Pratidin TV

Odisha's Digital News Platform

କୋଲକାତା ଲଜ୍ଜା , ନ୍ୟାୟ ଦାବିରେ ପୁଣିଥରେ ଆନ୍ଦୋଳନକୁ ଓହ୍ଲାଇଲେ କନିଷ୍ଠ ଡାକ୍ତର ..

1 min read

ଆର.ଜି କର ମେଡିକାଲ କଲେଜ ଜୁନିଅର ମହିଳା ଡାକ୍ତର ଙ୍କ ସହ ହୋଇଥିବା ସେହି ଅମାନବୀୟ କାଣ୍ଡ । ପୁଣିଥରେ ନ୍ୟାୟ ଦାବି କରି ଆନ୍ଦୋଳନ କୁ ଓହ୍ଲାଇଛନ୍ତି ଜୁନିଅର ଡାକ୍ତର  ।  ଦୀର୍ଘ 42 ଦିନର ଆନ୍ଦୋଳନ ପରେ କାର୍ଯ୍ୟରେ ଯୋଗ ଦେଇଥିଲେ କନିଷ୍ଠ ଡାକ୍ତରମାନେ ହେଲେ  ଏବେ ପୁଣି ଆନ୍ଦୋଳନକୁ ଓହ୍ଲାଇଛନ୍ତି । କାର୍ଯ୍ୟକ୍ଷେତ୍ରରେ ସେମାନଙ୍କ ସୁରକ୍ଷା ଓ ନିରାପତ୍ତା ସମେତ ଏକାଧିକ ଦାବିରେ ସେମାନେ ଆଜିଠାରୁ ପୁଣି ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ କାର୍ଯ୍ୟବନ୍ଦ ଡାକରା ଦେଇଛନ୍ତି । କୋଲକାତା ସହରର ବିଭିନ୍ନ ହସ୍ପିଟାଲରେ କାର୍ଯ୍ୟରତ ହଜାର ହଜାର କନିଷ୍ଠ ଡାକ୍ତର ଆନ୍ଦୋଳନରେ ସାମିଲ ହେବା ପରେ ପୁଣି ଥରେ ସ୍ବାସ୍ଥ୍ୟସେବାରେ ଅଚଳାବସ୍ଥା ଦେଖାଯାଇଛି । ଅଗଷ୍ଟ 9 ତାରିଖରେ ଆର.ଜି କର ମେଡିକାଲ କଲେଜ କାଣ୍ଡ ପରେ ପଶ୍ଚିମବଙ୍ଗ ସମେତ ସାରା ଦେଶରେ ରେସିଡେଣ୍ଟ ଡାକ୍ତରମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ ।

ପୀଡିତା ମହିଳା ଡାକ୍ତରଙ୍କ ପରିବାରକୁ ନ୍ୟାୟ ସହ ସମସ୍ତ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କୁ କର୍ମସ୍ଥଳରେ ପର୍ଯ୍ୟାପ୍ତ ସୁରକ୍ଷା ଦାବିରେ ଡାକ୍ତରମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିଲେ । ସରକାର ଓ ପ୍ରଶାସନ ସହ ବାରମ୍ବାର ଆଲୋଚନା ବିଫଳ ହୋଇଥିଲା । ସୁପ୍ରିମକୋର୍ଟ ମଧ୍ୟ ଏହି ମାମଲାରେ ନିରପେକ୍ଷ ତଦନ୍ତର ପ୍ରତିଶ୍ରୁତି ସହ ଡାକ୍ତରଙ୍କୁ କାର୍ଯ୍ୟରେ ଯୋଗଦେବାକୁ କହିଥିଲେ । ଦୀର୍ଘ 42 ଦିନର ଆନ୍ଦୋଳନ ପରେ ଗତମାସ (ସେପ୍ଟେମ୍ବର) 21 ତାରିଖରେ କନିଷ୍ଠ ଡାକ୍ତରମାନେ ଆନ୍ଦୋଳନ ପ୍ରତ୍ୟାହାର କରିବା ସହ କାର୍ଯ୍ୟରେ ଯୋଗ ଦେଇଥିଲେ । ଏବେ ପୁଣି ଥରେ ସେମାନଙ୍କ ଦାବି ଓ ସୁରକ୍ଷା ସମ୍ପର୍କରେ ସରକାରଙ୍କ ପକ୍ଷରୁ କୌଣସି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାଯାଇନଥିବା ଦର୍ଶାଇ ସେମାନେ ଅନିର୍ଦ୍ଦିଷ୍ଟ ସମୟ ପାଇଁ ପୁଣି କାର୍ଯ୍ୟବନ୍ଦ ଡାକରା ଦେଇଛନ୍ତି । ଆସନ୍ତାକାଲି କୋଲକାତାରେ ଆନ୍ଦୋଳନରତ ଡାକ୍ତରଙ୍କ ବିକ୍ଷୋଭ ଶୋଭାଯାତ୍ରା ମଧ୍ୟ ଆୟୋଜନ ହେବାର କାର୍ଯ୍ୟକ୍ରମ ରହିଛି । ଏନେଇ କନିଷ୍ଠ ଡାକ୍ତରସଂଘ ଆଉ କିଛି ସମୟ ମଧ୍ୟରେ ପ୍ରେସମିଟ୍‌ ମଧ୍ୟ କରିପାରେ ।

Advertisement

Leave a Reply

Your email address will not be published. Required fields are marked *