Pratidin TV

Odisha's Digital News Platform

ଅମିତାଭଙ୍କ ସହ କାମ କରିବାକୁ ମନା କରିଦେଇଥିଲେ ଶ୍ରୀଦେବୀ , ମନେଇବା ପାଇଁ ବିଗ ବି କରିଥିଲେ ଏମିତି …

1 min read

ଅମିତାଭ ବଚ୍ଚନଙ୍କ ସହ ଅଭିନୟ କରିବାକୁ ଅଭିନେତ୍ରୀ ମାନେ ସ୍ବପ୍ନ ଦେଖିଥାନ୍ତି । ହେଲେ ଏମିତି ଜଣେ ଭେଟେରାନ ଅଭିନେତ୍ରୀ ଥିଲେ, ଯିଏ ବିଗ ବିଙ୍କ ସହ କାମ କରିବାକୁ ସଫା ସଫା ମନା କରିଦେଇଥିଲେ ।  ଯାହା ପରେ ବିଗ୍‌ ବି ତାଙ୍କୁ ବୁଝାଇ ରାଜି କରିଥିଲେ । ଏହି ଅଭିନେତ୍ରୀ ହେଉଛନ୍ତି ଭେଟେରାନ ତଥା ସ୍ବର୍ଗତ ଅଭିନେତ୍ରୀ ଶ୍ରୀଦେବୀ। ତାଙ୍କୁ ହିନ୍ଦୀ ସିନେମାର ପ୍ରଥମ ମହିଳା ସୁପରଷ୍ଟାର ମଧ୍ୟ କୁହାଯାଏ। ଶ୍ରୀଦେବୀ ଫିଲ୍ମ ‘ଖୁଦା ଗୱା’ରେ ବିଗ ବିଙ୍କ ସହ କାମ କରିବାକୁ ପ୍ରସ୍ତୁତ ନ ଥିଲେ। ଅବଶ୍ୟ, ବିଗ ବି’ଙ୍କ ଏକ କୌଶଳ ଦେଖି ଶ୍ରୀଦେବୀ ଅଭିନୟ ପାଇଁ ରାଜି ହୋଇଥିଲା। ଏହି ଘଟଣା Sridevi: The Eternal Screen Goddess ପୁସ୍ତକରେ ଉଲ୍ଲେଖ କରାଯାଇଛି। ଏହି ପୁସ୍ତକ ସ୍ବର୍ଗତ କୋରିଓଗ୍ରାଫର ସରୋଜ ଖାନ ଲେଖିଥିଲେ। ସରୋଜ ଖାନ ୧୯୯୨ ଚଳଚ୍ଚିତ୍ର ‘ଖୁଦା ଗୱା’ରେ ଶ୍ରୀଦେବୀ ଏବଂ ଅମିତାଭ ବଚ୍ଚନଙ୍କୁ କୋରିଓଗ୍ରାଫ କରିଥିଲେ।

ସରୋଜ କହିଥିଲେ, ଶ୍ରୀଦେବୀଙ୍କୁ ମନାଇବା ପାଇଁ ଅମିତାଭ ବଚ୍ଚନ ଗୋଲାପରେ ପରିପୂର୍ଣ୍ଣ ଏକ ଟ୍ରକ ପଠାଇଥିଲେ। ଏହା ପରେ ଟ୍ରକରୁ ଶ୍ରୀଦେବୀଙ୍କ ଉପରେ ଫୁଲ ବର୍ଷା ହୋଇଥିଲା। କିନ୍ତୁ ଗୋଲାପ ବର୍ଷା ସତ୍ତ୍ୱେ ଶ୍ରୀଦେବୀ ରାଜି ହୋଇ ନ ଥିଲେ। ଏହା ପରେ ସେ ନିର୍ମାତାମାନଙ୍କ ଆଗରେ ଏକ ସର୍ତ୍ତ ରଖିଥିଲେ ଯେ, ସେ ‘ଖୁଦା ଗୱା’ରେ ଉଭୟ ମା’ ଏବଂ ଝିଅ ଭୂମିକାରେ ଅଭିନୟ କରିବେ। ନିର୍ମାତାମାନେ ଶ୍ରୀଦେବୀଙ୍କ ଏହି ବିବୃତ୍ତିକୁ ଗ୍ରହଣ କରିଥିଲେ ଏବଂ ଅମିତାଭ ବଚ୍ଚନ ଏବଂ ଶ୍ରୀଦେବୀଙ୍କ ଯୋଡି ଖୁଦା ଗାୱାରେ ଦେଖିବାକୁ ମିଳିଥିଲା। ‘ଖୁଦା ଗାୱା’ ନିର୍ଦ୍ଦେଶନା ଦେଇଥିଲେ ମୁକୁଲ ଆନନ୍ଦ। ଏହାର ନିର୍ମାତା ମନୋଜ ଦେଶାଇ ଥିଲେ।

Advertisement

Leave a Reply

Your email address will not be published. Required fields are marked *