Pratidin TV

Odisha's Digital News Platform

ବନ୍ଦେ ଭାରତକୁ ନେଇ ବଢୁଛି କ୍ରେଜ ବିଦେଶରେ ବି ଗଡିବ ଟ୍ରେନ

1 min read

ବିଦେଶରେ ଦଉଡିବି ବନ୍ଦେ ଭାରତ ଏକ୍ସପ୍ରେସ | ଏଭଳି କିଛି ଖବର ଏବେ ସାମ୍ନାକୁ ଆସୁଛି | ବନ୍ଦେ ଭାରତ ଏକ୍ସପ୍ରେସର ଏବେ ବହୁ ଚାହିଦା ବଢୁଛି | ଫଳରେ ବିଦେଶରେ ମଧ୍ୟ ବନ୍ଦେ ଭାରତକୁ ନେଇ ଜୋରସୋରରେ ଚର୍ଚ୍ଚା |

ଗତ କିଛି ବର୍ଷ ମଧ୍ୟରେ ବନ୍ଦେ ଭାରତ କ୍ରେଜ୍ ବଢିବାରେ ଲାଗିଛି । ରେଳବାଇ ପକ୍ଷରୁ ପ୍ରତି ରାଜ୍ୟକୁ ଉପହାର ସ୍ବରୂପ ମିଳୁଛି ନୂଆ ନୂଆ ବନ୍ଦେ ଭାରତ । ବର୍ତ୍ତମାନ ସମୟରେ ଲକ୍ଜରି ଟ୍ରେନ କଥା ଆସିଲେ ଯାତ୍ରୀଙ୍କ ମନକୁ ଆସେ ‘ବନ୍ଦେ ଭାରତ’ ନାଁ । ବନ୍ଦେ ଭାରତର କେଉଁ ଫିଚର ପାଇଁ ତାହା ଏତେ ଲୋକପ୍ରିୟ ହୋଇପାରିଛି ଏବଂ ବିଦେଶରେ ମଧ୍ୟ ଏହାର ଚାହିଦା ବଢିଛି ତାହା ଜାଣିବା ।

Advertisement

ଗତ କିଛି ଦିନ ଧରି ‘ବନ୍ଦେ ଭାରତ’କୁ ନେଇ ନୂଆ ନୂଆ ଖବର ସାମ୍ନାକୁ ଆସୁଛି । ଏହାର ଫିଚର, ସୁବିଧା ସୁଯୋଗ ଏବଂ ବେଗ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି । କେବଳ ଭାରତ ଭିତରେ ନୁହେଁ, ଭାରତ ବାହାରେ ମଧ୍ୟ ବନ୍ଦେ ଭାରତର ଚାହିଦା ବଢ଼ିବାରେ ଲାଗିଛି । ଏହାରି ଭିତରେ କାନାଡା, ଚିଲି ଏବଂ ମ୍ୟାଲେସିଆ ଭଳି ଦେଶ ସମେତ ଅନ୍ୟ କେତେକ ଦେଶ ‘ବନ୍ଦେ ଭାରତ’ କିଣିବାକୁ ମନ ବଳାଇଛନ୍ତି ।

ତେବେ ବିଦେଶରେ ଅନ୍ୟ ଟ୍ରେନ ତୁଳନାରେ ‘ବନ୍ଦେ ଭାରତ’ର ମୂଲ୍ୟ କମ । କାରଣ ଅନ୍ୟ ଦେଶମାନଙ୍କରେ ବନ୍ଦେ ଭାରତ ଭଳି ଟ୍ରେନର ଦାମ ୧୬୦-୧୮୦କୋଟି ଟଙ୍କା ରହିଥିବାବେଳେ ଭାରତରେ ଏହି ଟ୍ରେନ ୧୨୦-୧୩୦କୋଟି ଟଙ୍କା ରହିଛି । କୁହାଯାଏ, ଫ୍ଲାଇଟରୁ ବି ଅଧିକ ସୁବିଧା ବନ୍ଦେ ଭାରତ ଏକ୍ରେପ୍ରେସ ଟ୍ରେନରେ ରହିଛି । କାରଣ ବିମାନ ତୁଳନାରେ ବନ୍ଦେ ଭାରତରେ ୧୦୦ଗୁଣା କମ୍ ଶବ୍ଦ ଶୁଣା ଯାଇଥାଏ । ଏମିତିକି ଜାପାନର ବୁଲେଟ ଟ୍ରେନ ସ୍ପିଡକୁ ବି ପଛରେ ପକାଇଛି ବନ୍ଦେ ଭାରତ । ଏହି ଟ୍ରେନ ଘଣ୍ଟା ପ୍ରତି 0-100 କିଲୋମିଟରରୁ ତ୍ବରାନ୍ବିତ କରିବାକୁ 54 ସେକେଣ୍ଡ ସମୟ ନେଇଥାଏ । କିନ୍ତୁ ବନ୍ଦେ ଭାରତ ଏକ୍ସପ୍ରେସ ମାତ୍ର 52 ସେକେଣ୍ଡରେ ଘଣ୍ଟା ପ୍ରତି 0-100 କିଲୋମିଟର ବେଗରେ ଚାଲିବା ଆରମ୍ଭ କରେ ।

Leave a Reply

Your email address will not be published. Required fields are marked *