Pratidin TV

Odisha's Digital News Platform

ଗାନ୍ଧୀ ଜୟନ୍ତୀରେ ଓଡ଼ିଶାକୁ ବଡ଼ ଭେଟି ଦେବେ ପ୍ରଧାନମନ୍ତ୍ରୀ

1 min read

ଆସନ୍ତାକାଲି ଓଡିଶାକୁ ଏକ ବଡ ଭେଟି ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗାନ୍ଧୀ ଜୟନ୍ତୀରେ ପିଏମ ଜନମନ ଯୋଜନାରେ ଓଡ଼ିଶାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ୧୪୭ କିଲୋମିଟର ରାସ୍ତାର ଶିଳାନ୍ୟାସ କରିବେ |

ଦେବଗଡ, ଗଜପତି, ମୋହନା, ରାୟଗଡ଼ା, ବାଲିଗୁଡ଼ା, ମାଲକାନଗିରି, ଗୁଣୁପୁର, ସୁନ୍ଦରଗଡର ବିଭିନ୍ନ ଆଦିବାସୀ ଅଞ୍ଚଳରେ ଗମନାଗମନ ସୁବିଧା ପାଇଁ ରାସ୍ତା ନିର୍ମାଣ ହେବ। ଏହା ସହିତ ଆଦିବାସୀ ଅଞ୍ଚଳରେ ଅନେକ ଗୁଡିଏ ଲୋକାଭିମୁଖୀ କାର୍ଯ୍ୟର ମଧ୍ୟ ପ୍ରଧାନମମନ୍ତ୍ରୀ ଶିଳାନ୍ୟାସ କରିବେ । ଏଥିସହ ଆସନ୍ତାକାଲି ତଥା ୨ ଅକ୍ଟୋବରରେ ଝାଡ଼ଖଣ୍ଡର ହଜାରିବାଗରୁ ଦେଶର ବିଭିନ୍ନ ରାଜ୍ୟକୁ ୮୩ ହଜାର ୩୦୦ କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେବେ ପ୍ରଧାନମନ୍ତ୍ରୀ।

Advertisement

ତେବେ ଜନଜାତି ବିକାଶ ପାଇଁ ପ୍ରଧାନମନ୍ତ୍ରୀ ଧରତୀ ଆବାଜ ଜନଜାତିୟ ଗ୍ରାମ ଉତ୍କର୍ଷ ଅଭିଯାନ କାର୍ଯ୍ୟକ୍ରମର ଲଞ୍ଚ ମଧ୍ୟ କରିବେ | ସମସ୍ତ କାର୍ଯ୍ୟର ୫୪୯ ଜିଲ୍ଲା ଓ ୨୭୪0 ବ୍ଲକରେ ବସବାସ କରୁଥିବା ୬୩ ହଜାର ଗାଁର ୫ କୋଟି ଆଦିବାସୀଙ୍କ ବିକାଶ ପାଇଁ କାର୍ଯ୍ୟ କରିବ ଏହି ଯୋଜନା | ଜନଜାତି ବର୍ଗର ଶିକ୍ଷା ଓ ସାମାଜିକ ସଶକ୍ତିକରଣ , ଉନ୍ନତ ଜୀବନଶୈଳୀ ଦିଗରେ ନୂଆ ସୂର୍ଯ୍ୟଦୋୟ ଆଣିବା ଏହି ଯୋଜନାର ଲକ୍ଷ୍ୟ | ଏଥିପାଇଁ କେନ୍ଦ୍ର ସରକାରଙ୍କ ୨୫ଟି ମନ୍ତ୍ରାଳୟ ମିଳିତ ଭାବେ କାର୍ଯ୍ୟ କରିବ ବୋଲି ଜଣାପଡିଛି |

Leave a Reply

Your email address will not be published. Required fields are marked *