Pratidin TV

Odisha's Digital News Platform

ରାଜଧାନୀରେ ଲଜ୍ଜ୍ୟା ; ୩ ଜଣ ଅଭିଯୁକ୍ତ ଗିରଫ୍ , ଝିଅ ଆଖି ଆଗରେ ମା ସହ କରିଥିଲେ କୁକର୍ମ ।

1 min read

ରାଜଧାନୀରେ ଦୁଇ ଦିନ ତଳେ ସାମ୍ନାକୁ ଆସିଥିଲା ଚାଞ୍ଚଲ୍ୟକର ଘଟଣା । ସୂଚନା ଅନୁଯାୟୀ ଦୁଇଦିନ ତଳେ ବିଳମ୍ୱିତ ରାତିରେ ଜଣେ ସ୍ୱାମୀ ପରିତ୍ୟକ୍ତା ମହିଳାଙ୍କୁ ତାଙ୍କ ଝିଅ ଆଗରେ ଗଣ କୁକର୍ମ କରିଥିବା ଅଭିଯୋଗ ହୋଇଥିଲା।
ଯାହା ପରେ ନାରୀ ମାନଙ୍କ ସୁରକ୍ଷାକୁ ପ୍ରଶ୍ନ ଉଠାଇ କଡା ସମାଲୋଚନାର ଶୀକାର ହୋଇଥିଲା କମିଶନରେଟ୍ ପୋଲିସ । ତେବେ ଆଜି ପୋଲିସ ସମୃକ୍ତ ମାମାଲାରେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ୍ କରି କୋର୍ଟ ଚାଲାଣ କରି ଥିବା ଜଣାପଡିଛି ।

ମୈତ୍ରି ବିହାରର ୫ ତାରକା ଆପାର୍ଟମେଣ୍ଟ୍ରେ ରହୁଥିଲେ ଟୁକୁନା ନାୟକ। ସେ ଜଣେ ଅଟୋ ଚାଳକ। ତାଙ୍କର ସାଙ୍ଗ ହେଉଛନ୍ତି ବିକାଶ ନାୟକ, ପୂର୍ବରୁ ସେ ସେହି ଆପାର୍ଟମେଣ୍ଟରେ ରହୁଥିବା ବେଳେ ଏବେ କିନ୍ତୁ ଅନ୍ୟ ଅଞ୍ଚଳରେ ରହୁଛନ୍ତି। ସିଏ ହେଉଛନ୍ତି ଜଣେ ଡ୍ୟାନ୍ସର। ଆଉ ତାଙ୍କର ସାଙ୍ଗ ହେଉଛନ୍ତି ଜଗା ସିଂ ହେଉଛନ୍ତି ଜଣେ ଗ୍ଲାସ୍ ଇଣ୍ଟେରିୟର ମିସ୍ତ୍ରୀ। ଯେହେତୁ ଏମାନଙ୍କର ବନ୍ଧୁତା ଥିଲା, ତେଣୁ ବିକାଶ ଓ ଜଗା ନିୟମିତ ଟୁକୁନାଙ୍କ ଫ୍ଲାଟ୍କୁ ଯିବା ଆସିବା କରୁଥିଲେ। ତେଣୁ ତାଙ୍କୁ ସିକ୍ୟୁରିଟି ଗାର୍ଡ କେବେ ଅଟକାଉନଥିଲେ କି ପ୍ରଶ୍ନ କରୁନଥିଲେ। ବାସ୍ ଏହାର ସୁଯୋଗ ନେଇ ୩୦ ତାରିଖରେ ରାତି ପ୍ରାୟ ୨ ଟା ସମୟରେ ପୀଡିତା ମହିଳା ଜଣଙ୍କ ନିଜ ଝିଅ ସହ ଘରେ ଶୋଇଥିଲେ ।

Advertisement

ଠିକ୍ ସେହି ସମୟରେ ବିକାଶ ଓ ଜଗା ବାଲକୋନୀ ଗ୍ରୀଲ୍ ଦେଇ ଘରେ ପଶିଥିଲେ। ଆଉ ଘର ବାହାରେ ଆପାର୍ଟମେଣ୍ଟର ସିକ୍ୟୁରିଟି ଗାର୍ଡକୁ ଜଗି ରହିଥିଲେ ଟୁକୁନା। ପ୍ରଥମେ ସେମାନେ ମହିଳାଙ୍କୁ ପରିବା କଟା ଛୁରୀ ଦେଖାଇ ତାଙ୍କଠାରୁ ୨ଟି ମୋବାଇଲ ଓ ହଳେ କାନଫୁଲ ଚୋରି କରିଥିଲେ। ତା’ପରେ ମହିଳାଙ୍କୁ ଗଣକୁକର୍ମ କରିଥିଲେ। ରାତିରେ ଜଣେ ପରେ ଜଣେ କୁକର୍ମ କରିଥିଲେ। ଦୀର୍ଘ ୨ ଘଣ୍ଟାରୁ ଅଧିକ ସମୟ ଧରି ଉଭୟ କୁକର୍ମ କରିଥିବା ଅଭିଯୋଗ ହୋଇଛି। ଏଥିସହ ଘଟଣା ପ୍ରଘଟ କଳେ ଝିଅକୁ ହତ୍ୟା କରାଯିବ ବୋଲି ଧମକ ମଧ୍ୟ ଦେଇ ଆସିଥିଲେ। କିନ୍ତୁ ମହିଳା ଜଣଙ୍କ ନିଜ ସାହସ ଦେଖାଇ ଥାନାକୁ ଯାଇ ଅଭିଯୋଗ କରିଥିଲେ । ଯାହାର ଫଳସ୍ୱରୂପ ୩ ଜଣ ଅଭିଯୁକ୍ତ ଏବେ କୋର୍ଟରେ ।

Leave a Reply

Your email address will not be published. Required fields are marked *