Pratidin TV

Odisha's Digital News Platform

ଜାପାନ ରାଜନୀତିରେ ହଲଚଲ , ପ୍ରଧାନ ମନ୍ତ୍ରୀଙ୍କ ସହ ପୁରା କ୍ୟାବିନେଟ ଦେଲା ଇସ୍ତଫା ..

1 min read

ଜାପାନ ରାଜନୀତି ହୁଲୁସ୍ତୁଲ । ଇସ୍ତଫା ଦେଲେ ଜାପାନ ପ୍ରଧାନମନ୍ତ୍ରୀ । ଆଜି ସେ ନିଜ ମନ୍ତ୍ରୀ ମଣ୍ଡଳ ସହିତ ଇସ୍ତଫା ଦେଇଛନ୍ତି ପିଏମ୍ ଫୁମିଓ କିସିଦା । ଯାହାକୁ ନେଇ ଏବେ ରାଜନୀତିରେ ହଲଚଲ ସୃଷ୍ଟି ହୋଇଛି । ଫୁମିଓ କିସିଦା ୨୦୨୧ରୁ ପ୍ରଧାନମନ୍ତ୍ରୀ ରହିଥିଲେ । କିସିଦାଙ୍କ ପରେ ଏବେ ଶିଗେରୁ ଇଶିବାଙ୍କ ପ୍ରଧାନମନ୍ତ୍ରୀ ହେବା ରାସ୍ତା ସଫା ହୋଇଛି । ଜାପାନରେ ଆସନ୍ତା ଅକ୍ଟୋବର ୨୭ ତାରିଖରେ ସାଂସଦୀୟ ନିର୍ବାଚନ ହେବା ନେଇ ଯୋଜନା ହୋଇଛି । ଏହା ପରେ ତାଙ୍କୁ ଔପଚାରିକ ଭାବେ ଜାପାନର ପ୍ରଧାନମନ୍ତ୍ରୀ ଭାବେ ଘୋଷଣା କରାଯିବ ।  

ଫୁମିଓ କିସିଦା ପ୍ରଧାନମନ୍ତ୍ରୀ ପଦ ଛାଡ଼ିବା ଲାଗି ଗତ ଅଗଷ୍ଟ ମାସରେ ଘୋଷଣା କରିଥିଲେ । ଆଜି ତାଙ୍କ ତିନି ବର୍ଷର କାର୍ଯ୍ୟକାଳ ଶେଷ ହୋଇଛି । ନିଜ ମନ୍ତ୍ରିମଣ୍ଡଳ ସହ ଇସ୍ତଫା ଦେଇଛନ୍ତି ।  ଏପଟେ ଆଜି ଜାପାନ ସଂସଦରେ ମତଦାନ ପରେ ଇଶିବାଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଚୟନ କରାଯାଇପାରେ । କାରଣ ସଂସଦରେ ଇଶିବାଙ୍କ ପାର୍ଟି ନିକଟରେ ବହୁମତ ରହିଛି । ମୁଖ୍ୟ କ୍ୟାବିନେଟ୍ ସଚିବ ୟୋଶିମାସା ହୟାଶି କହିଛନ୍ତି,  କିସିଦା ଏବଂ ତାଙ୍କ ମନ୍ତ୍ରିମଣ୍ଡଳ ଆଜି ସକାଳ କ୍ୟାବିନେଟ୍ ବୈଠକ ବେଳେ ଇସ୍ତଫା ଦେଇଛନ୍ତି ।

Advertisement

Leave a Reply

Your email address will not be published. Required fields are marked *