Pratidin TV

Odisha's Digital News Platform

ଆସୁଛି ବଡ଼ ବର୍ଷା ଫିକା ପଡ଼ିବ ଦୁର୍ଗା ପୂଜା ..

1 min read

 ଫିକା ପଡ଼ିପାରେ ପୂଜା ମଉଜ । ଦୁର୍ଗାପୂଜା ଆରମ୍ଭରୁ ହିଁ ପ୍ରବଳ ବର୍ଷାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଫଳରେ ଧୁମଧାମରେ ପୂଜା ପାଳନ ନେଇ ହୋଇଥିବା ଯୋଜନା ପାଣି ଫୋଟକା ପରି ମିଳାଇଯିବା ଆଶଙ୍କା ସୃଷ୍ଟି ହେଲାଣି। ଚଳିତ ଥର ବର୍ଷାରେ ଭିଜିବ ଦଶହରା। ଆସୁଛି ବଡ଼ ଲଘୁଚାପ। ଅକ୍ଟୋବର ୪ରୁ ୧୦ ଯାଏଁ ରାଜ୍ୟରେ ହେବ ପ୍ରବଳରୁ ଅତି ପ୍ରବଳ ବର୍ଷା। ଅକ୍ଟୋବର ୬ରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏନେଇ ସୂଚନା ଦେଇଛି ପାଣିପାଗ ବିଭାଗ।

ସୂଚନାନୁସାରେ, ପଶ୍ଚିମ କେନ୍ଦ୍ରୀୟ ଓ ପାର୍ଶବର୍ତ୍ତୀ ଅଞ୍ଚଳରେ ଲଘୁଚାପ ସୃଷ୍ଟି ହେବ। ଏନେଇ ରାଜ୍ୟରେ ହାଲୁକାରୁ ମଧ୍ୟମ ଓ କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା ୨୪ ଘଣ୍ଟାରେ ପ୍ରବଳ ବର୍ଷାକୁ ନେଇ କୌଣସି ସତର୍କ ସୂଚନା ଦିଆଯାଇନଥିବା ବେଳେ ବିଜୁଳି ଘଡ଼ଘଡ଼ି ପାଇଁ ସତର୍କ କରାଯାଇଛି । ବିଜୁଳି ଘଡ଼ଘଡ଼ି ମୁଖ୍ୟତଃ ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଅଧିକ ରହିବ । ଏଥିପାଇଁ ମୟୂରଭଞ୍ଜ, ବାଲେଶ୍ବର, କେନ୍ଦୁଝର, ସୁନ୍ଦରଗଡ଼, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲାକୁ  ୟେଲୋ ୱାର୍ନିଙ୍ଗ ଜାରି କରିଛି ପାଣିପାଗ ବିଭାଗ ।

Advertisement

ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁସାରେ ଆଗାମୀ ୩ ଘଣ୍ଟା ମଧ୍ୟରେ ରାଜଧାନୀ ଭୁବନେଶ୍ବର ଓ କଟକ ସମେତ ରାଜ୍ୟର ୧୪ ଜିଲ୍ଲାରେ ବଜ୍ରପାତ ଓ ବର୍ଷା ସହ ୪୦ ରୁ ୫୦ କିଲୋମିଟର ବେଗରେ ପବନ ବହିପାରେ। ଏହି ୩ ଘଣ୍ଟା ମଧ୍ୟରେ ଅନୁଗୁଳ, ଢେଙ୍କାନାଳ, କଟକ, ଗଞ୍ଜାମ, ଖୋର୍ଦ୍ଧା, ନୟାଗଡ, କନ୍ଧମାଳ, ଦେବଗଡ, ମୟୁରଭଞ୍ଜ, ମାଲକାନଗିରି, କୋରାପୁଟ, ରାୟଗଡା, ବାଲେଶ୍ବର ଓ ଗଜପତି ଜିଲ୍ଲାରେ ବଜ୍ରପାତ ସହ ବର୍ଷା ହୋଇପାରେ।

Leave a Reply

Your email address will not be published. Required fields are marked *