Pratidin TV

Odisha's Digital News Platform

ଧବଳମୁଖୀ ବେଶରେ ଦର୍ଶନ ଦେଲେ ମା ସମଲେଶ୍ବରୀ l

1 min read

ଆଜି ହେଉଛି ଅମାବାସ୍ୟା,ପିତୃପକ୍ଷର ଶେଷ ଦିନ ଅର୍ଥାତ ପବିତ୍ର ମହାଳୟା ପର୍ବ l ଏହି ଦିନରେ ସମ୍ବଲପୁରର ଅଧିଷ୍ଠ୍ରାତୀ ଦେବୀ ମା ସମଲେଶ୍ବରୀ ଧବଳମୁଖୀ ବେଶରେ ଭକ୍ତ ମାନଙ୍କୁ ଦର୍ଶନ ଦେଉଛନ୍ତି l ମାଙ୍କ ଏହି ଅପୁର୍ବ ରୁପର ଦର୍ଶନ କରିବା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ଶ୍ରଦ୍ଧାଳୁ ମାନଙ୍କ ମନ୍ଦିରରେ ପ୍ରବଳ ସମାଗମ ହୋଇଥାଏ l

ଆଜି ହେଉଛି ପବିତ୍ର ମହାଳୟା ତିଥି ଆଜିର ଏହି ତିଥିରେ ଭକ୍ତଙ୍କୁ ଧବଳମୁଖୀ ବେଶରେ ଦର୍ଶନ ଦେଉଛନ୍ତି ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ବରୀ l ବର୍ଷ ତମାମ ସିନ୍ଦୂର ମଣ୍ଡିତା ହୋଇ ପୂଜା ପାଉଥିବା ମା ସମଲେଶ୍ୱରୀ ପବିତ୍ର ମହାଳୟାରେ ଗଙ୍ଗା ବେଶ ଧାରଣ କରିଛନ୍ତି l ପିତୃପୁରୁଷ ଙ୍କୁ ପିଣ୍ଡଦାନ କରିବା ପରେ ମାଙ୍କ ଧବଳମୁଖୀ ରୂପ ଦର୍ଶନ କଲେ ଗଙ୍ଗା ସ୍ନାନର ପୁଣ୍ୟ ମିଳେ ବୋଲି ବିଶ୍ବାସ ରହିଆସିଛି l ଯେଉଁମାନେ ପିଣ୍ଡଦାନ କରିବା ପାଇଁ ଗଙ୍ଗା ଯିବାକୁ ଅସମର୍ଥ ହୁଅନ୍ତି, ସେମାନେ ଏହି ଦିନରେ ଘରେ ପିଣ୍ଡଦାନ କରି ସମଲେଶ୍ବରୀଙ୍କ ଧବଳମୁଖୀ ବେଶ ଦର୍ଶନ କରିଥାନ୍ତି l ତେବେ ମାଙ୍କ ଏହି ବେଶକୁ ଗଙ୍ଗା ବେଶ ବୋଲି ମଧ୍ୟ କୁହାଯାଇଥାଏ l ତେବେ ଧବଳମୁଖୀ ବେଶ ଦର୍ଶନ କରିବା ପାଇଁ ସକାଳୁ ସନ୍ଧ୍ୟା ଯାଏଁ ମନ୍ଦିରରେ ଭକ୍ତଙ୍କ ସମାଗମ ହୋଇଥାଏ l

Advertisement

ଆଜି ସକାଳୁ ନିୟମିତ ସମୟରୁ ଏକ ଘଣ୍ଟା ପୂର୍ବରୁ ମାଙ୍କର ପହୁଡ ଖୋଲାଯାଇ ଧବଳମୁଖୀ ବେଶ ପାଇଁ ମାଙ୍କୁ ସଜ୍ଜିତ କରିଥିଲେ ମନ୍ଦିରର ସମସ୍ତ ପୁଜକ l ଏଥିସହ ମାଙ୍କୁ ଏକ ସ୍ବତନ୍ତ୍ର ଭୋଗ ମଧ୍ୟ ଲଗା ଯାଇଥାଏ l ଯାହା ବର୍ଷର ଅନ୍ୟ କୌଣସି ଦିନରେ ମାଙ୍କୁ ଅପର୍ଣ କରାଯାଏ ନାହିଁ l ମନ୍ଦିର ପରିସରରେ ସମଲେଶ୍ବରୀଙ୍କ ଧବଳମୁଖୀ ବେଶ ଦର୍ଶନକୁ ଶୃଙ୍ଖଳିତ କରିବା ନେଇ ପୋଲିସ ଓ ମନ୍ଦିର ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି l ଅପର ପକ୍ଷରେ ଭକ୍ତ ମାନଙ୍କ ଭିଡକୁ ଦୃଷ୍ଟିରେ ରଖି ଧାଡି ଦର୍ଶନ ବ୍ୟବସ୍ଥା କରିଛି ମନ୍ଦିର ଟ୍ରଷ୍ଠ ବୋର୍ଡ l ଏଥିସହ ଆଜି ମାଙ୍କ ଧବଳମୁଖି ବେଶ ପାଇଁ ମାଙ୍କର ସ୍ୱତନ୍ତ୍ର ମହାଆଳତି ମଧ୍ୟ କରାଯାଇଛି l ଏହି ଧବଳମୁଖୀ ବେଶରେ ମା ଦୁଇ ଦିନ ଧରି ଭକ୍ତ ମାନଙ୍କୁ ଦର୍ଶନ ଦେଇଥାନ୍ତି l ଭକ୍ତ ମାନଙ୍କ ପ୍ରବଳ ଭିଡ଼ କୁ ଦୃଷ୍ଟିରେ ରଖି ମନ୍ଦିର ଟ୍ରଷ୍ଟବୋର୍ଡ ପକ୍ଷରୁ ମାଙ୍କୁ ଅର୍ପଣ କରାଯାଉଥିବା ଭୋଗ ମନ୍ଦିର ଭିତରକୁ ବାରଣ କରାଯାଇଛି l

ଆଜିର ଦିନରେ ମାଙ୍କ ଏହି ଅପୁର୍ବ ରୁପକୁ ଭକ୍ତ ଦର୍ଶନ ଲାଭ କଲେ କୋଟି କୋଟି ପୁଣ୍ୟ ମିଳେ ବୋଲି ଭକ୍ତ ଙ୍କ ମଧ୍ୟରେ ବିଶ୍ୱାସ ରହିଛି l ସେଥିପାଇଁ ଭକ୍ତ ମାନେ ଏହି ଦିନର ଅପେକ୍ଷାରେ ରହିଥାନ୍ତି l

Leave a Reply

Your email address will not be published. Required fields are marked *