Pratidin TV

Odisha's Digital News Platform

କେକ୍ ଖାଉଥିଲେ, ସାବଧାନ! ଏହି ବଡ଼ ରୋଗରେ ଚାଲିଯାଇପାରେ ଜୀବନ!

1 min read

ଆଜିକାଲି ଜନ୍ମଦିନ ରୂ ଆରମ୍ଭ କରି ପ୍ରାୟ ପ୍ରତ୍ୟେକ ପର୍ବପର୍ବାଣି ରେ କେକ୍ କାଟିବା ଏକ ଫ୍ୟାସନ ରେ ପରିଣତ ହୋଇଗଲାଣି l ଭୁବନେଶ୍ୱର ର ସହର ରେ ପ୍ରାୟ ଜାଗାରେ ଏବେ ନାମିଦାମୀ କମ୍ପାନୀ ଠୁ ଆରମ୍ଭ କରି ଛୋଟୋମୋଟ କେକ୍ ଦୋକାନ ଦେଖିବାକୁ ମିଳୁଛି l ହେଲେ ଏହି କେକ୍ ଆପଣଙ୍କୁ ମୃତ୍ୟ ମୁଖରେ ପକଉଛି l ଏହି କେକ୍ ଦ୍ୱାରା ବ୍ୟାପୁଛି କ୍ୟାନସର ମହାମାରୀ  l  ନିକଟରେ ବେକେରୀ କେକ୍‌ ଉପରେ ହୋଇଥିବା ଏକ ପରୀକ୍ଷଣରୁ ଏହା ସ୍ପଷ୍ଟ ହୋଇଛି।

ସୂଚନା ଅନୁସାରେ, ବେଙ୍ଗାଲୁରୁରେ ହୋଇଥିବ ଏକ ପରୀକ୍ଷଣରୁ ୧୨ ପ୍ରକାରର କେକରୁ କର୍କଟ ରୋଗର ତତ୍ବ ମିଳିଥିବା ଜଣାପଡିଛି । ଏହାପରେ କର୍ଣ୍ଣାଟକ ଖାଦ୍ୟ ସୁରକ୍ଷା ଏବଂ ଗୁଣବତ୍ତା ବିଭାଗ ଲୋକଙ୍କୁ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛି । ରାଜ୍ୟରେ ବେକରୀ ଦ୍ୱାରା ପ୍ରସ୍ତୁତ କେକରେ ସମ୍ଭାବ୍ୟ କର୍କଟ ଉତ୍ପାଦନକାରୀ ତତ୍ଵର ବ୍ୟବହାରକୁ ନେଇ ବିଭାଗ ଚେତାବନୀ ଦେଇଛି। ବେଙ୍ଗାଲୁରୁର ଅନେକ ବେକରୀରୁ ପ୍ରସ୍ତୁତ ହୋଇଥିବା ୧୨ ପ୍ରକାରର କେକକୁ ନେଇ କରାଯାଇଥିବା ପରୀକ୍ଷଣରୁ ଜଣାପଡିଥିଲା ଯେ ଏଥିରେ କ୍ୟାନସର ସୃଷ୍ଟିକାରୀ କଣିକା ରହିଛି । ରେଡ୍ ଭେଲଭେଟ ଏବଂ ବ୍ଲାକ୍ ଫରେଷ୍ଟ ଭଳି କେତେକ କେକ୍‌କୁ ସୁନ୍ଦର କରିବା ପାଇଁ ଯେଉଁ କୃତ୍ରିମ ରଙ୍ଗର ବ୍ୟବହାର କରାଯାଉଛି ସେହି ରଙ୍ଗରେ ଏହି କ୍ୟାନସର ସୃଷ୍ଟିକାରୀ କଣିକା ରହୁଛି । କେକ୍ ନମୁନା ପରୀକ୍ଷା ସମୟରେ କିଛି କେକ୍‌ରେ ରୋଡାମାଇନ୍-ବି ଭଳି ମାରାତ୍ମକ ତତ୍ଵ ମଧ୍ୟ ମିଳିଥିଲା ​​। ରୋଡାମାଇନ୍-ବି ପରି ଖାଦ୍ୟ ରଙ୍ଗ ସ୍ୱାସ୍ଥ୍ୟ ଉପରେ ଅନେକ କ୍ଷତିକାରକ ପ୍ରଭାବ ପକାଇଥାଏ ।

Advertisement

ତେବେ କହିରଖୁଛୁ ଯେ ଖାଦ୍ୟ ପଦାର୍ଥରେ କୃତ୍ରିମ ରଙ୍ଗର ବ୍ୟବହାର ବିଷୟରେ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ପୂର୍ବରୁ କଡା ଚେତାବନୀ ଦେଇଥିଲେ । କିଛି ଦିନ ତଳେ କଟନ କାଣ୍ଡି ଏବଂ କୋବି ମଞ୍ଚୁରିଆନରେ ରୋଡାମାଇନ୍-ବି ବ୍ୟବହାରକୁ ବିପଜ୍ଜନକ ବୋଲି ଦର୍ଶାଇ ଏହାକୁ ବ୍ୟାନ କରିଥିଲେ କର୍ଣ୍ଣାଟକ ସରକାର ।

Leave a Reply

Your email address will not be published. Required fields are marked *