Pratidin TV

Odisha's Digital News Platform

ଲେବାନନରେ ଇସ୍ରାଏଲ ସେନାର ଗ୍ରାଉଣ୍ଡ ଅପରେସନ୍ ଜାରି; ୮ ଇସ୍ରାଏଲ ଯବାନ ସହିଦ

1 min read

People and journalists gather at a site that was hit by an airstrike on Monday, after what Lebanon's state media said was a series of Israeli strikes around Ghaziyeh on Lebanon's coast around 60 km north of the border with Israel, during a media tour, Lebanon February 20, 2024. REUTERS/Aziz Taher

ଲେବାନନରେ ହିଜବୁଲ୍ଲା ବିରୋଧରେ ଇସ୍ରାଏଲ ସେନାର ଗ୍ରାଉଣ୍ଡ ଅପରେସନ ଜାରି ରହିଛି । ଏହି ଆକ୍ରମଣରେ ଇସ୍ରାଏଲର ୮ ଜଣ ଯବାନ ସହିଦ ହୋଇଛନ୍ତି । ଯେଉଁଥିରେ ଦୁଇ ଜଣ କ୍ୟାପଟେନ୍ ସାମିଲ ଅଛନ୍ତି । ମୃତକଙ୍କ ବୟସ ୨୧ରୁ ୨୩ ବର୍ଷ ମଧ୍ୟରେ ହେବ ।

ମଧ୍ୟପ୍ରାଚ୍ୟ ସ୍ଥିତି ଜଟିଳ ହେବାରେ ଲାଗିଛି। ଲେବାନନରେ ଇସ୍ରାଏଲ ସେନାର ଗ୍ରାଉଣ୍ଡ ଅପରେସନ୍ ଜାରି ରହିଛି। ରାଜଧାନୀ ବେରୁତର ୭ଟି ସ୍ଥାନରେ ଜୋରଦାର ହମଲା ହୋଇଛି। ଇସ୍ରାଏଲ ବାୟୁସେନା ଦ୍ଵାରା ଏୟାର ଷ୍ଟ୍ରାଇକ୍ ସହ ବୋମାମାଡ ହୋଇଛି। ଆକ୍ରମଣରେ ୮ ଲେବାନନ ସେନା ନିହତ ହୋଇଥିବା ସୂଚନା ମିଳିଛି। ପ୍ରାୟ ୧ ଲକ୍ଷ ୨୦ ହଜାର ଲୋକଙ୍କୁ ଲେବାନନ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଥିବା ଜଣାପଡିଛି। ସେପଟେ ଏହି ଆକ୍ରମଣର ଜବାବରେ ଇରାନ ଉପରେ ଯେକୌଣସି ସମୟରେ ପ୍ରତିଆକ୍ରମଣ କରିବା ଲାଗି ଇସ୍ରାଏଲ ଚେତାବନୀ ଦେଇଛି।

Advertisement

ଇରାନର ସର୍ବୋଚ୍ଚ ନେତା ଅଲି ଖାମନେଇ ସୋସିଆଲ ମିଡିଆ ଏକ୍ସରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ଭିଡିଓରେ ଅଣ୍ଡରଗ୍ରାଉଣ୍ଡ ଅସ୍ତ୍ରାଗାରକୁ ଦେଖାଇଛନ୍ତି। ଇରାନର ଆକ୍ରମଣ ମଧ୍ୟରେ ଲେବାନନ୍‌ର ହେଜବୋଲ୍ଲା ଓ ୟେମେନ୍‌ର ହୁତି ଆତଙ୍କବାଦୀ ସଂଗଠନ ଇସ୍ରାଏଲ ଉପରେ ସେମାନଙ୍କର ଅଭିଯାନ ଜାରି ରଖିଛନ୍ତି। ଇରାନ ସମର୍ଥିତ ହୁତି କହିଛି ଯେ ଏହା ବୁଧବାର ଇସ୍ରାଏଲ ଉପରେ କ୍ରୁଜ୍ କ୍ଷେପଣାସ୍ତ୍ର ମାଡ କରିଛି। ମାତ୍ର ହୁତିର ଏପରି ଆକ୍ରମଣ ସମ୍ପର୍କରେ ଇସ୍ରାଏଲ କୌଣସି ପ୍ରତିକ୍ରିୟା ପ୍ରକାଶ କରିନାହିଁ। ସେହିପରି ହେଜବୋଲ୍ଲା କହିଛି ଯେ ଏହା ଇସ୍ରାଏଲ ସେନା ଉପରେ ଆକ୍ରମଣ କରିଛି। ଦକ୍ଷିଣ ଲେବାନନ୍‌ର ୟରୌନ ଗ୍ରାମରେ ଇସ୍ରାଏଲର ସୈନିକଙ୍କ ସହିତ ହେଜବୋଲ୍ଲା ଯୋଦ୍ଧାଙ୍କ ସଂଘର୍ଷ ହୋଇଛି।

ଏହି ସଂଘର୍ଷରେ ଇସ୍ରାଏଲର ୮ଜଣ ସୈନିକ ପ୍ରାଣ ହରାଇଛନ୍ତି। ଇସ୍ରାଏଲ ଉପରେ ଇରାନ କରିଥିବା ଆକ୍ରମଣକୁ ଜର୍ମାନୀ ନିନ୍ଦା କରିଛି। ଏପରିକି ଏହି ଆକ୍ରମଣ ପାଇଁ ଇରାନର ରାଷ୍ଟ୍ରଦୂତଙ୍କୁ ଜର୍ମାନ ସମନ ଜାରି କରିଛି। ଜର୍ମାନୀ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ସେବାସ୍ଥାନିଆ ଫିସଚର କହିଛନ୍ତି ଯେ ଇରାନର ଆକ୍ରମଣକୁ ନେଇ ଆମେ ଏହାର ରାଷ୍ଟ୍ରଦୂତଙ୍କୁ ସମନ ଜାରି କରିଛୁ। ମାତ୍ର ଇରାନ ରାଷ୍ଟ୍ରଦୂତ ବର୍ଲିନରେ ଅନୁପସ୍ଥିତ ରହିଛନ୍ତି। ଭାରତ ସରକାର ନୂଆଦିଲ୍ଲୀସ୍ଥିତ ଇସ୍ରାଏଲ ଦୂତାବାସର ସୁରକ୍ଷା ବ୍ୟବସ୍ଥାକୁ ବୃଦ୍ଧି କରିଛନ୍ତି। ଅପରପକ୍ଷରେ ଜାତିସଂଘରେ ଆମେରିକା ଇରାନକୁ ଚେତାବନୀ ଦେଇଛି। ଇରାନ ସମୟ ଶେଷ ହୋଇ ଆସୁଛି ବୋଲି ଆମେରିକାର ରାଷ୍ଟ୍ରଦୂତ କହିଛନ୍ତି।

Leave a Reply

Your email address will not be published. Required fields are marked *