Pratidin TV

Odisha's Digital News Platform

khatron ke khiladi 14 ଟ୍ରଫି ହାତେଇଲେ କରଣବୀର ମେହରା, ମିଳିଲା ଏତିକି ଟଙ୍କା ଆଉ ଦାମୀ କାର ..

1 min read

ଦର୍ଶକଙ୍କ ଫେବରେଟ୍ ସୋ ଖତୋରୋକେ ଖିଲାଡି । ବର୍ତ୍ତମାନ ସିଜିନ୍ ୧୪ ର ବିଜେତା ସାମ୍ନାକୁ ଆସିଛନ୍ତି । ଯିଏ ରୋହିତ ସେଟ୍ଟୀଙ୍କ ଭୟଙ୍କର ଷ୍ଟଣ୍ଟକୁ ସାହସ ର ସହ ପାର କରିପାରିଛନ୍ତି । ସମସ୍ତ ପ୍ରତିଯୋଗୀଙ୍କୁ ପଛରେ ପକାଇ କରଣ ବୀର ମେହେରା ଖତରୋଁ କେ ଖିଲାଡିର ଟ୍ରଫି ଜିତିଛନ୍ତି। ଏଥିସହ ତାଙ୍କୁ ୨୦ ଲକ୍ଷ ଟଙ୍କା ନଗଦ ପୁରସ୍କାର ସହ ଏକ ଚମତ୍କାରୀ ଟୟୋଟା କାର ମଧ୍ୟ ପାଇଛନ୍ତି। ଫାଇନାଲରେ କରଣ ବୀର ,ଅଭିଷେକ କୁମାର, ଗଶ୍ମିର ମହାଜନୀ, ଶାଲିନ ଭନୋତ୍ ଏବଂ କୃଷ୍ଣା ଶ୍ରଫଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ସମସ୍ତଙ୍କୁ ପଛରେ ପକାଇ କରଣ ବୀର ଟାଇଟଲ ହାସଲ କରିଛନ୍ତି ।

ଖତୋରୋ କେ ଖିଲାଡିରେ ତାଙ୍କର ଯାତ୍ରା ବିଷୟରେ ବର୍ଣ୍ଣନା କରିବାବେଳେ କରଣ କହିଛନ୍ତି – ଏହା ସୁନ୍ଦର ଏବଂ ଅତ୍ୟନ୍ତ ଚମତ୍କାର ଯାତ୍ରା ଥିଲା । ଷ୍ଟଣ୍ଟ ସମୟରେ ମୋତେ କେଉଁ ଜୀବଜନ୍ତୁଙ୍କ ଠାରୁ ଭୟ ଲାଗୁନଥିଲା କେବଳ ଇଲେକ୍ଟ୍ରିକ୍ ସକ୍‌ରୁ ଭୟ ଲାଗେ । ଯେତେବେଳେ ମୁଁ ଶୁଟ୍ ପାଇଁ ଉଡ଼ୁଥିଲି, ମୋର ବିଶ୍ୱାସ ଥିଲା ଯେ ମୁଁ ଭଲ ପ୍ରଦର୍ଶନ କରିବି । ତଥାପି, ଯେତେବେଳେ ମୁଁ ରୋମାନିଆରେ ପହଞ୍ଚିଲି, ସେତେବେଳେ ମୁଁ ଆଶ୍ଚର୍ଯ୍ୟହୋଇଥିଲି ଯେ ଅନ୍ୟ ପ୍ରତିଯୋଗୀମାନେ କେତେ ଭଲ ଭାବରେ ପ୍ରସ୍ତୁତ ହୋଇଥିଲେ । ସେତେବେଳେ ଯେତେବେଳେ ମୁଁ ନର୍ଭସ ହୋଇଗଲି କାରଣ ସମସ୍ତେ ସେହି ଶୋ’ରେ ଜିତିବାକୁ ଚାହୁଁଥିଲେ । ମୁଁ ଭାବୁଛି ସେମାନଙ୍କ ମଧ୍ୟରୁ ପ୍ରତ୍ୟେକ ମୋ ପାଇଁ ସମାନ ପ୍ରତିଯୋଗିତା ।

Advertisement


କରଣ ରୋହିତଙ୍କ ପରି ହେବାକୁ ଚାହୁଁଛନ୍ତି

ଶୋ’ର ହୋଷ୍ଟ ରୋହିତ ଶେଟ୍ଟୀଙ୍କ ବିଷୟରେ କଥାବାର୍ତ୍ତା କରୁଥିବାବେଳେ କରଣ କହିଛନ୍ତି – ସେ ବର୍ତ୍ତମାନ ପର୍ଯ୍ୟନ୍ତ ଯାହା କହିଛନ୍ତି, ସେ ଯାହା କରିଛନ୍ତି କିମ୍ବା କରିନାହାଁନ୍ତି, ତାହା ମୋ ସହିତ ରହିବ । ରୋହିତ ସାର୍ ଉପରେ ମୋର ଏକ ବଡ଼ କ୍ରସ୍ ଅଛି । ମୁଁ ତାଙ୍କ ପରି ହେବାକୁ ଚାହେଁ, ମୁଁ ତାଙ୍କ ଭଳି ସମାନ ମନୋଭାବ ଗ୍ରହଣ କରିବାକୁ ଚାହେଁ । ସେ ଅନୁଗ୍ରହ ଏବଂ ଧର୍ଯ୍ୟର ଗୁରୁ ଅଟନ୍ତି । ତାଙ୍କ ପ୍ରତି ମୋର ବହୁତ ସମ୍ମାନ ଅଛି ।

Leave a Reply

Your email address will not be published. Required fields are marked *