Pratidin TV

Odisha's Digital News Platform

ଜମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନ; କଡ଼ା ସୁରକ୍ଷାରେ ଜମ୍ମୁ-କାଶ୍ମୀରରେ ଚାଲିଛି ଅନ୍ତିମ ପର୍ଯ୍ୟାୟ ଭୋଟ

1 min read

ଆଜି ଜାମ୍ମୁ ଓ କାଶ୍ମୀରରେ ତୃତୀୟ ତଥା ଶେଷ ପର୍ଯ୍ୟାୟ ଭୋଟଗ୍ରହଣ। କଡା଼ ସୁରକ୍ଷାରେ ବଳୟରେ ୪୦ ସିଟ୍‌ରେ ଚାଲିଛି ମତଦାନ। ଏଥିରୁ ଜାମ୍ମୁ ଡିଭିଜନର ୨୪ ଓ କାଶ୍ମୀର ଡିଭିଜନର ୧୬ଟି ଆସନ ରହିଛି। ଏହି ପର୍ଯ୍ୟାୟରେ ୩୯ଲକ୍ଷ ଭୋଟର ୪୧୫ଜଣ ପ୍ରାର୍ଥୀଙ୍କର ଭାଗ୍ୟ ନିର୍ଦ୍ଧାରଣ କରିବେ। ମତଦାନ ଲାଗି ୫୦୬୦ଟି ମତଦାନ କେନ୍ଦ୍ର ଖୋଲାଯାଇଥିବାବେଳେ ୨୦ହଜାରରୁ ଅଧିକ ନିର୍ବାଚନ କର୍ମଚାରୀ ମୁତୟନ ହୋଇଛନ୍ତି। ୭ ଜିଲ୍ଲାର ୪୦ ସିଟ୍‌ରେ ଚାଲିଛି ମତଦାନ। ୪୧୫ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୩୯ ଲକ୍ଷରୁ ଉର୍ଦ୍ଧ୍ବ ଭୋଟର।

ଏହି ପର୍ଯ୍ୟାୟରେ କଂଗ୍ରେସ, ବିଜେପି, ଏନ୍‌ସି ଏବଂ ସ୍ୱାଧୀନ ପ୍ରାର୍ଥୀମାନେ ପ୍ରତିଦ୍ୱନ୍ଦିତା କରୁଛନ୍ତି। ନିର୍ବାଚନ ଦୌଡ଼ରେ କଂଗ୍ରେସ ପ୍ରାର୍ଥୀ ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତାରା ଚାନ୍ଦ, ବିଜେପିର ରାଜୀବ ଶର୍ମା, ଦୁଇଜଣ ସ୍ୱାଧୀନ ପ୍ରାର୍ଥୀ ସତୀଶ ଶର୍ମା, ନରିନ୍ଦର ସିଂ ଭାଇ, କଂଗ୍ରେସର ରମଣ ଭଲ୍ଲା, ପୂର୍ବତନ ମନ୍ତ୍ରୀ ତଥା ବିଜେପି ପ୍ରାର୍ଥୀ ସାମଲାଲ ଶର୍ମା, ନ୍ୟାସନାଲ କନଫରେନ୍ସ ପ୍ରାର୍ଥୀ ଅଜୟ ସା ସାଧୋତ୍ରା ଅଛନ୍ତି।

Advertisement

ବିଧାନସଭାର ୯୦ଟି ଆସନ ମଧ୍ୟରୁ ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟରେ ୫୦ଟି ଆସନ ପାଇଁ ଭୋଟ ଗ୍ରହଣ ଶେଷ ହୋଇଛି। ପ୍ରଥମ ପର୍ଯ୍ୟାୟରେ ୫୯ ପ୍ରତିଶତ ମତଦାନ ହୋଇଥିବାବେଳେ ଦ୍ଵିତୀୟ ପର୍ଯ୍ୟାୟରେ ୫୭.୦୩ ପ୍ରତିଶତ ମତଦାନ ହୋଇଥିଲା। ସମସ୍ତ ଆସନର ଭୋଟ ଗଣତି ଅକ୍ଟୋବର ୮ରେ ଅନୁଷ୍ଠିତ ହେବ। ପ୍ରାୟ ୧୦ ବର୍ଷ ପରେ ଜାମ୍ମୁ କାଶ୍ମୀରରେ ବିଧାନସଭା ନିର୍ବାଚନ ହେଉଛି । ଏଥରର ଇଲେକସନ ପ୍ରାୟତଃ ଶାନ୍ତିପୂର୍ଣ୍ଣ ଥିଲା । ଆତଙ୍କବାଦୀଙ୍କ ପ୍ରଭାବ ସେତେଟା ନାହିଁ। ମତଦାନ ହାର ମଧ୍ୟ ବେଶ ଭଲ ରହିଛି। ଏହି ଦୁଇଟି କାରଣରୁ ଏଥରର ବିଧାନସଭା ନିର୍ବାଚନ ଜମ୍ମୁ କାଶ୍ମୀର ପାଇଁ ଏକ ନୂଆ ଅଧ୍ୟାୟ ବୋଲି କୁହାଯାଉଛି।

Leave a Reply

Your email address will not be published. Required fields are marked *