Pratidin TV

Odisha's Digital News Platform

ଗୋବିନ୍ଦାଙ୍କ ଦେହରେ ବାଜିଲା ଗୁଳି, ଗୁରୁତରବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

1 min read

ବଲିଉଡର ବର୍ଷିଆନ୍‌ ଅଭିନେତା ଗୋବିନ୍ଦା ଆହତ। ତାଙ୍କ ଦେହରେ ବାଜିଛି ଗୁଳି। ତାଙ୍କୁ ଗୁରୁତର ଅବସ୍ଥାରେ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଭିର୍ତ୍ତି କରାଯାଇଛି। ଅଭିନେତା ଗୋବିନ୍ଦାଙ୍କ ଦେହରେ ବାଜିଲା ଗୁଳି। ଭୁଲବଶତଃ ଗୋବିନ୍ଦାଙ୍କ ଗୋଡ଼ରେ ଗୁଳି ବାଜିଥିବା ସୂଚନା ମିଳିଛି। ନିଜ ଲାଇସେନ୍ସପ୍ରାପ୍ତ ବନ୍ଧୁକରୁ ଭୁଲବଶତଃ ଗୁଳି ଫୁଟିଥିବା ଜଣାପଡିଛି। ତାଙ୍କୁ ମୁମ୍ବାଇର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ ସକାଳ ୪.୪୫ ରେ ଏହି ଘଟଣା ଘଟିଛି। ଅଭିନେତା ସକାଳେ କୌଣସି ସ୍ଥାନକୁ ଯିବା ପାଇଁ ଘରୁ ବାହାରୁ ଥିଲେ ଏବଂ ତାଙ୍କର ହାତରୁ ଗୁଳି ଫୁଟିଯାଇ ତାଙ୍କ ଗୋଡରେ ବାଜିଥିଲା। ପରେ ସେ ଆହତ ହୋଇଥିଲେ। ଏହା ପରେ ତୁରନ୍ତ ତାଙ୍କୁ କ୍ରିତି କେୟାର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପୋଲିସର ସୂଚନାନୁସାରେ ଗୁଳି ବିନିମୟ ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ତେବେ ବର୍ତ୍ତମାନ ସେ ଆଇସିୟୁରେ ଚିକିତ୍ସିତ ହେଉଥିବା ବେଳେ ଅପରେସନ କରାଯାଇ ଗୁଳି ବାହାର କରାଯାଇଥିବା ସୂଚନା ମିଳିଛି। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ରହିଛି।

Advertisement

ପୋଲିସ ବର୍ତ୍ତମାନ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। ପୋଲିସ କହିଛି ଯେ ଗୋବିନ୍ଦାଙ୍କ ବନ୍ଧୁକ ଜବତ କରାଯାଇଛି ଏବଂ ଘଟଣାର ତଦନ୍ତ ଚାଲିଛି। ଗୋବିନ୍ଦାଙ୍କ ଗୋଡରୁ ବହୁ ରକ୍ତସ୍ରାବ ହୋଇଛି। ଯେଉଁ କାରଣରୁ ତାଙ୍କ ଅବସ୍ଥା ଖରାପ ବୋଲି କୁହାଯାଉଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ଥିବାରୁ ତାଙ୍କୁ ବର୍ତ୍ତମାନ ଆନ୍ଧେରିର କ୍ରିଟି କେୟାର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅଭିନେତାଙ୍କ ଗୋଡକୁ ଗୁଳି ବାହାର କରାଯାଇଛି ଏବଂ ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ୍ ଥିବା ଡାକ୍ତର ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *