Pratidin TV

Odisha's Digital News Platform

ଚର୍ଚ୍ଚାରେ ସରପଞ୍ଚ , ପୀଡିତାଙ୍କ ପାଇଁ ଘର ଘର ବୁଲି କଲେ ଅର୍ଥ ଯୋଗାଡ

1 min read

କେନ୍ଦ୍ରାପଡା : ‘ନିଜ ସତ୍ୟବାନର ଜୀବନ ପାଇଁ ସାହାଯ୍ୟ ମାଗୁଛି ସାବିତ୍ରୀ’ ଏମିତି ଏକ ଖବର ବାଜି ଥିଲା ପ୍ରତିଦିନ ଟିଭି ରେ ଆଜକୁ ଠିକ ୫ ରୁ ୬ ମାସ ତଳେ ପ୍ରସାରଣ କରାଯାଇଥିଲା । ଯାହାକୁ ଆପଣଙ୍କର ପୂର୍ଣ୍ଣ ସହଯୋଗ ମଧ୍ୟ ମିଳିଥିଲା । ଆପଣମାନେ ଯାହା ଦି ପଇସା ଖବର ପ୍ରସାରଣ ପରେ ସହଯୋଗ କରିଥିଲେ ଏବଂ ଜାହା ଥିଲା ପରିବାର ପାଖରେ ତାହା ସଞ୍ଜୟଙ୍କ ଡ଼ାଇଲିସିସରେ ଶେଷ ହେଇ ଯାଇଛି । କିନ୍ତୁ ସବୁଠୁ ଖୁସିର ବିଷୟ ସଞ୍ଜୟଙ୍କ ସାବିତ୍ରୀ ଅର୍ଥାତ ପତ୍ନୀ ଝରାଶ୍ରୀଙ୍କ କିଡ଼ନୀ ସଞ୍ଜୟଙ୍କ ସହ ମେଳ ଖାଉଛି ।

ଆଉ ୨୦୨୩ ବର୍ଷ ଜାନୁଆରୀ ମାସରେ ସଞ୍ଜୟ ସ୍ୱାଇଁଙ୍କ କିଡ଼ନୀ ପ୍ରତ୍ୟାରୋପଣ କରାଯିବ । ଗୋଟେପଟେ ସଞ୍ଜୟଙ୍କ ପରିବାର ଲାଗି ଏହି ଖବର ଖୁସି ନେଇ ଆସିଥିବା ବେଳେ ତୁରନ୍ତ କିଡ଼ନୀ ପ୍ରତ୍ୟାରୋପଣ ଲାଗି ୧୨ ରୁ ୧୫ ଲକ୍ଷ ଟଙ୍କାର ଅର୍ଥରାଶି ବନ୍ଦୋବସ୍ତ କରିବାକୁ ଡାକ୍ତର କହିଛନ୍ତି ।

Advertisement

ସଞ୍ଜୟଙ୍କ ପରିବାରର ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଦେବଦୂତ ସାଜିଛନ୍ତି ତାଙ୍କ ଗାଁର ‘ସରପଞ୍ଚ ମନୋଜକାନ୍ତ ପରିଡା’ । କିଛି ଯୁବକଙ୍କୁ ନେଇ ମନୋଜ ନିଜ ପଞ୍ଚାୟତର ଘର ଘର ବୁଲି ସଞ୍ଜୟଙ୍କ କିଡ଼ନୀ ପ୍ରତ୍ୟାରୋପଣ ଲାଗି ଅର୍ଥ ଯୋଗାଡ଼ କରିବାରେ ଲାଗିପଡିଛନ୍ତି । ଆଉ ନିଜ ପଞ୍ଚାୟତବାସୀର ଜୀବନ ବଞ୍ଚେଇବାରେ ନିଜର ନିସ୍ଵାର୍ଥପରତା ସେବା ମନୋଭାବ ଦେଖେଇଛନ୍ତି । ଯେତେବେଳେ ସାରା ବିଶ୍ୱ ସେଲିବ୍ରେସନ କରୁଛି ନୂଆବର୍ଷ କୁ ସେତେବେଳେ ଗ୍ରାମର ଯୁବକ ଏବଂ ସରପଞ୍ଚ ଏଭଳି ଅଭିନବ ପ୍ରୟାସ କରିଛନ୍ତି ଏବଂ ସାର ବିଶ୍ୱର ସମସ୍ତଙ୍କୁ ନୂଆ ବର୍ଷରେ ଅନୁରୋଧ କରିଛନ୍ତି ନିଜ ଅଞ୍ଚଳର ପିଲାଟି ପାଇଁ ଯଥା ସମ୍ଭବ ସାହାଯ୍ୟ କରିବା ପାଇଁ ଆଉ ଗୋଟିଏ ପରିବାର ମୁଁହଁରେ ହସ ଫୁଟାଇବା ପାଇଁ ।

ସଞ୍ଜୟ ଓ ଝରାଶ୍ରୀଙ୍କୁ ସହଯୋଗର ହାତ ବଢେଇବା ପାଇଁ ସରପଞ୍ଚ ତ ନିଜର ଚେଷ୍ଟା ଚଳେଇ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି । ଆପଣମାନେ ବି ସଞ୍ଜୟ ଓ ଝରାଶ୍ରୀ ପରିବାରରେ ଖୁସି ଆଣିବା ପାଇଁ ତାଙ୍କୁ ସହଯୋଗ କରିପାରିବେ । ସହଯୋଗର ହାତ ବଢେଇବା ପାଇଁ, ସଞ୍ଜୟ ସ୍ୱାଇଁଙ୍କ ବ୍ୟାଙ୍କ ଅଫ ଇଣ୍ଡିଆ,ବ୍ୟାଙ୍କ ଆକାଉଣ୍ଟ ନମ୍ବର – 408610510000254 ,IFSC code:- BKID0004086 ରେ ଆର୍ଥିକ ସହଯୋଗ ପଠେଇ ପାରିବେ କିମ୍ବା ତାଙ୍କPHONE PAY ନମ୍ବର -8100814193 ମଧ୍ୟ ସହଯୋଗ ରାଶି ପଠାଇପାରିବେ ।

Leave a Reply

Your email address will not be published. Required fields are marked *