Pratidin TV

Odisha's Digital News Platform

କାମ ଚାପରେ ଜୀବନ ହାରିଲେ ଫାଇନାନ୍ସ ମ୍ୟାନେଜର । ୪୫ ଦିନରୁ ଶୋଇପାରିନଥିଲେ …

1 min read

ଚିଠି ଲେଖି ଜୀବନ ହାରିଲେ ବଜାଜ ଫାଇନ୍ସାନ ଏରିଆ ମ୍ୟାନେଜର । ଗତକିଛି ଦିନରେ କାମ ଚାପକୁ ନେଇ କେତେକ ମୃତ୍ୟୁ ଘଟଣା ଆପଣଙ୍କ ସାମ୍ନାକୁ ଆସିଥିବ । ବର୍ତ୍ତମାନ ପୁଣି ସମାନ ଘଟଣାର ପୁନରା ବୃତ୍ତି ଘଟିଛି । କାମ ଚାପରେ ଉତ୍ତର ପ୍ରଦେଶ ଝାନ୍ସୀରେ ଥିବା ଏକ ଫାଇନାନ୍ସ କମ୍ପାନୀର କର୍ମଚାରୀ ୪୨ ବର୍ଷୀୟ ତରୁଣ ସକ୍ସେନ ଗତ ରବିବାର ଦିନ ଜୀବନ ହାରିଛନ୍ତି । ଆଉ ମୃତ୍ୟୁ ପୂର୍ବରୁ ସେ ନିଜ ପରିବାର ପାଇଁ ଏକ ଚିଠି ଛାଡିଯାଇଛନ୍ତି । ଯେଉଁଥିରେ ସେ ୪୫ ଦିନରୁ କାମ ଚାପରେ ଅନିଦ୍ରା ରହିଥିବା କହିଛନ୍ତି ।

ତେବେ ଆପଣମାନଙ୍କ ଜାଣିବା ନିମନ୍ତେ କହିରଖୁଛୁ ଯେ ନିକ କାର୍ଯ୍ୟ କ୍ଷେତ୍ରରେ ସିନିୟରଙ୍କ ଦ୍ୱାରା ଦିଆଯାଉଥିବା କାମର ଚାପ ଓ ମାନସିକ ନିର୍ଯ୍ୟାତନାକୁ ଦର୍ଶାଇଛନ୍ତି । ଅସହ୍ୟ କାର୍ଯ୍ୟ ଚାପ ଏବଂ ମାନସିକ ନିର୍ଯ୍ୟାତନାକୁ ବରଦାସ୍ତ କରିବା ତାଙ୍କ ପକ୍ଷେ ଅସମ୍ଭବ ଥିଲା ବୋଲି ସେ ଦର୍ଶାଇଛନ୍ତି । ତେବେ ସୂଚନା ଅନୁସାରେ ଏପରି କଠୋର ପଦକ୍ଷେପ ନେବା ପୂର୍ବରୁ ସେ ନିଜର ପତ୍ନୀ ଏବଂ ଦୁଇ ପିଲାଙ୍କୁ ଗୋଟିଏ କୋଠରୀରେ ତାଲା ପକାଇ ରଖିଥିଲେ ବୋଲି ଜଣାପଡ଼ିଛି ।

Advertisement

ନିଜର ସର୍ବଶ୍ରେଷ୍ଠ ଉଦ୍ୟମ ସତ୍ତ୍ୱେ ତାଙ୍କର ସିନିୟର ତାଙ୍କ ଉପରେ ଖୁସି ନଥିବା କଥା ସେ ନିଜ ସୁଇସାଇଡ୍ ନୋଟରେ ଲେଖିଛନ୍ତି । ଏପରି ଭାବେ ବାରମ୍ବାର ତାଙ୍କୁ ଅପମାନ ସହ୍ୟ କରିବାକୁ ପଡ଼ୁଥିବା କଥା ମଧ୍ୟ ସେ ଲେଖିଛନ୍ତି । ୪୫ ଦିନ ଧରି ତାଙ୍କୁ ରାତିରେ ନିଦ ହେଉନଥିଲା । ଖାଇବା ପିଇବା ଠିକ୍ସେ କରୁନଥିବା ବେଳେ ଅତ୍ୟଧିକ ଚାପରେ ଥିଲେ ବୋଲି ସେ ଲେଖିଛନ୍ତି ।

Leave a Reply

Your email address will not be published. Required fields are marked *