Pratidin TV

Odisha's Digital News Platform

ଚାଷୀଙ୍କ ପାଇଁ ଆସିଲା ଖୁସି ଖବର ,ଅକ୍ଟୋବର ୫ରେ ମିଳିବ ପିଏମ କିଷାନ ଟଙ୍କା…

1 min read

ଚାଷୀଙ୍କ ପାଇଁ ଆସିଲା ଖୁସି ଖବର । ଆସନ୍ତା ୫ ତାରିଖରେ ମିଳିବ ପିଏମ କିଷାନ ଟଙ୍କା । ମହାରାଷ୍ଟ୍ରରୁ ପ୍ରଧାନମନ୍ତ୍ରୀ ପଠାଇବେ ଯୋଜନାର ୧୮ ତମ କିସ୍ତି । ୯ କୋଟି ୫୦ ଲକ୍ଷ ଟଙ୍କା ଚାଷୀଙ୍କ ଖାତାକୁ ଯିବ । ୨୦ ହଜାର କୋଟି ଟଙ୍କାର ଆର୍ଥିକ ସହାୟତା ଦିଆଯିବ । ମହାରାଷ୍ଟ୍ରରୁ ସିଧାସଳଖ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।ଦେଶରେ ଅନେକ ପ୍ରକାରର ଯୋଜନା ଚାଲିଛି ଯାହା ମାଧ୍ୟମରେ ପ୍ରାୟ ପ୍ରତ୍ୟେକ ଯୋଗ୍ୟ ବ୍ୟକ୍ତି ଉପକୃତ ହେଉଛନ୍ତି ।

ଏଭଳି ଏକ ଯୋଜନା ଅଧୀନରେ ଯୋଗ୍ୟ କୃଷକମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି ଏବଂ ବର୍ତ୍ତମାନ ପରବର୍ତ୍ତୀ ଅର୍ଥାତ୍ ୧୮ତମ କିସ୍ତି ଜାରି ହେବାର ତାରିଖ କୁହାଯାଇଛି । ସରକାରଙ୍କ କହିବା ଅନୁଯାୟୀ, ଏବେ ୫ ଅକ୍ଟୋବର ୨୦୨୪ରେ ୧୮ତମ କିସ୍ତି ପ୍ରଦାନ କରାଯିବ।ପୂର୍ବରୁ ଜୁନ ୧୮ ତାରିଖରେ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଯାଇଥିଲା।ପିଏମ-କିଷାନ ଯୋଜନାରେ କୃଷକମାନଙ୍କ ଆର୍ଥିକ ଆବଶ୍ୟକତା ପୂରଣ କରାଯାଏ। ପେବୃଆରୀ ୨୦୧୯ରେ ଏହି ଯୋଜନାର ଶୁଭାରମ୍ଭ କରାଯାଇଥିଲା। ଏହି ଯୋଜନା ଅଧୀନରେ ଡିବିଟି ଜରିଆରେ ଚାଷୀଙ୍କ ଆଧାର ସହ ସଂଯୁକ୍ତ ବ୍ୟାଙ୍କ ଆକାଉଣ୍ଟକୁ ୩ଟି କିସ୍ତିରେ ୬ହଜାର ଟଙ୍କା ପ୍ରଦାନ କରାଯାଏ।

Advertisement

Leave a Reply

Your email address will not be published. Required fields are marked *