Pratidin TV

Odisha's Digital News Platform

ଓକିଲଙ୍କ ଉପରେ ରାଗିଗଲେ ଚିଫ୍ ଜଷ୍ଟିସ୍ , କହିଲେ ‘ଏହା କଫି ସପ୍ ନୁହଁ, କୋର୍ଟ’ ।

1 min read

ସୁପ୍ରିମକୋର୍ଟର ଏକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି ଚାଲିଥିବା ସମୟରେ ହଠାତ୍ ରାଗିଗଲେ ଚିଫ୍ ଜଷ୍ଟିସ୍ ଡିଓ୍ୱାଇ ଚନ୍ଦ୍ରଚୂଡ୍ । ଓକିଲଙ୍କ ଉପରେ ବର୍ଷି ସେ ସିଧା କହିଥିଲେ ଯେ ଏହା କୌଣସି କାଫେ ନୁହଁ ବା କଫି ସପ୍ ନୁହଁ ଏହା କୋର୍ଟ ।

ଘଟଣାଟି ଏମିତି ଥିଲାକି ଆଜି ସୁପ୍ରିମକୋର୍ଟରେ ୨୦୧୮ ମସିହାର ଏକ ଆବେଦନର ଶୁଣାଣି ସମୟରେ ଓକିଲା ‘yeah’ ଶବ୍ଦ ବ୍ୟବହାର କରିଥିଲେ। ଏହାକୁ ନେଇ ରାଗି ଯାଇଥିଲେ ଭାରତର ପ୍ରଧାନ ବିଚାରପତି ଜଷ୍ଟିସ ଡିଓ୍ୱାଇ ଚନ୍ଦ୍ରଚୂଡ୍। ତାଙ୍କୁ ତାଗିଦ କରିବା ସହ ଏହା କୌଣସି କଫି ସପ୍ ନୁହେଁ, ଏହା ହେଉଛି କୋର୍ଟ ବୋଲି କହିଥିଲେ।

Advertisement

ଏହି ମାମଲାରେ ଓକିଲ ଜଣଙ୍କ ପୂର୍ବତନ ପ୍ରଧାନ ବିଚାରପତି ରଂଜନ ଗୋଗୋଇଙ୍କୁ ଏକ ପକ୍ଷକାର ଭାବରେ ନାମିତ କରିଥିଲେ। ପ୍ରଧାନ ବିଚାରପତି ଚନ୍ଦ୍ରଚୂଡ ଏହି ଆବେଦନର ଉପଯୁକ୍ତତା ଉପରେ ପ୍ରଶ୍ନ କରି କହିଛନ୍ତି ଯେ ସମ୍ବିଧାନର ଧାରା ୩୨ ଅନୁଯାୟୀ ଦାଏର କରାଯାଇପାରିବ ନାହିଁ, ଯାହା ନାଗରିକମାନଙ୍କୁ ସେମାନଙ୍କର ମୌଳିକ ଅଧିକାରର ଉଲ୍ଲଂଘନ ପାଇଁ ସାମ୍ବିଧାନିକ ପ୍ରତିକାର ପାଇଁ ଅନୁମତି ଦେଇଥାଏ। କିନ୍ତୁ ଯୁକ୍ତି ଆଗକୁ ବଢ଼ିବା ପରେ ଓକିଲ ଅନୌପଚାରିକ ଭାଷା ‘yeah yeah’ (ହଁ ହଁ) ଶବ୍ଦ ବ୍ୟବହାର କରିଥିଲେ। ଯେଊଁଥିପାଇଁ ଚିଫ୍ ଜଷ୍ଟିସ୍ ତୁରନ୍ତ ରାଗିଯାଇଁ ତାଙ୍କୁ ତାଗିଦ୍ କରିଥିଲେ ।

Leave a Reply

Your email address will not be published. Required fields are marked *