Pratidin TV

Odisha's Digital News Platform

ରାସ୍ତାରେ ପାନ ଛେପ ପକାଇଲେ ସାବଧାନ ! ନିଆଯିବ ବଡ କାର୍ଯ୍ୟାନୁଷ୍ଠାନ …

1 min read

ରାସ୍ତାରେ ପାନ ,ଗୁଟଖା ଇତ୍ୟାଦି ଖାଇ ଛେପ ପକାଉଥିଲେ କିମ୍ବା ଚକଲେଟ୍ ଜରି ପକାଉଥିଲେ ସାବଧାନ । ଏଥର ନିଆଯିବ ବଡ କାର୍ଯ୍ୟାନୁଷ୍ଠାନ । ପେପରରେ ଆପଣଙ୍କ ଫଟୋ ବାହାରିବା ସହ କେନ୍ଦ୍ର ସରକାର ନେବେ କାର୍ଯ୍ୟାନୁଷ୍ଠାନ । ଏନେଇ ନୀତିନ ଗଡକରୀ ନାଗପୁର ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମରେ ଯୋଗଦେଇ ଏପରି ଘୋଷଣା କରିଥିଲେ । ସେ ଆଉ ମଧ୍ୟ କହିଥିଲେ ଯେ ଆମ ଦେଶର ଲୋକ ଖୂବ୍ ଚତୁର କାହିଁକି ନା ସେମାନେ ଯେତେବେଳେ ଅନ୍ୟ ଦେଶକୁ ଯାଆନ୍ତି ସେଠାରେ ନିଜ ଆବର୍ଜନା ନିଜ ପକେଟ୍‌ରେ ରଖନ୍ତି କିନ୍ତୁ ନିଜ ଦେଶରେ ଏଣେ ତେଣେ ଫିଙ୍ଗିଦିଅନ୍ତୁ । କିନ୍ତୁ ଏସବୁ ଆଉ ସହାଯିବ ନାହିଁ ବରଂ ସେମାନଙ୍କ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ।

Advertisement

Leave a Reply

Your email address will not be published. Required fields are marked *