Pratidin TV

Odisha's Digital News Platform

ଆଜିଠୁ ନବୀନଙ୍କ ଜନସର୍ମ୍ପକ ପଦଯାତ୍ରା , ବିଭିନ୍ନ ସ୍ଥାନରେ ଲୋକଙ୍କ ସହ ଯୋଡିହେବାକୁ ଦଳୀୟ କାର୍ଯ୍ୟକ୍ରମ …

1 min read

ଆଜିଠୁ ନବୀନଙ୍କ ଜନସର୍ମ୍ପକ ପଦଯାତ୍ରା । ଲୋକଙ୍କ ପାଖକୁ ଯିବ ବିଜେଡି , ଭୁବନେଶ୍ବର ବଡଗଡ ବ୍ରିଟ କଲୋନୀ ନେତାଜୀ ପଡିଆରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆରମ୍ଭ କରିବେ ପଦଯାତ୍ରା ।

ତେବେ ପ୍ରତି ନିର୍ବାଚନ ମଣ୍ଡଳୀରେ ବିଜେଡି ପଦଯାତ୍ରା କରିବ। ପଦଯାତ୍ରା ମାଧ୍ୟମରେ ବିଜେଡି ସରକାର ଥିବା ସମୟରେ କରିଥିବା ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟକ୍ରମ ସମ୍ପର୍କରେ ଲୋକଙ୍କୁ ଅବଗତ କରାଇବା ସହ ବର୍ତ୍ତମାନ ସରକାରର ବିଫଳତାକୁ ଜଣାଇବ। ବିଶେଷ କରି ଦରଦାମ ବୃଦ୍ଧି, ଆଇନଶୃଙ୍ଖଳା ସ୍ଥିତି ଏବଂ ମହିଳା ନିର୍ଯ୍ୟାତନା ପ୍ରସଙ୍ଗ ସହ ସ୍ଥାନୀୟ ପ୍ରସଙ୍ଗକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛି ବିଜେଡି।

Advertisement

Leave a Reply

Your email address will not be published. Required fields are marked *