Pratidin TV

Odisha's Digital News Platform

ସତର୍କ କରାଇଲା ଗୁଇନ୍ଦା ବିଭାଗ , ଓଡ଼ିଆ ହିରୋଙ୍କୁ ଅପହରଣ କରିପାରନ୍ତି ନକ୍ସଲ ..

1 min read

ଓଲିଉଡ୍ ହିରୋଙ୍କୁ ଘାରିଛି ନକ୍ସଲ ଭୟ। କାରଣ ଜଣେ ଓଲିଉଡ୍ ହିରୋଙ୍କୁ ନକ୍ସଲ ଅପହରଣ କରିବାକୁ ଯୋଜନା କରୁଥିବା ଓଡ଼ିଶା ପୁଲିସର ଗୁଇନ୍ଦା ବିଭାଗ ସୂଚନା ଦେଇଛି । ଏନେଇ ଜିଲ୍ଲା ପୁଲିସକୁ ସତର୍କ କରାଇଛି ଗୁଇନ୍ଦା ବିଭାଗ।। ସୁରକ୍ଷା ଦୃଷ୍ଟିରୁ ଆଲର୍ଟ ରହିବା ସହ ଆବଶ୍ୟକ ପଦକ୍ଷେପ ନେବା ଲାଗି ଜିଲ୍ଲା ପୁଲିସକୁ ସତର୍କ କରାଯାଇଛି। ଗୁଇନ୍ଦା ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ହରିଶଙ୍କର ଅଞ୍ଚଳରେ ଏକ ଓଡ଼ିଆ ଫିଲ୍ମର ସୁଟିଂ ଚାଲିଛି। ଦୁର୍ଗମ ଗାଁ ଗୁଡିକରେ ଏହି ଓଡ଼ିଆ ଫିଲ୍ମର ସୁଟିଂ ଚାଲିଥିବା ବେଳେ କଳାକାର ଓ ଅନ୍ୟମାନେ ନିକଟରେ ରହୁଛନ୍ତି।

ନାମୀଦାମୀ ପ୍ରଯୋଜକ ଓ ଜଣାଶୁଣା ଓଲିଉଡ ଷ୍ଟାର ସେଠାରେ ରହୁଛନ୍ତି। ନକ୍ସଲମାନେ ଏହି ଫିଲ୍ମର ଷ୍ଟାର କଳାକାରଙ୍କୁ ଅପହରଣ କରିବାକୁ ଯୋଜନା କରୁଥିବା ଆଶଙ୍କା କରାଯାଇଛି। “ନିଜର ଏଜେଣ୍ଡାକୁ କାର୍ଯ୍ୟକାରୀ କରିବା ସହ ଆତଙ୍କ ସୃଷ୍ଟି କରିବା ଲକ୍ଷ୍ୟରେ ନକ୍ସଲମାନେ ଏଭଳି ବଡ ଯୋଜନା କରୁଥିବା ଜାଣିବାକୁ ପାଇଛି ଗୁଇନ୍ଦା ବିଭାଗ। ଏଣୁ ସୁରକ୍ଷା ଦୃଷ୍ଟିରୁ ଆଲର୍ଟ ରହିବା ସହ ଆବଶ୍ୟକ ପଦକ୍ଷେପ ନେବା ଲାଗି ଜିଲ୍ଲା ପୁଲିସକୁ ସତର୍କ କରାଯାଇଛି। ତେବେ ଏ ନେଇ ପୁଲିସ କିମ୍ବା ସମ୍ପୃକ୍ତ ଓଡ଼ିଆ ଫିଲ୍ମ ଟିମ୍‌ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

Advertisement

Leave a Reply

Your email address will not be published. Required fields are marked *