Pratidin TV

Odisha's Digital News Platform

ସ୍ଥିତି ଭୟଙ୍କର : ଇସ୍ରାଏଲ ପିଏମଙ୍କୁ ଫୋନ୍ କଲେ ମୋଦି ..

1 min read

ଆକ୍ରମଣାତ୍ମକ ଇସ୍ରାଏଲ । ଆକାଶ ମାର୍ଗରୁ ଘନଘନ ରକେଟ୍‌ ଓ କ୍ଷେପଣାସ୍ତ୍ର ମାଡ଼ କରୁଛି । ଇସ୍ରାଏଲର ଭୟଙ୍କର ଆକ୍ରମଣରେ ଥରହର ଲେବାନନ୍‌ ।  ହିଜବୁଲ୍ଲା ଓ ୟେମେନର ହୁଥି ବିଦ୍ରୋହୀଙ୍କ ଆଶ୍ରୟସ୍ଥଳୀ ଉପରେ ଜୋରଦାର ଆକ୍ରମଣ ଜାରି ରହିଥିବା ବେଳେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କୁ ଫୋନ୍‌ କରି କଥା ହୋଇଛନ୍ତି      । ଯୁଦ୍ଧ ଚାଲିଥିବା ବେଳେ ମୋଦିଙ୍କ ଏହି ଫୋନ୍‌ କଲକୁ ନେଇ ପୁରା ବିଶ୍ଵରେ ଚର୍ଚ୍ଚା ।

ମୋଦିଙ୍କୁ ନେଇ ଏବେ ପୁରା ବିଶ୍ଵରେ ଚର୍ଚ୍ଚା । କାରଣ ପୂର୍ବରୁ ୨ ବର୍ଷ ହେଲାଣି ୟୁକ୍ରେନ ଓ ଋଷିଆ ମଧ୍ୟରେ ଯୁଦ୍ଧ ଚାଲିଛି । ଏହି ଯୁଦ୍ଧ ସମୟରେ ପ୍ରଥମେ ମୋଦି ଋଷିଆ ଗସ୍ତ କରି ପୁଟିନଙ୍କ ସହ ଆଲୋଚନା କରିଥିଲେ । ପରେ ପରେ ୟୁକ୍ରେନ ଗସ୍ତ କରି ଜେଲେନସ୍କିଙ୍କ ସହ ୱାନ ଟୁ ୱାନ ଆଲୋଚନା କରିଥିଲେ । ଖାଲି ଏତିକି ନୁହେଁ ବରଂ ତିନିଦିନିଆ ଆମେରିକା ଗସ୍ତ ବେଳେ ଜେଲେନସ୍କିଙ୍କୁ ଭେଟିଥିଲେ ମୋଦି । କୁହାଯାଇଥିଲା କି ଉଭୟ ଦେଶ ମଧ୍ୟରେ ଶାନ୍ତି ଫେରାଇ ଆଣିବାକୁ ମୋଦି ଉଦ୍ୟମ କରୁଛନ୍ତି । ଆଉ ଏମିତି ସ୍ଥିତିରେ ଲେବାନନ୍‌ ଓ ଇସ୍ରାଏଲ ଆକ୍ରମଣ ପ୍ରତିଆକ୍ରମଣ ସମୟରେ ମୋଦିଙ୍କ କଲ ବେଶ ଗୁରୁତ୍ଵପୂର୍ଣ୍ଣ ।

Advertisement

ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ନେତାନ୍ୟାହୁଙ୍କ ସହ କଥାବାର୍ତ୍ତା ବିଷୟରେ ପ୍ରଧାନମନ୍ତ୍ରୀ ମୋଦି ନିଜେ ସୂଚନା ଦେଇଛନ୍ତି । ଲେଖିଛନ୍ତି, “ପଶ୍ଚିମ ଏସିଆରେ ସାମ୍ପ୍ରତିକ ଘଟଣାକ୍ରମ ବିଷୟରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ସହ କଥା ହୋଇଛି । ଆଞ୍ଚଳିକ ଉତ୍ତେଜନାକୁ ରୋକିବା ଏବଂ ସମସ୍ତ ବନ୍ଧକଙ୍କୁ ସୁରକ୍ଷିତ ମୁକ୍ତ କରିବା ସୁନିଶ୍ଚିତ କରିବା ଗୁରୁତ୍ୱପୂର୍ଣ୍ଣ । ଶାନ୍ତି ଏବଂ ସ୍ଥିରତା ଶୀଘ୍ର ପୁନରୁଦ୍ଧାର ପାଇଁ ପ୍ରୟାସକୁ ସମର୍ଥନ କରିବାକୁ ଭାରତ ପ୍ରତିଶ୍ରୁତିବଦ୍ଧ ।“ ମୋଟ୍‌ ଉପରେ, କିଛିଦିନ ତଳେ ଇସ୍ରାଏଲ ନିକଟରେ ଲେବନାନରେ ଥିବା ହିଜବୁଲ୍ଲାର ଘାଟି ଉପରେ ଆକ୍ରମଣକୁ ତୀବ୍ର କରିଛି ଏୟାରଷ୍ଟ୍ରାଇକ୍‌ରେ ହେଜବୁଲ୍ଲା ମୁଖ୍ୟ ହାସାନ ନସରଲ୍ଲାଙ୍କ ସମେତ ଅନେକ କମାଣ୍ଡରଙ୍କୁ ମାରିଦେଇଥିଲା।  ସେବେଠାରୁ ଇସ୍ରାଏଲକୁ ହିଜବୁଲ୍ଲା ଓ ଇରାନ ମଧ୍ୟ ଧମକ ଦେଉଛନ୍ତି ।

Leave a Reply

Your email address will not be published. Required fields are marked *