Pratidin TV

Odisha's Digital News Platform

ଯୁଦ୍ଧ ତେଜିବା ସହ ବଢ଼ିଲା ତେଲ ଦର ..

1 min read

ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି ଇସ୍ରାଏଲ ଇରାନ ଯୁଦ୍ଧ। ଯାହାକୁ ନେଇ ଏବେ ସାରାବିଶ୍ୱ ବାସୀ ଚିନ୍ତାରେ    । ଇସ୍ରାଏଲ ଉପରେ ଇରାନର ୪୦୦ ମିଶାଇଲ ମାଡ ପରେ ଏବେ ତେଲ ବଜାରରେ ଲାଗିଛି ନିଆଁ । ଅଶୋଧିତ ତେଲ ବଜାରରେ ଆଶଙ୍କା ଯୋଗୁ ଏବେ ଦର ୫% ବୃଦ୍ଧି ହୋଇଛି । ଯୁଦ୍ଧ ଘନେଇ ଥିବାରୁ ଏହା ବିଶ୍ୱର ତୈଳ ବଜାରରୁ କ୍ଷତିଗସ୍ତ କରିବ ବୋଲି ଆଶଙ୍କା କରାଯାଉଛି । ଏବେ ଡବ୍ଲ୍ୟୁଟିଆଇ ବର୍ଗର ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୫% ବୃଦ୍ଧି ହେବା ଯୋଗୁ ୭୧ ଡଲାର ଛୁଇଁଛି । ପୂର୍ବରୁ ବ୍ରେଣ୍ଟ ବର୍ଗର ଅଶୋଧିତ ତେଲ ଦର ୨.୭% ହ୍ରାସ ହୋଇଥିବା ବେଳେ ଏହା ଏବେ ବ୍ୟାରେଲ ପିଛା ୭୫ ଡଲାର ଟପିଛି ।

ତୈଳ ଯୋଗାଣକାରୀ ଦେଶ ସମୂହ ଓପିଇସିର ସକ୍ରିୟ ସଦସ୍ୟ ଇରାନ ଏବେ ଯୁଦ୍ଧମୁଖା ହୋଇଥିବାରୁ ଏହା ତେଲ ଯୋଗାଣକୁ ପ୍ରଭାବିତ କରିବ ବୋଲି ବିଶେଷଜ୍ଞ ଆଶଙ୍କା କରୁଛନ୍ତି । ଏହି ଅଞ୍ଚଳରେ ଇରାନ ଏକ ପ୍ରମୁଖ ତେଲ ଉତ୍ପାଦନକାରୀ ଦେଶ । ଏଠାରେ ବିଶ୍ୱର  ଏକ ତୃତୀୟାଂଶ ତେଲ ଯୋଗାଣ ହୋଇଥାଏ । ରିଥୋଲଜ ୱେଲଥ ମ୍ୟାନେଜମେଣ୍ଟର ମୁଖ୍ୟ ବଜାର ଷ୍ଟ୍ରାଟେଜିଷ୍ଟ କ୍ୟାଲି କକ୍ସ କହିଛନ୍ତି, ମଧ୍ୟ ପ୍ରାଚ୍ୟରେ ଯୁଦ୍ଧ ବଜାରକୁ ପ୍ରଭାବିତ କରି ଢ଼େର ଆଶଙ୍କା ରହିଛି । ଏଭଳି ସ୍ଥିତିରେ ତେଲ ଦର, ବଣ୍ଡ୍‌ ମୂଲ୍ୟ, ସୁନା ଉଦ୍ଧ୍ୱର୍ଗାମୀ ହେବାକୁ ଥିବା ଥିବା ଷ୍ଟକ ମୂଲ୍ୟ କମିବ । ଯୁଦ୍ଧ ଯୋଗୁ ବଜାର ଉପରେ ପୂର୍ବରୁ ପ୍ରଭାବ ରହିଛି । ମାତ୍ର ବର୍ତ୍ତମାନର ଆକ୍ରମଣ ବଜାର ପାଇଁ ବେଶି ଚିନ୍ତା ବଢ଼ାଇଛି । ସ୍ଥିତି ବିଗିଡିଲେ ଇନ୍ଧନ ଦର ଆହୁରି ବଢ଼ିଯିବ ବୋଲି ଲିନଭେଷ୍ଟ୨୧ ଡଟ୍‌ ଏଆଇର ସିଇଓ ଡେଭିଡ ଲିନ୍‌ କହିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *