Pratidin TV

Odisha's Digital News Platform

ଲୋପ ପାଇଲେଣି ମହାବଳ ବାଘ : ମୟୁରଭଞ୍ଜରେ ଚାଲିଥିଲା ବେଧଡକ୍ ଶିକାର୍ , ଧରାପକାଇଲା ଏସଟିଏଫ୍

1 min read

ମୟୁରଭଞ୍ଜ : ରାଜ୍ୟରୁ ଲୋପପାଉଛନ୍ତି ମହାବଳ ବାଘ । ଏପଟେ ବଢିବାକୁ ଲାଗିଛି ବାଘଛାଲ ବେପାରୀଙ୍କ ଆତଙ୍କ । ଯାହା ଏସଟିଏଫ ଖୋଳତାଡ଼ ପରେ ପୁଣି ପଞ୍ଝାରେ ପଡିଛି ଆଉ ଜଣେ ବାଘଛାଲ ବେପାରୀ । ମହାବଳ ବାଘଛାଲ ଜବତ ଘଟଣାରେ ତଦନ୍ତ ଜାରି ରଖିଥିବା ବେଳେ ପୂର୍ବରୁ ଉକ୍ତ ଘଟଣାରେ ୨ ଜଣ ଗିରଫ ହୋଇଥିବା ବେଳେ ଏବେ ପୁଣି ଆଉ ଜଣେ ବେପାରୀକୁ ଗିରଫ କରିଛି ଏସଟିଏଫ ।

ଗିରଫ ବେପାରୀ ଜଣକ ହେଲେ ଶାସଙ୍ଗବେଡା ଗ୍ରାମର ପୂର୍ଣ୍ଣଚନ୍ଦ୍ର ମାଝୀ । ଏହି ବେପାରୀକୁ ତା ଘରୁ ଗିରଫ କରିଛି ଏସଟିଏଫ । ଗତ ୧୪ ତାରିଖରେ ଉଦଳା – ବାରିପଦା ରାସ୍ତାର ବିସିପୁର ଛକ ନିକଟରେ ମହାବଳ ବାଘଛାଲ ବିକ୍ରି ନିମନ୍ତେ ଡ଼ିଲ ଚାଲିଥିବା ବେଳେ ଦେବାଶିଷ ପାତ୍ର ନାମକ ଜଣେ ବେପାରୀକୁ ଏସଟିଏଫ ଗିରଫ କରିଥିବା ବେଳେ ୨ ଜଣ ବେପାରୀ ଘଟଣାସ୍ଥଳରୁ ଖସି ଯାଇଥିଲେ ।

Advertisement

ତହିଁ ପରଦିନ ଘଟଣାର ମୁଖ୍ୟ କାର୍ପାଡ଼ଦାର ଫାଗୁ ହାଁସଦା କୁ କ୍ରାଇମବ୍ରାଞ୍ଚ ଗିରଫ କରିଥିବା ବେଳେ । ଆଜି ପୁଣି ଜଣେ ବେପାରୀକୁ ଉକ୍ତ ଘଟଣାରେ ଗିରଫ କରିଛି ଏସଟିଏଫଟିମ୍ । ଏହା ସହିତ ଗିରଫ ବେପାରୀକୁ କୋର୍ଟ ଚାଲାଣ କରିଛି ଏସଟିଏଫ ।

Leave a Reply

Your email address will not be published. Required fields are marked *