ ଉଡୁଥିଲା ବିମାନ । ଯାତ୍ରୀମାନେ ଖାଇବା ଅର୍ଡର କରି ଖାଉଥିଲେ । ହେଲେ ହଠାତ୍ ଯାହା ହେଲା ସମସ୍ତେ ଆଚମ୍ବିତ ହୋଇପଡିଲେ । ଜଣେ ଯାତ୍ରୀଙ୍କର ବିମାନ ଖାଦ୍ୟରୁ ବାହାରିଲା ମଲା ଅସରପା  । ଆଇସକ୍ରିମରେ ଆଙ୍ଗୁଳି, ଚିପ୍ସରେ ବେଙ୍ଗ ଓ ଫ୍ଲାଇଟ୍ ଫୁଡରେ ବ୍ଲେଡ୍ ପାଇବା ପରେ ବର୍ତ୍ତମାନଏୟାର ଇଣ୍ଡିଆ ଖାଦ୍ୟରୁ ମଲା ଅସରପା  ଭଳି ଘଟଣା ସାମ୍ନାକୁ ଆସିଛି।  । ଯାହା ଫଳରେ ଅସୁସ୍ଥ ହୋଇପଡିଛନ୍ତି ଯାତ୍ରୀ ।  ଦିଲ୍ଲୀରୁ ନ୍ୟୁୟର୍କ ଯାଉଥିବା ଏୟାର ଇଣ୍ଡିଆ ବିମାନରେ ଦୁଇ ବର୍ଷର ପୁଅ ସହିତ ଯାତ୍ରା କରୁଥିଲେ ଜଣେ ମହିଳା। ବିମାନ ପକ୍ଷରୁ ଦିଆଯାଇଥିବା ଓମଲେଟରେ ଅସରପା ମିଳିଥିବା ସେ ଅଭିଯୋଗ କରିଛନ୍ତି।

ଯାତ୍ରୀ ସୁୟେଶା ସାଭନ୍ତ ଓମଲେଟରେ ଅସରପା ଥିବା ଜାଣିବା ବେଳକୁ ତାଙ୍କର ଦୁଇ ବର୍ଷର ପିଲା ଅଧାରୁ ଅଧିକ ଓମଲେଟ୍ ଖାଇସାରିଥିଲା। ଯାହାପରେ ତାଙ୍କର ପୁଅ ଅସୁସ୍ଥ ହୋଇପଡିଥିଲା। ଯାହାର ଫଟୋ ଏବେ ସେ ସୋସିଆଲ ମିଡିଆରେ ସେୟାର କରିଛନ୍ତି । । ଯାହା ଏବେ ଭାଇରାଲ ହେବାରେ ଲାଗିଛି । ସୋସିଆଲ୍‌ ମିଡିଆରେ ଅନେକ ୟୁଜର୍ସ ଏଥିରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।ଏହି ଘଟଣାରେ ସ୍ପଷ୍ଟୀକରଣ ଦେଇ ଏୟାର ଇଣ୍ଡିଆ କହିଛି ଯେ, ଆମେ ଜାଣିବାକୁ ପାଇଲୁ କି ବିମାନ ଉଡ଼ାଣ ସମୟରେ ଯାତ୍ରୀଙ୍କ ଖାଦ୍ୟରେ ଅସରପା ମିଳିଥିଲା । ଏହି ଘଟଣାରେ ଦୁଃଖିତ ଏବଂ ଅଧିକ ତଦନ୍ତ ପାଇଁ ମଧ୍ୟ ଅନୁରୋଧ କରିଛୁ। ଏଭଳି ଘଟଣାକୁ ନେଇ ଆମେ ଚିନ୍ତା ପ୍ରକଟ କରୁଛୁ।

Leave a Reply

Your email address will not be published. Required fields are marked *