Pratidin TV

Odisha's Digital News Platform

ଜହ୍ନ ଉପରେ ମଧ୍ଯ ପଡିଛି ଲକଡାଉନର ପ୍ରଭାବ …

1 min read

କୋଭିଡ-୧୯ କେବଳ ବିଶ୍ଵକୁ ଦୋହଲାଇ ଦେଇନି। ଏହାର ପ୍ରଭାବ ଚନ୍ଦ୍ରପୃଷ୍ଠରେ ମଧ୍ୟ  ପଡ଼ିଛି। ଏବେ ଏକ ଗବେଷଣାରୁ ଜଣାପଡିଛି ଯେ ପୃଥିବୀରେ ଜାରି ଲକଡାଉନ୍ ଚନ୍ଦ୍ର ଉପରେ ମଧ୍ୟ ପ୍ରଭାବ ପକାଇଥିଲା। ୨୦୨୦ ମସିହାରେ କରୋନା ମହାମାରୀ ଯୋଗୁ ସାରା ବିଶ୍ଵରେ ଲକଡାଉନ ଲାଗୁ କରାଯାଇଥିଲା। ଏହା ପ୍ରଭାବରେ ଚନ୍ଦ୍ରପୃଷ୍ଠର ତାପମାତ୍ରାରେ ହ୍ରାସ ଦେଖାଦେଇଥିଲା ବୋଲି ଗବେଷକମାନେ କହିଛନ୍ତି। ତାଲାବନ୍ଦ ଯୋଗୁ ଚନ୍ଦ୍ରପୃଷ୍ଠର ତାପମାତ୍ରା ୮ରୁ ୧୦ କେଲଭିନ ହ୍ରାସ ପାଇଥିବା ଗବେଷକମାନେ ଅଧ୍ୟୟନରୁ ଜାଣିବାକୁ ପାଇଛନ୍ତି। ଏ ସମ୍ପର୍କିତ ଏକ ରିପୋର୍ଟ ରୟାଲ ଆଷ୍ଟ୍ରୋନୋମିକାଲ ସୋସାଇଟି ଦ୍ଵାରା ପ୍ରକାଶିତ ମାସିକ ବିଜ୍ଞପ୍ତିରେ ପ୍ରକାଶ ପାଇଛି।

ଗବେଷଣାରୁ ମିଳିଥିବା ତଥ୍ଯ ଅନୁଯାୟୀ, ଏପ୍ରିଲ-ମେ ୨୦୨୦ରେ ଚନ୍ଦ୍ରର ତାପମାତ୍ରାରେ ହ୍ରାସ ଘଟିଥିବାର ରେକର୍ଡ କରାଯାଇଥିଲା। ଏହି ତଥ୍ଯ ରୟାଲ ଏଷ୍ଟ୍ରୋନୋମୀ ସୋସାଇଟିରେ ପ୍ରକାଶିତ ହୋଇଛି। ଚନ୍ଦ୍ର ପୃଷ୍ଠରେ ୬ଟି ସ୍ଥାନରେ ରାତିର ତାପମାତ୍ରାକୁ ନେଇ ଅଧ୍ୟୟନ କରାଯାଇଥିଲା।

Advertisement

ରିପୋର୍ଟ ଅନୁଯାୟୀ, ଗବେଷକମାନେ ୨୦୧୭ ରୁ ୨୦୨୩ପର୍ଯ୍ୟନ୍ତ ତଥ୍ୟକୁ ନଜରରେ ରଖିଥିଲେ। ଗୁଜୁରାଟର ଅହମ୍ମଦାବାଦରେ ଅବସ୍ଥିତ ଫିଜିକାଲ୍ ରିସର୍ଚ୍ଚ ଲାବୋରେଟୋରୀର ନିର୍ଦ୍ଦେଶକ ଅନିଲ ଭରଦ୍ୱାଜଙ୍କ ଅନୁଯାୟୀ ତାଙ୍କ ରିସର୍ଚ୍ଚରୁ ଜଣାପଡିଛି ଯେ ପୃଥିବୀରେ ଲକଡାଉନ୍ ସମୟରେ ଅନେକ ମାସଧରି ଚନ୍ଦ୍ରରେ ତାପମାତ୍ରା ୮ରୁ ୧୦ କେଲଭିନ ହ୍ରାସ ହୋଇଥିଲା। ଏହି ଗବେଷଣା ପାଇଁ ନାସାର ଲୁନାର ଅର୍ବିଟରରୁ ତଥ୍ୟ ନିଆଯାଇଛି।

Leave a Reply

Your email address will not be published. Required fields are marked *