Pratidin TV

Odisha's Digital News Platform

ପୂଜାରେ ଭିଜିବ ଓଡ଼ିଶା! ଏହି ସବୁ ଅଞ୍ଚଳରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ଚେତାବନୀ

1 min read

କିଛି ଦିନର ପାଗରେ ପରିବର୍ତ୍ତନ ପରେ ଆଗକୁ ଆସୁଛି ବଡ ଲଘୁଚାପ | ଆସନ୍ତା ୬ ତାରିଖରେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ଏବର ଆଶଙ୍କା ରହୁଥିବା ବେଳେ ଆସନ୍ତା ୪ ତାରିଖରୁ ବଢିବ ବର୍ଷା | ସମୁଦ୍ର ଅଶାନ୍ତ ହେବା କାରଣରୁ ସମୁଦ୍ରକୂଳିଆ ଲୋକେ ଏବେ ବିପଦ ଘେରରେ | ୪ ତାରିଖରୁ ୧0 ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷାର ପରିମାଣ ବଢିବ | ତେବେ ରାଜ୍ୟର କେଉଁ ଜିଲ୍ଲାରେ ଏହାର କେତେ ପ୍ରଭାବ ପଡିବ ସେନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଉଛି |

ମୟୂରଭଞ୍ଜ, କେନ୍ଦୁଝର, ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୂଆପଡ଼ା, ବଲାଙ୍ଗିର ଓ ବରଗଡ଼ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ଆଗାମୀ ୭ ଦିନ ଯାଏଁ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା କାରଣରୁ ଦିନର ତାପମାତ୍ରା ଅଧିକ ରହିବ | ତେବେ ଆଜି ଓ କଲି କେତେକ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି | ଯେଉଁ କାରଣରୁ ପାଣିପାଗ ବିଭାଗ ସତର୍କ ଜାରି କରିଛନ୍ତି | ଆଜି ପାଇଁ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

Advertisement

Leave a Reply

Your email address will not be published. Required fields are marked *