Pratidin TV

Odisha's Digital News Platform

ଆଖଣ୍ଡଳମଣି ସେବାୟତଙ୍କ ଘର ଭିତର ମାଟି ତଳୁ ବିରଳ ସୁନାମୂର୍ତ୍ତି ସହ ୫କୋଟିରୁ ଉର୍ଦ୍ଧ ଟଙ୍କାର ଗହଣା ଉଦ୍ଧାର ।

1 min read

ଆରଡି ; ଆରଡ଼ିର ବାବା ଆଖଣ୍ଡଳମଣି ମନ୍ଦିର ନିକଟ ଜଣେ ସେବାୟତଙ୍କ ଘର ଭିତର ମାଟି ତଳୁ ବିରଳ ମୂର୍ତ୍ତି ସହ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଉଦ୍ଧାର । ଘଟଣାକୁ ଲୋକଲୋଚନକୁ ନ ଆଣି ଚପାଇ ଦେବାକୁ ଉଦ୍ୟମ ଚାଲୁଥିବା ବେଳେ ମୁଁହ ଖୋଲିଛନ୍ତି ଉଦ୍ଧାର କରିଥିବା ପଣ୍ଡିତ ନରୋତ୍ତମ ମିଶ୍ର ।

ସୂଚନା ମୁତାବକ ବାବା ଆଖଣ୍ଡଳମଣି ମନ୍ଦିର ନିକଟ ସେବାୟତ ରବି ନାରାୟଣ ମିଶ୍ରଙ୍କ ଘରେ କିଛି ଦିନ ପୂର୍ବରୁ କିଛି ଅଲୌକିକ ଘଟଣା ଘଟିବାରୁ ସେ ବେଦଚାର୍ଯ୍ୟ ଭୁତତ୍ୱ ପଣ୍ଡିତ ନରୋତ୍ତମ ମିଶ୍ରଙ୍କ ସହ ଆଲୋଚନା କରିଥିଲେ । ତାଙ୍କ ନିର୍ଦ୍ଦେଶ କ୍ରମେ ସେବାୟତଙ୍କ ଘରେ ପୂଜାପାଠ, ହୋମଜଜ୍ଞ କରଯାଇଥିଲା । ଘର ଭିତରେ ୬ଫୁଟ ଲମ୍ବ ଓ ୬ଫୁଟ ଓସାର ବିଶିଷ୍ଟ ୧୫ଫୁଟ ଗଭୀରର ଏକ ଗର୍ତ୍ତ ଖୋଲିବା ପରେ ଏକ ପିତଳ ହେଣ୍ଡା ଭିତରୁ ବିଭିନ୍ନ ପ୍ରକାର ସ୍ୱର୍ଣ୍ଣ ଅଳଙ୍କାର ସହ ଶିବ , ପାର୍ବତୀ, ଗଣେଷ, କାର୍ତ୍ତିକ , ବୃଷଭ ଆଦି ବିରଳ ପ୍ରଜାତିର ମୂର୍ତ୍ତି ଉଦ୍ଧାର କରାଯାଇଛି ।

Advertisement

ପଣ୍ଡିତ ନରୋତ୍ତମ ମିଶ୍ର ଉଦ୍ଧାର ହୋଇଥିବା ସମସ୍ତ ଅଳଙ୍କାର ଓ ମୂର୍ତ୍ତି ସୁନା ବୋଲି ଦାବି କରିବା ସହ ଏହା ବାବା ଆଖଣ୍ଡଳମଣିଙ୍କ ସମ୍ପତ୍ତି ହୋଇପାରେ ବୋଲି ଅନୁମାନ କରିଛନ୍ତି । ଅନ୍ୟ ପକ୍ଷରେ ସେବାୟତ ଜଣକ ଅଳଙ୍କାର କଥା ଅସ୍ବୀକାର କରିବା ସହ ମୂର୍ତ୍ତି ଗୁଡ଼ିକ ପିତଳ ଧାତୁରେ ଗଢ଼ା ବୋଲି କହିଛନ୍ତି । ପ୍ରଶାସନ ଏଥିରେ ହସ୍ତକ୍ଷେପ କଲେ ପ୍ରକୃତ ସତ ପଦାକୁ ଆସିବ ବୋଲି ସାଧାରଣରେ ଆଲୋଚନା ହେଉଛି ।

Leave a Reply

Your email address will not be published. Required fields are marked *