Pratidin TV

Odisha's Digital News Platform

ସୁପ୍ରିମକୋର୍ଟ ର ନିର୍ଦ୍ଦେଶ , ଭଗବାନଙ୍କୁ ରାଜନୀତିଠୁ  ଦୂରେଇ ରଖାଯାଉ…

1 min read

 ତିରୁପତି ଲଡୁ ବିବାଦ ମାମଲାରେ ସୁପ୍ରିମକୋର୍ଟ ଦେଲେ ବଡ଼ ନିର୍ଦ୍ଦେଶ  ।  ଆନ୍ଧ୍ରପ୍ରଦେଶ ସରକାରଙ୍କ ଉପରେ ବର୍ଷି ସୁପ୍ରିମକୋର୍ଟ  କହିଛି  ଅଦାଲତ ମାମଲାର ଏସଆଇଟି ତଦନ୍ତ ନିର୍ଦେଶ ଦେଇସାରିବା ପରେ ସରକାର ଗଣମାଧ୍ୟମକୁ ଯିବା କ’ଣ ଦରକାର ଥିଲା ବୋଲି ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି। ଏହା ସହିତ ଈଶ୍ଵର ସବୁଠୁ ଊର୍ଦ୍ଧ୍ବରେ। ଈଶ୍ଵରଙ୍କୁ ରାଜନୀତିଠାରୁ ଦୂରେଇ ରଖାଯିବା ଦରକାର ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି।

ବିଚାରପତି ବି.ଆର. ଗଭଇ କହିଥିଲେ, ଏସଆଇଟି ତଦନ୍ତ ସରିନାହିଁ। ଟିମ ତଦନ୍ତ ରିପୋର୍ଟ ଦେଇନାହିଁ। ତା’ ପୂର୍ବରୁ ଗଣମାଧ୍ୟମକୁ ଯିବା କ’ଣ ଦରକାର ଥିଲା। ଲଡୁରେ ଯେଉଁ ଘିଅ ବ୍ୟବହାର କରାଯାଉଥିଲା ସେଥିରେ ଚର୍ବି ଥିବା ଅଭିଯୋଗ ହୋଇଛି। ଏହି ଚର୍ବି ବା ଫ୍ୟାଟ୍‌ ସୋୟାବିନର ବି ହୋଇପାରେ। ଚର୍ବି ଅର୍ଥ ନୁହେଁ ଯେ କେବଳ ମାଛ ତେଲରୁ ଚର୍ବି ବାହାରିଥାଏ ଏବଂ ଚର୍ବି କେବଳ ପଶୁଙ୍କଠାରେ ରହିଥାଏ। ତେଣୁ ତଦନ୍ତ ଶେଷ ନ ହେବା ପର୍ଯ୍ୟନ୍ତ ଈଶ୍ଵରଙ୍କୁ ନେଇ ରାଜନୀତି କରା ନ ଯାଉ ବୋଲି ବିଚାରପତି କହିଥିଲେ।

Advertisement

Leave a Reply

Your email address will not be published. Required fields are marked *