Pratidin TV

Odisha's Digital News Platform

ଭଦ୍ରକ ହିଂସା ; ୧୫ ଜଣଙ୍କୁ ଗିରଫ୍ କଲା ପୋଲିସ , ଆହୁରୀ ୪୮ ଘଣ୍ଟା ବନ୍ଦ ..

1 min read

ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଭଦ୍ରକରେ ତେଜିଛି ଅଶାନ୍ତି । ପୋଲିସ ଉପରକୁ ଆକ୍ରମଣ ଘଟଣାରେ ଶାନ୍ତି ବଜାଇ ରଖିବାକୁ ଜିଲ୍ଲା ପ୍ରଶାସନ ଲୋକଙ୍କୁ ଅପିଲ୍ କରିଛି । ଭଦ୍ରକ ସହରର ୩ ଟି ସ୍ଥାନରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ୧୬୩ ଧାରା ଲାଗୁ କରାଯାଇଛି । ତାସହ ରାତି ଅଧରୁ ଭଦ୍ରକ ପୋଲିସ ଏବଂ ରାପିଡ୍ ଆକ୍ସନ ପୋଲିସ୍ ଶାନ୍ତି ଫେରାଇ ଆଣିବାକୁ ଫ୍ଲାଗ୍ମାର୍ଚ୍ଚ ଜାରିରଖିଛି ।

ଅନ୍ୟପଟେ ସୋସିଆଲ ମିଡିଆରେ ବିଭ୍ରାନ୍ତି କର ପୋଷ୍ଟ୍ କରିଥିବା ଅଭିଯୁକ୍ତକୁ ପୋଲିସର ସ୍ୱତନ୍ତ୍ର ଟିମ୍ ଗିରଫ କରିଛି । ଏହାସହ ପୋଲିସକୁ ଆକ୍ରମଣ, ମାଜିଷ୍ଟ୍ରେଟ୍ଙ୍କ ଗାଡ଼ି ଭାଙ୍ଗିବା ଘଟଣାକୁ ନେଇ ପ୍ରଥମେ ପୋଲିସ ୭ଜଣଙ୍କୁ ଗିରଫ କରିଥିବା ବେଳେ ଆଜି ପୁରୁଣାବଜାରର ଆଉ ୮ ଜଣଙ୍କୁ ବାନ୍ଧିଥିବା ନେଇ ଭଦ୍ରକ ଏସପି ସୂଚନା ଦେଇଛନ୍ତି ।

Advertisement

ଇଣ୍ଟରନେଟ୍ କଟକଣା ସତ୍ତ୍ବେ ଲିଜ୍ ଲାଇନ ସେବା ଚାଲୁ ରହିବ ବୋଲି ସେ କହିଛନ୍ତି । ସାମାଜିକ ଗଣମାଧ୍ୟମରେ ବିବାଦୀୟ ମନ୍ତବ୍ୟ ଦେବାକୁ ନେଇ ୨୭ ତାରିଖ ଦିନ ଭଦ୍ରକ ସ୍ଥିତ ସନ୍ତିଆ ପୋଲ ଠାରେ ତୁମୁଳକାଣ୍ଡ ଘଟିଥିଲା । ବିରୋଧୀ ଗୋଷ୍ଠୀ ଟାଉନ ଓ ପୁରୁଣା ବଜାର ଥାନା ପୁଲିସ ଉପରକୁ ଆକ୍ରମଣ କରିଥିଲେ ।

Leave a Reply

Your email address will not be published. Required fields are marked *